Seven keys to success: ସଫଳତାର ସାତ ସୂତ୍ର: ମନର ସ୍ଥିରତା ପାଇଁ ଦର୍ଶନ ଓ ଆଧ୍ୟାତ୍ମିକ ବହି ପଢ଼େ

Aug 23, 2026 - 05:56
Seven keys to success: ସଫଳତାର ସାତ ସୂତ୍ର: ମନର ସ୍ଥିରତା ପାଇଁ ଦର୍ଶନ ଓ ଆଧ୍ୟାତ୍ମିକ ବହି ପଢ଼େ

"ଯୁକ୍ତ ଦୁଇ ବିଜ୍ଞାନ ପରେ କଳାରେ ସ୍ନାତକ କରି ଚଳିତବର୍ଷ ଓପିଏସ୍‌ସି ପରୀକ୍ଷାରେ ୭୮ତମ ରାଙ୍କ୍‌ ହାସଲ କରିଛନ୍ତି ଜୟଦେବ ଦାଶ।

କଟକର ଖ୍ରୀଷ୍ଟ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ସ୍ନାତକ ପରେ ୨୦୨୧ରେ ଉତ୍କଳ ବିଶ୍ବବିଦ୍ୟାଳୟରେ ସ୍ନାତକୋତ୍ତର ଟପ୍ପର ହୋଇଥିଲେ ସେ।

ପ୍ରଥମ ଦୁଇ ପ୍ରୟାସରେ ବିଫଳ ହେଲେ ମଧ୍ୟ ହାର ନମାନି ତୃତୀୟ ଚେଷ୍ଟାରେ ଜୟଦେବ ନିଜ ସ୍ବପ୍ନ ସାକାର କରିଛନ୍ତି।

ତାଙ୍କର ଏହି ସଫଳତାର ସାତଟି ସୂତ୍ର ସେ ପରବର୍ତ୍ତୀ ପିଢ଼ି ସହ ବାଣ୍ଟିଛନ୍ତି।Advertisment Education: "ଏନ୍‌ପିସିଆଇଏଲ୍"ରେ ଓଡ଼ିଶାର ଯୁବ ବୈଜ୍ଞାନିକ ଚର୍ଚ୍ଚିତଙ୍କ ଯୋଗଦାନ l ମୁଁ ଶୃଙ୍ଖଳାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଏ।

୨୪ ଘଣ୍ଟା ବହି ଧରି ବସି ରହେ ନାହିଁ।

ମାତ୍ର ଯେତିକି ସମୟ ପାଠ ପଢ଼େ, ସେତିକି ସମୟ ମନକୁ ସମ୍ପୂର୍ଣ୍ଣ ଭାବେ ପାଠରେ ହିଁ ରଖେ।

ସିଲାବସ୍‌ ଅନୁସାରେ ପଢ଼ିବା ଓ ପୂର୍ବ ବର୍ଷର ପ୍ରଶ୍ନପତ୍ର ଅଭ୍ୟାସ କରିବା ତ ସାଧାରଣ କଥା।

ଏହା ବ୍ୟତୀତ ସଫଳତା ପାଇଁ ଆହୁରି ଅନେକ କଥା ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ। l ମନକୁ ସ୍ଥିର ରଖିବା ପାଇଁ ମୁଁ ପ୍ରେରଣାଦାୟକ ପୁସ୍ତକ ପଢ଼େ।

ଦର୍ଶନ ଓ ଆଧ୍ୟାତ୍ମିକ ପୁସ୍ତକ ପ୍ରତି ମୋର ବିଶେଷ ଆଗ୍ରହ ରହିଛି।

ପାଠ୍ୟପୁସ୍ତକ ପଢ଼ି ବିରକ୍ତ ଲାଗିଲେ କିଛି ସମୟ ଏଭଳି ପୁସ୍ତକ ପଢ଼େ।

ଏହା ମୋ ମନକୁ ସ୍ଥିର ରଖିବା ସହ ପୁଣି ନୂଆ ଉତ୍ସାହରେ ପାଠପଢ଼ାରେ ମନୋନିବେଶ କରିବାରେ ସାହାଯ୍ୟ କରେ। l ପାଠପଢ଼ା ପାଇଁ ମୁଁ କେବେ ବି ନିଜର ଅନ୍ୟ ଅଭ୍ୟାସ ଓ ରୁଚିକୁ ଅବହେଳା କରି ନାହିଁ।

ମୋତେ ଜିମ୍‌ ଯିବାକୁ ଭଲ ଲାଗେ।

ପ୍ରସ୍ତୁତି ସମୟରେ ମଧ୍ୟ ମୁଁ ନିୟମିତ ଜିମ୍‌ ଯାଏ।

ଏଥିଯୋଗୁଁ ମୁଁ ନିଜକୁ ସୁସ୍ଥ ଓ ସତେଜ ଅନୁଭବ କରେ।

ଏହା ମୋ ଭିତରେ ପାଠପଢ଼ା ପାଇଁ ନୂଆ ଶକ୍ତି ଓ ଉତ୍ସାହ ସୃଷ୍ଟି କରେ। l ସାଙ୍ଗମାନଙ୍କ ସହ ସମୟ ବିତାଇବାକୁ ମୋତେ ଭଲ ଲାଗେ।

ଦିନର କିଛି ସମୟ ମୁଁ ବାହାରକୁ ଯାଇ ବନ୍ଧୁମାନଙ୍କ ସହ କାଟେ।

ଏହାଦ୍ବାରା ମନ ସତେଜ ରହେ ଓ ସନ୍ଧ୍ୟାରେ ପୁଣି ପାଠପଢ଼ାରେ ମନୋନିବେଶ କରିପାରେ।

ଘର ଭିତରେ ସବୁବେଳେ ବନ୍ଦ ହୋଇ ମୁଁ ପଢ଼ିପାରେ ନାହିଁ।

Land patta distribution: "ଆମ ଗାଁ ଆମ ତହସିଲ କାର୍ଯ୍ୟକ୍ରମ"ରେ ୬୫ଜଣଙ୍କୁ ଜମିପଟ୍ଟା ବଣ୍ଟନ l ମନକୁ ସ୍ଥିର ରଖିବା ପାଇଁ ଉତ୍ତମ ଖାଦ୍ୟ, ପର୍ଯ୍ୟାପ୍ତ ପାନୀୟ ଓ ଯଥେଷ୍ଟ ନିଦ୍ରା ଜରୁରି ବୋଲି ମୁଁ ବିଶ୍ୱାସ କରେ।

ତେଣୁ ପ୍ରସ୍ତୁତି ସମୟରେ ମଧ୍ୟ ଏହି ସବୁ ଦିଗକୁ କେବେ ଅଣଦେଖା କରି ନାହିଁ। l ଅନେକ ପିଲା ପ୍ରସ୍ତୁତି ସମୟରେ ଡିଜିଟାଲ୍‌ ମିଡିଆରୁ ଦୂରେଇ ରହନ୍ତି।

ମାତ୍ର ମୁଁ ଏହାର ଠିକ୍‌ ବ୍ୟବହାର କରିଛି।

ୟୁଟ୍ୟୁବ୍‌ ଓ ଚାଟ୍‌ଜିପିଟି ମୋ ପ୍ରସ୍ତୁତିରେ ବହୁତ ସାହାଯ୍ୟ କରିଛି।

ଉଚିତ ଭାବେ ବ୍ୟବହାର କଲେ ଡିଜିଟାଲ୍‌ ମାଧ୍ୟମ ପଢ଼ାପଢ଼ି ପାଇଁ ବେଶ୍‌ ଉପଯୋଗୀ ବୋଲି ମୁଁ ଭାବେ। l ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା, ମୌଖିକ ପରୀକ୍ଷା ଅନେକଙ୍କ ପାଇଁ ଭୟର କାରଣ ପାଲଟିଥାଏ।

ମୌଖିକ ପରୀକ୍ଷାକୁ ଭୟ କରୁଥିବା ପିଲାମାନଙ୍କୁ ମୁଁ ଗୋଟିଏ କଥା କହିବି, ମନରେ କୌଣସି ଭୟ ନେଇ ହଲ୍‌ ଭିତରକୁ ଯିବେ ନାହିଁ।

ଭାବନ୍ତୁ ଯେ, ଆପଣ କେବଳ କିଛି ଲୋକଙ୍କ ସମ୍ମୁଖରେ ନିଜର ମତ ପ୍ରକାଶ କରିବାକୁ ଯାଉଛନ୍ତି।

ଏହାକୁ ପରୀକ୍ଷା ଭାବିବା ପରିବର୍ତ୍ତେ ନିଜ ବ୍ୟକ୍ତିତ୍ୱକୁ ଉପସ୍ଥାପନ କରିବାର ଏକ ସୁଯୋଗ ବୋଲି ଭାବନ୍ତୁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)