Shah Rukh Khan: 'ମନେ ପଡ଼ିଲେ ଲୋମମୂଳ ଟାଙ୍କୁରି ଉଠେ, ମୋ ବାପା ଆତଙ୍କବାଦୀଙ୍କୁ ଦେଖିଲେ, ଆଉ ମୁଁ କସାବକୁ’: ପୀଡ଼ିତା

Nov 22, 2026 - 19:50
Shah Rukh Khan: 'ମନେ ପଡ଼ିଲେ ଲୋମମୂଳ ଟାଙ୍କୁରି ଉଠେ, ମୋ ବାପା ଆତଙ୍କବାଦୀଙ୍କୁ ଦେଖିଲେ, ଆଉ ମୁଁ କସାବକୁ’: ପୀଡ଼ିତା

ହାଇଦ୍ରାବାଦ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଶନିବାର ଦିନ 'ଗ୍ଲୋବାଲ ପିସ୍ ଅନର୍ସ ୨୦୨୬' କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି ଅବସରରେ ସେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କୁ ଏବଂ ଦେଶର ସୁରକ୍ଷା ପାଇଁ ନିଜ ଜୀବନ ବଳିଦାନ ଦେଇଥିବା ସହିଦ ସୁରକ୍ଷାକର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Advertisment ନିଜ ଭାଷଣରେ 'କିଙ୍ଗ ଖାନ' ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ , ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ନିକଟରେ ଦିଲ୍ଲୀରେ ଘଟିଥିବା ବିସ୍ଫୋରଣରେ ପ୍ରାଣ ହରାଇଥିବା ନିରୀହ ଲୋକଙ୍କୁ ମନେ ପକାଇଥିଲେ।

ସେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ବଞ୍ଚିଯାଇଥିବା ବ୍ୟକ୍ତିଙ୍କ ସହ କଥା ହୋଇଥିଲେ ଏବଂ ଆତଙ୍କବାଦୀ ଅଜମଲ କସାବ ବିରୋଧରେ କୋର୍ଟରେ ସାକ୍ଷ୍ୟ ଦେବା ପାଇଁ ଦେଖାଇଥିବା ସାହସ ନିମନ୍ତେ ପ୍ରଶଂସା କରିଥିଲେ।

ଶାହରୁଖ ଖାନ ୨୬/୧୧ ଆତଙ୍କବାଦୀ ଆକ୍ରମଣରୁ ବଞ୍ଚିଯାଇଥିବା ସବୁଠାରୁ କମ୍ ବୟସ୍କା ବ୍ୟକ୍ତି ଦେବିକା ରୋଟାୱାନଙ୍କ ସହ କଥା ହୋଇଥିଲେ।

ଦେବିକା ସେହି ଭୟଙ୍କର ରାତିରେ ଯାହା ଦେଖିଥିଲେ ତାହା ଶାହାରୁଖଙ୍କ ସାମ୍ନାରେ ବର୍ଣ୍ଣନା କରିଥିଲେ ଏବଂ ଅଜମଲ କସାବ ବିରୋଧରେ ସାକ୍ଷ୍ୟ ଦେବା ପାଇଁ ସେ କିପରି ସାହସ ଜୁଟାଇଲେ, ସେ ବିଷୟରେ ଜଣାଇଥିଲେ।

In the presence of CM Devendra Fadnavis, actor Shah Rukh Khan shared an emotional interaction with 26/11 terror attack survivor Devika Rotawan at the 'Global Peace Honours 2026', organised by Divyaj Foundation.

On this occasion, Devika Rotawan was honoured with the 'Global Peace… pic.twitter.com/JfvRlkHngM — CMO Maharashtra (@CMOMaharashtra) November 21, 2026 ଶାହରୁଖ ଦେବିକାଙ୍କୁ ପଚାରିଥିଲେ, " ତୁମେ କିପରି ଏତେ କମ ବୟସରେ କୋର୍ଟକୁ ଯାଇ ସମସ୍ତଙ୍କ ସାମ୍ନାରେ ସାକ୍ଷ୍ୟ ଦେବା ପାଇଁ ଶକ୍ତି ପାଇଲ?" ଏହି ପ୍ରଶ୍ନର ଉତ୍ତରରେ ଦେବିକା କହିଥିଲେ ଯେ, ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ସେ ରାଜସ୍ଥାନସ୍ଥିତ ନିଜ ଗାଁକୁ ଫେରିଯାଇଥିଲେ।

କିଛି ସମୟ ପରେ, ତାଙ୍କ ପରିବାରକୁ ମୁମ୍ବାଇ କ୍ରାଇମ ବ୍ରାଞ୍ଚରୁ ଏକ ଫୋନ୍ ଆସିଥିଲା, ଯେଉଁଥିରେ ତାଙ୍କୁ କୋର୍ଟରେ ହାଜର ହୋଇ ସାକ୍ଷ୍ୟ ଦେବାକୁ ଅନୁରୋଧ କରାଯାଇଥିଲା।

ଉକ୍ତ ଅନୁରୋଧରେ ସେମାନେ ରାଜି ହୋଇଯାଇଥିଲେ।

କାରଣ ତାଙ୍କ ବାପା ଉଭୟ ଆତଙ୍କବାଦୀଙ୍କୁ ଦେଖିଥିଲେ ଏବଂ ସେ କସାବକୁ ଦେଖିଥିଲେ।" ଜୀବନ ପାଇଁ ଦୁଇ ବୁନ୍ଦା, ଝିଅକୁ ପୋଲିଓ ଖୁଆଇବାକୁ ମେଡିକାଲ ଗଲେ ଜିଲ୍ଲାପାଳ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)