Share market: ସେନ୍ସେକ୍ସରେ ୧୫୦୨ ପଏଣ୍ଟ ବୃଦ୍ଧି
ମୁମ୍ବାଇ: ବିଦେଶୀ ନିବେଶକମାନଙ୍କ ଦ୍ବାରା ବିପୁଳ ନିବେଶ, ଅଶୋଧିତ ତୈଳ ଦର ରେ ହ୍ରାସ ଓ ବ୍ୟାଙ୍କ ସେୟାର ପ୍ରତି ଆଗ୍ରହ ବଢ଼ିବାରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ବୁଧବାର ୧୫୦୨.୨୯ ପଏଣ୍ଟ ବୃଦ୍ଧି ପାଇ ୮୩,୯୩୮.୨୮ ପଏଣ୍ଟରେ ବନ୍ଦ ହୋଇଛି।
ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୬୦୨ ପଏଣ୍ଟ ବୃଦ୍ଧି ସହ ୨୫,୯୫୧.୬୫ ପଏଣ୍ଟରେ ବନ୍ଦ ହୋଇଛି।
ଆଜି ଦିନ ବେଳା କାରବାର ସମୟରେ ଏକଦା ସେନ୍ସେକ୍ସ ୨୦୬୨ ପଏଣ୍ଟ ପର୍ଯ୍ୟନ୍ତ ବଢ଼ିଥିଲା।
କିନ୍ତୁ କାରବାର ଶେଷ ବେଳକୁ ସେଥିରେ ସାମାନ୍ୟ ସୁଧାର ଦେଖିବାକୁ ମିଳିଥିଲା।
ସେନ୍ସେକ୍ସ ବଢ଼ିବାରୁ ନିବେଶକମାନଙ୍କୁ ୩.୮୪ ଲକ୍ଷ କୋଟି ଟଙ୍କାର ଫାଇଦା ହୋଇଛି।
ବମ୍ବେ ଷ୍ଟକ୍ ବଜାରରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ୍ ବଜାର ପୁଞ୍ଜି ପରିମାଣ ୫୧୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି।
ଗତ ସୋମବାର ସେନ୍ସେକ୍ସରେ ୧୪୮୩ ପଏଣ୍ଟ ଓ ନିଫ୍ଟିରେ ୪୫୧ ପଏଣ୍ଟର ହ୍ରାସ ଘଟିଥିଲା।
ଆଜି ସେହି କ୍ଷତି ଭରଣା ହୋଇଯାଇଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
