Shadow Light: ଛାଇ ଆଲୁଅ: ଫେରୁଛି କଳାଧଳା ଫଟୋ

Aug 23, 2026 - 06:28
Shadow Light: ଛାଇ ଆଲୁଅ: ଫେରୁଛି କଳାଧଳା ଫଟୋ

"ପ୍ରଗତି ସାହୁ ଆଜିର ଡିଜିଟାଲ୍‌ ଯୁଗରେ ଫଟୋ ଉଠାଇବା ଅତି ସହଜ ହୋଇଯାଇଛି।

ବିଶେଷକରି ସ୍ମାର୍ଟଫୋନ୍‌ କ୍ୟାମେରା ଗୋଟାଏ କ୍ଲିକ୍‌ରେ ଉନ୍ନତ ଗୁଣମାନର ଫଟୋ କଏଦ୍‌ କରିଦଉଛି।

ପୁଣି ଫଟୋକୁ ବିଭିନ୍ନ ଫିଲ୍‌ଟର୍‌ ନିଖୁଣ ଓ ଆକର୍ଷଣୀୟ କରିଦେଉଛି।

ରଙ୍ଗିନ ଫଟୋର ଆକର୍ଷଣ ଭିତରେ ଏବେ କିଛି ଲୋକ ପୁରୁଣା ଧାରାକୁ ଫେରି କଳାଧଳା ଫଟୋ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି।

କଳାଧଳା ଫଟୋର କଳାତ୍ମକତା ‌ଅନେକଙ୍କୁ ଭଲ ଲାଗୁଛି।

ଆଗରୁ କଳାଧଳା ଫଟୋ ପାଇଁ ସ୍ବତନ୍ତ୍ର ଫିଲ୍ମ ବ୍ୟବହାର ହେଉଥିଲା ଏବଂ ତା"ର ନେଗେଟିଭ୍‌ରୁ ବ୍ରୋମାଇଡ୍‌ ପେପର୍‌ରେ ପଜିଟିଭ୍ ବାହାରୁଥିଲା।

କିନ୍ତୁ ଡିଜିଟାଲ୍‌ କ୍ୟାମେରାର ପ୍ରଚଳନ ପରେ ଯେକୌଣସି ଫଟୋକୁ ଏବେ ଆଖିପିଛୁଳାକେ କଳାଧଳା କରିହେଉଛି।

ଡିଜିଟାଲ୍‌ କ୍ୟା‌ମେରା ଓ ବିଭିନ୍ନ ଆପ୍‌ଲିକେସନ୍‌ ମାଧ୍ୟମରେ ଏହା ସମ୍ଭବ ହୋଇପାରୁଛି।

ରଙ୍ଗିନ ଫଟୋର ବହୁଳ ବ୍ୟବହାର ପରେ ଏବେ କଳାଧଳା ଛବି ପ୍ରତି ଆକର୍ଷଣ ଏକ ନୂଆ ଧାରା ଭାବେ ଆତ୍ମପ୍ରକାଶ କରିଛି।

କୁହାଯାଉଛି, ଏଆଇ ପ୍ରସ୍ତୁତ ଡିଜିଟାଲ୍‌ ଫଟୋ ବିରୋଧରେ ବିପ୍ଳବାତ୍ମକ ଆଭିମୁଖ୍ୟ ଗ୍ରହଣ କରି ଏହି ଧାରା ଏବେ କ୍ରମଶଃ ଆଦୃତ ହେଉଛି।

ଏହାକୁ "ଆନାଲୋଗ୍‌ ରିଭାଇଭାଲ୍‌" ବୋଲି କୁହାଯାଉଛି।Advertisment Education: "ଏନ୍‌ପିସିଆଇଏଲ୍"ରେ ଓଡ଼ିଶାର ଯୁବ ବୈଜ୍ଞାନିକ ଚର୍ଚ୍ଚିତଙ୍କ ଯୋଗଦାନ ରଙ୍ଗିନ ଫଟୋରେ ଆଖି ପ୍ରାୟତଃ ଭିନ୍ନ ଭିନ୍ନ ରଙ୍ଗ ଆଡ଼କୁ ଆକର୍ଷିତ ହୋଇଥାଏ, ଯାହା ଦ୍ୱାରା ଫଟୋର ମୂଳ ଭାବନା ବେଳେ ବେଳେ ହଜିଯାଏ।

ମାତ୍ର କଳାଧଳା ଫଟୋଗ୍ରାଫିରେ ରଙ୍ଗର ଆଢୁଆଳ ନଥାଏ।

ଏହା ମୁଖମଣ୍ଡଳର ଭାବପ୍ରବଣତା, ଚାହାଣିର ଭାଷା ଓ ପାରିବେଶିକ ମାୟାକୁ ସିଧାସଳଖ ଦର୍ଶକ ନିକଟରେ ପହଞ୍ଚାଇଥାଏ।

ରଙ୍ଗିନ ଫଟୋ ପ୍ରାୟତଃ ଏକ ନିର୍ଦ୍ଦିଷ୍ଟ ସମୟ ବା ଯୁଗର ପରିଚୟ ଦେଇଥାଏ।

କିନ୍ତୁ କଳାଧଳା ଫଟୋର କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନଥାଏ।

ଆଜି ଉଠାଯାଇଥିବା ଏକ କଳା ଓ ଧଳା ଫଟୋ ଦଶନ୍ଧି ପୁରୁଣା ପରି ମନେହୋଇପାରେ, କିନ୍ତୁ କ୍ଲାସିକ୍‌ ଲୁକ୍‌ ଦେଇଥାଏ।

Land patta distribution: "ଆମ ଗାଁ ଆମ ତହସିଲ କାର୍ଯ୍ୟକ୍ରମ"ରେ ୬୫ଜଣଙ୍କୁ ଜମିପଟ୍ଟା ବଣ୍ଟନ ଆଜିର ଯୁବପିଢ଼ି ଓ ପେସାଦାର ଫଟୋଗ୍ରାଫର୍‌ମାନେ ଇନ୍‌ଷ୍ଟାଗ୍ରାମ୍‌ ଓ ଫେସ୍‌ବୁକ୍‌ରେ କଳାଧଳା ଫଟୋର ବ୍ୟବହାର ବଢ଼ାଇଛନ୍ତି।

ଆର୍ଟ ଗ୍ୟାଲେରି, ଷ୍ଟ୍ରିଟ୍ ଫଟୋଗ୍ରାଫି ଓ ପୋର୍ଟ୍ରେଟ୍ କ୍ଷେତ୍ରରେ ଏହାର ଚାହିଦା ବି ବଢ଼ିବାରେ ଲାଗିଛି।

ଡିଜିଟାଲ୍ କ୍ୟାମେରା ଓ ସ୍ମାର୍ଟଫୋନ୍‌ରେ ଥିବା ବିଭିନ୍ନ ମୋଡ୍ ଓ ଫିଲ୍ଟର୍ ଯୋଗୁଁ ଏବେ ସାଧାରଣ ଲୋକ ମଧ୍ୟ ଏଥିପ୍ରତି ଆକୃଷ୍ଟ ହେଉଛନ୍ତି।

ଫଟୋଗ୍ରାଫିରେ କେବଳ ଏକ ଦୃଶ୍ୟକୁ କ୍ୟାମେରାରେ କଏଦ କରାଯାଏନାହିଁ, ଏହା ଭାବନାକୁ ଜୀବନ୍ତ କରିବାର ମାଧ୍ୟମ।

ଆଜିକାଲି କଳାଧଳା ଫଟୋ ପ୍ରସ୍ତୁତି ପାଇଁ ପ୍ରସିଦ୍ଧ ସ୍ୱତନ୍ତ୍ର ଆପ୍‌ଗୁଡ଼ିକ ମଧ୍ୟରେ ରହିଛି "ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ଫଟୋ ଏଡିଟର୍", "ହ୍ୟୁଲେସ୍" ଓ "ନୋଏର୍‌ ଫୋଟୋ" ଇତ୍ୟାଦି।

ଏହା ବ୍ୟତୀତ ପିକ୍‌ସଆର୍ଟ ଏବଂ କାନ୍‌ଭା ପରି ଏଡିଟର୍‌ଗୁଡ଼ିକ ମଧ୍ୟ ଶକ୍ତିଶାଳୀ ମୋନୋକ୍ରୋମ୍ ଫିଲ୍ଟର୍ ପ୍ରଦାନ କରିଥାନ୍ତି।

ଫେରୁଛି ପୁରୁଣା ସଂସ୍କୃତିଆଜିକାଲି ପୁରୁଣା ସଂସ୍କୃତି ଓ ପରମ୍ପରା ପ୍ରତି ଆଗ୍ରହ ବଢୁଛି।

ପୂର୍ବରୁ ବ୍ଲାକ୍‌ ଆଣ୍ଡ୍‌ ହ୍ବାଇଟ୍‌ ଫଟୋ ଟ୍ରେଣ୍ଡ୍‌ ଥିଲା ଓ ବର୍ତ୍ତମାନ ପୁଣିଥରେ ଲୋକମାନେ ଏହାକୁ ପସନ୍ଦ କରୁଛନ୍ତି।

କଳାଧଳାର ମ୍ୟାଟ୍‌ ଫିନିସିଂ ଫଟୋକୁ ରେଟ୍ରୋ ଲୁକ୍‌ ଦେଇଥାଏ।

ପ୍ରି-ୱେଡିଂ, ପୋଷ୍ଟ୍‌-ୱେଡିଂ ଓ ଅନ୍ୟାନ୍ୟ ସବୁ ରୀତିନୀତିରେ ବ୍ଲାକ୍‌ ଆଣ୍ଡ୍‌ ହ୍ବାଇଟ୍‌ ଫଟୋର ଚାହିଦା ବହୁତ ରହିଛି।

ବର୍ତ୍ତମାନର ଆଧୁନିକ କ୍ୟାମେରାରେ କଳାଧଳା ଅପ୍‌ସନ୍‌ ବା "ମୋନୋକ୍ରୋମ୍‌" ଟେକ୍ନୋଲଜି ଇନ୍‌ବିଲ୍ଟ୍‌ ରହୁଛି।

କଲର୍‌ ଓ ବ୍ଲାକ୍‌ ଆ‌ଣ୍ଡ୍‌ ହ୍ବାଇଟ୍‌ ଫଟୋର ରିଜୋଲ୍ୟୁସନ୍‌ରେ କୌଣସି ପାର୍ଥକ୍ୟ ରହେନାହିଁ।

ବର୍ତ୍ତମାନର ଅପ୍‌ଡେଟ୍‌ କ୍ୟାମେରାରେ ୮କେରୁ ୧୨କେ ପର୍ଯ୍ୟନ୍ତ ରିଜୋଲ୍ୟୁସନ୍‌ ମିଳୁଛି।

ଡିଜିଟାଲ୍‌ ଓ ହାର୍ଡ କପିରେ ମଧ୍ୟ ଏହି ଫଟୋ ଅଧିକ ଆକର୍ଷଣୀୟ ଲାଗୁଥିବାରୁ ଗ୍ରାହକମାନେ ଅଧିକ ପସନ୍ଦ କରୁଛନ୍ତି।-ଭକ୍ତହରି ଦାସ, ଫଟୋଗ୍ରାଫର୍‌, କ୍ରିଷ୍ଣା କ୍ରିଏଟିଭ୍‌"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)