28 OCTOBER 2026

Welcome!

Unlock your personalized experience.
Sign Up

SGFI ରଗବି ପ୍ରତିଯୋଗିତା: ୧୭ ବର୍ଷରୁ କମ୍ ଓଡ଼ିଶା ବାଳିକା ଦଳ ଚମ୍ପିୟାନ

Oct 28, 2026 - 20:17
SGFI ରଗବି ପ୍ରତିଯୋଗିତା: ୧୭ ବର୍ଷରୁ କମ୍ ଓଡ଼ିଶା ବାଳିକା ଦଳ ଚମ୍ପିୟାନ

ଭୁବନେଶ୍ୱର: ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମଠାରେ ଅକ୍ଟୋବର ୨୬ ରୁ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ SGFI ଜାତୀୟ ବିଦ୍ୟାଳୟସମୂହ ରଗବି କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ୧୭ ବର୍ଷରୁ କମ୍ ରଗବି ପ୍ରତିଯୋଗିତାରେ ଓଡ଼ିଶା ଦଳ ଚମତ୍କାର ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିଦେଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଅଂଶଗ୍ରହଣ କରିଥିବା ଓଡ଼ିଶା ୧୭ ବର୍ଷରୁ କମ୍ ବାଳିକା ରଗବି ଦଳ ଫାଇନାଲ ମ୍ୟାଚରେ ବିହାରକୁ ୧୨-୦ ସ୍କୋରରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ୧୭ ବର୍ଷରୁ କମ୍ ବାଳକ ବିଭାଗରେ ଓଡ଼ିଶା ଦଳ କଡ଼ା ପ୍ରତିଦ୍ୱନ୍ଦ୍ୱିତା କରି ଫାଇନାଲରେ ପହଞ୍ଚିଥିଲା। ବିହାର ଠାରୁ ୧୨-୭ ଗୋଲ ବ୍ୟବଧାନରେ ପରାସ୍ତ ହୋଇ ଦଳ ରୌପ୍ୟ ପଦକ ସହ ଉପବିଜେତା ହୋଇଛି।

ଓଡ଼ିଶାର ଏହି ଅସାଧାରଣ ବିଜୟ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ଆୟୁକ୍ତ ତଥା ଶାସନ ସଚିବ ଏବଂ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦେଶକ ସମସ୍ତ ବିଜେତା ଖେଳାଳି, ଟିମ୍ ମ୍ୟାନେଜର ଏବଂ କୋଚ୍ ମାନଙ୍କୁ ସାଧୁବାଦ ଓ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।

ରଗବି ପ୍ରିମିୟର ଲିଗ୍ : କଳିଙ୍ଗ ବ୍ଲାକ ଟାଇଗର୍ସ ପକ୍ଷରୁ ଜର୍ସି ଓ ମାସ୍କଟ ଉନ୍ମୋଚିତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)