Series of Thefts in Baishinga: ବୈଶିଙ୍ଗାରେ ସିରିଜ୍‌ ଚୋରି, ଛେଳି ଠାରୁ ଟ୍ରାନ୍‌ସଫର୍ମର ସବୁ ଉଠାଇନେଲେ

Oct 25, 2026 - 23:25
Series of Thefts in Baishinga:  ବୈଶିଙ୍ଗାରେ ସିରିଜ୍‌ ଚୋରି, ଛେଳି ଠାରୁ ଟ୍ରାନ୍‌ସଫର୍ମର ସବୁ ଉଠାଇନେଲେ

ବୈଶିଙ୍ଗା: ଗତକାଲି (ଶନିବାର) ବିଳମ୍ବିତ ରାତିରେ ବୈଶିଙ୍ଗା ଅଞ୍ଚଳରେ ସିରିଜ୍‌ ଚୋରି ହୋଇଛି।

୪ଟି ଟ୍ରାନ୍ସଫର୍ମରରୁ କୋର୍‌ ଓ କଏଲ୍‌ ଚୋରି ହୋଇଥିବା ବେଳେ ଦାମୀ କାର୍‌ରେ ଆସି ଗୁହାଳରୁ ଛେଳି ଚୋରି ହୋଇଥିବା ସିସିଟିଭିରେ ଧରାପଡ଼ିଛି।

ଏପରିକି ସ୍ପଷ୍ଟ ଦିବାଲୋକରେ ଥାନାଠାରୁ ମାତ୍ର ୫୦ ମିଟର ଦୂରରେ ମୁଖ୍ୟ ବଜାରରୁ ଜଣେ ବୃଦ୍ଧଙ୍କ ବାଇକ୍‌ ଲୁଟ୍‌ ହୋଇଥିବା ଅଭିଯୋଗ।

Advertisment Series of Thefts Near Bhubaneswar ଗୋଟିଏ ରାତିରେ ଭୁବନେଶ୍ବର ଉପକଣ୍ଠରେ ୩ ଦୋକାନରୁ ସିରିଜ୍‌ ଚୋରି ବୈଶିଙ୍ଗା ବିଦ୍ୟୁତ୍‌ ମୁଖ୍ୟ କାର୍ଯ୍ୟାଳୟ ପରିସରରୁ ଦୁଇଟି ଟ୍ରାନ୍ସଫର୍ମର ସମେତ ମହୁରୀ ଓ ପଣଶିଆ ଉପକଣ୍ଠ ଅଠାବାଟିଆ ସ୍ଥିତ ସବ୍‌ଷ୍ଟେସନ୍‌ରୁ ଟ୍ରାନ୍ସଫର୍ମର କୋର୍‌ ଓ କଏଲ୍‌ ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଏନେଇ ବୈଶିଙ୍ଗା ବିଦ୍ୟୁତ୍‌ ସେକ୍ସନ୍‌ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ନାୟକ ଲିଖିତ ଅଭିଯୋଗ କରିବା ସହ ଚୋରି ସମୟର ସିସିଟିଭି ଫୁଟେଜ୍‌ ପୁଲିସକୁ ପ୍ରଦାନ କରିଥିବା ଜଣାପଡ଼ିଛି।

Rourkela Battery Theft Gang ରାତି ଅଧିଆ ଟ୍ରକ୍‌, ହାଇୱାରୁ ଚୋରି କରୁଥିଲେ ବ୍ୟାଟେରି, ଧରାପଡ଼ିଲେ ଗ୍ୟାଙ୍ଗ୍‌ର ୬ ସଦସ୍ୟ ନାଖରା ଗ୍ରାମର ରତ୍ନାକର ଜେନାଙ୍କ ଘରେ ଘଟିଛି ଆଉ ଏକ ଚୋରି ଘଟଣା।

ଅଭିଯୋଗ ଅନୁଯାୟୀ, ଦାମୀ କାର୍‌ରେ ଆସିଥିବା ଦୁର୍ବୃତ୍ତମାନେ ଗୁହାଳର ତାଲା ଭାଙ୍ଗି ପାଞ୍ଚରୁ ଅଧିକ ଛେଳି ଚୋରି କରି ନେଇଛନ୍ତି।

Battery-theft gang busted: ବ୍ୟାଟେରି ଚୋରି ଗ୍ୟାଙ୍ଗ୍‌ ଠାବ, ୪ ଗିରଫ: ହାଇୱା, ଏକ୍ସକାଭେଟର୍‌ରୁ ଚୋରି, ୧୦ ବ୍ୟାଟେରି ଓ ସ୍କର୍ପିଓ ଜବତ ବୈଶିଙ୍ଗା ଥାନାଠାରୁ ମାତ୍ର ୫୦ ମିଟର ଦୂରରେ ଅପରାହ୍ନ ପ୍ରାୟ ୪ଟା ସମୟରେ ହାତୀଝୁରି ଗ୍ରାମର ଅନାଦି ଚରଣ ମହାନ୍ତ ନିଜ ବାଇକ୍‌ ରଖି ଚା' ପିଉଥିଲେ।

ଏହି ସମୟରେ ଜଣେ ଦୁର୍ବୃତ୍ତ ହଠାତ୍‌ ତାଙ୍କ ବାଇକ୍‌ ନେଇ ଥାନା ପାଚେରୀ ପାର୍ଶ୍ୱ ଦେଇ ମାଣତ୍ରୀ ରାସ୍ତାରେ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି।

ବାଇକ୍‌ ଚୋରି ହେବା ଦେଖି ଅସହାୟ ବୃଦ୍ଧ ଚିତ୍କାର କରିବା ସହ ନିକଟସ୍ଥ ଥାନାକୁ ଦୌଡ଼ି ଯାଇ ପୁଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ।

ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ପ୍ରଥମେ ଏତଲା ଦେବାକୁ କୁହାଯାଇଥିବା ଅଭିଯୋଗ ହୋଇଛି।

ଥାନା ଅଧିକାରୀ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କୁହାଯାଇଥିବା ମଧ୍ୟ ବୃଦ୍ଧ ଅଭିଯୋଗ କରିଛନ୍ତି।

Cyber ​​attacks: ୩୨ କୋଟି ଲୋକଙ୍କ ତଥ୍ୟ ଚୋରି: ବିଶ୍ବବ୍ୟାପୀ ବଢ଼ୁଛି ସାଇବର୍‌ ଆକ୍ରମଣ ବୈଶିଙ୍ଗା ଅଞ୍ଚଳରେ ଗତ ଏକ ମାସ ମଧ୍ୟରେ ପ୍ରାୟ ୧୦ରୁ ଅଧିକ ସ୍ଥାନରେ ବିଭିନ୍ନ ପ୍ରକାରର ଚୋରି ଘଟଣା ଘଟିଥିବା ଅଭିଯୋଗ ହୋଇଛି।

ଏକ ପରେ ଏକ ଚୋରି ଘଟଣା ଘଟୁଥିବା ବେଳେ ଅପରାଧୀଙ୍କୁ ଧରିବାରେ ପୁଲିସର ସଫଳତା ନଥିବା ଅଭିଯୋଗ ଅଞ୍ଚଳବାସୀଙ୍କ ମନରେ ଭୟ ଓ ଅସନ୍ତୋଷ ସୃଷ୍ଟି କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)