Punjab: ପଞ୍ଜାବ ଶିବସେନା ନେତାଙ୍କ ଘରେ ହେରୋଇନ୍‌ ରଖି ଫସାଇବାକୁ ଉଦ୍ୟମ

Nov 02, 2026 - 21:41
Punjab: ପଞ୍ଜାବ ଶିବସେନା ନେତାଙ୍କ ଘରେ ହେରୋଇନ୍‌ ରଖି ଫସାଇବାକୁ ଉଦ୍ୟମ

ଅମୃତସର: ପଞ୍ଜାବର ଜଣେ ସ୍ଥାନୀୟ ଶିବସେନା ନେତାଙ୍କୁ ନିଶାଦ୍ରବ୍ୟ ମାମଲାରେ ଫସାଇବାକୁ ତାଙ୍କ ଘରେ ହେରୋଇନ୍‌ ରଖିଥିବା ଅଭିଯୋଗରେ ଜଣେ ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର (ଏଏସ୍‌ଆଇ)ଙ୍କୁ ନିଲମ୍ବିତ କରାଯାଇଛି।

ଗୁପ୍ତ କ୍ୟାମେରାରେ ତାଙ୍କର ଏହି କାର୍ଯ୍ୟକଳାପ ରେକର୍ଡ ହେବା ପରେ ଘଟଣା ସାମ୍ନାକୁ ଆସିଛି।

ଏହାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ମଧ୍ୟ ଗଠନ କରାଯାଇଛି।

Advertisment ଆହୁରି ପଢନ୍ତୁ : Germany: ଜର୍ମାନୀରେ ଭାରତୀୟ ପ୍ରବାସୀଙ୍କ ସଂଖ୍ୟା ୪ ଲକ୍ଷ ଅତିକ୍ରମ କଲା, ପାଠ ପଢୁଛନ୍ତି ୭୦ ହଜାର ଭାରତୀୟ ଛାତ୍ରଛାତ୍ରୀ ଖନ୍ନାର କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା (ସିଆଇଏ)ରେ ନିଯୁକ୍ତ ଏଏସ୍‌ଆଇ ସୁଖଦେବ ସିଂହ ଶିବସେନା (ପଞ୍ଜାବ) ନେତା ମହନ୍ତ କାଶ୍ମୀର ଗିରିଙ୍କ ଘରେ ହେରୋଇନ୍‌ ରଖିଥିବା ଅଭିଯୋଗ ହୋଇଛି।

ଖନ୍ନାର ବରିଷ୍ଠ ପୁଲିସ ଅଧୀକ୍ଷକ (ଏସ୍‌ଏସ୍‌ପି) ଦର୍ପଣ ଆହ୍ଲୁୱାଲିଆ ତାଙ୍କୁ ନିଲମ୍ବିତ କରିବା ସହ ବିଭାଗୀୟ ତଦନ୍ତ ଆରମ୍ଭ କରିଛନ୍ତି।

ଗୁରଜନ୍ତ ସିଂହ ଓରଫ ଜନ୍ତାଙ୍କ ଗିରଫଦାରୀରୁ ଏହି ମାମଲାର ଆରମ୍ଭ ହୋଇଥିଲା।

ସେ ମହନ୍ତ କାଶ୍ମୀର ଗିରିଙ୍କ ଡ୍ରାଇଭର।

ତାଙ୍କ ନିକଟରୁ ୭.୫ ଗ୍ରାମ୍ ହେରୋଇନ୍‌ ଜବତ ହୋଇଥିଲା।

ପରେ ପୁଲିସ ଜେରା ବେଳେ ଗିରିଙ୍କ ନାମ ସାମ୍ନାକୁ ଆସିଥିଲା।

ଏହାପରେ ତାଙ୍କୁ ମିଥ୍ୟା ମାମଲାରେ ଫସାଇବାକୁ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ ଉଠିଛି।

ଆହୁରି ପଢନ୍ତୁ : MGNREGA: 'ଭିବିଜି ରାମଜି' ଅଭିଯୋଗର ୧୫ ଦିନ ମଧ୍ୟରେ ସମାଧାନ, ସରକାର ଆଣିଲେ ନୂଆ ନିୟମ ଅଭିଯୋଗ ଅନୁଯାୟୀ, ଶନିବାର ଅପରାହ୍ଣରେ ଏଏସ୍‌ଆଇ ସୁଖଦେବ ସିଂହ ସାଧା ପୋଷାକରେ ଖଟିକନ ଚୌକ ନିକଟରେ ଥିବା ଗିରିଙ୍କ ଘରେ ପ୍ରବେଶ କରିଥିଲେ।

ଘରର ଏକ କୋଠରିରେ ଲାଗିଥିବା ଗୁପ୍ତ କ୍ୟାମେରା ରେ ତାଙ୍କ କାର୍ଯ୍ୟକଳାପ ରେକର୍ଡ ହୋଇଥିଲା।

ଫୁଟେଜ୍‌ରେ ସେ ଗଦି ତଳେ ଏକ ବସ୍ତୁ ରଖୁଥିବା ଦେଖାଯାଇଥିଲା।

କିଛି ସମୟ ପରେ ସଦର ଥାନା ଅଧିକାରୀ ବିଜୟପାଲ ସିଂହ ଓ ସିଟି-୨ ଥାନା ଅଧିକାରୀ ତରବିନ୍ଦର କୁମାର ବେଦୀଙ୍କ ସମେତ ଏକ ପୁଲିସ ଟିମ୍‌ ଗିରିଙ୍କ ଘରେ ଚଢ଼ଉ କରିଥିଲା।

ଗଦି ତଳୁ ୩୦ ଗ୍ରାମ୍ ହେରୋଇନ୍‌ ମିଳିଥିବା ଦାବି କରି ପୁଲିସ ତାଙ୍କୁ ଗିରଫ କରିଥିଲା।

ଆହୁରି ପଢନ୍ତୁ : Awareness: ଓଜିବିରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ତେବେ ଶନିବାର ସନ୍ଧ୍ୟାରେ ଗୁପ୍ତ କ୍ୟାମେରାର ଫୁଟେଜ୍‌ ଯାଞ୍ଚ ପରେ ଘଟଣାର ପର୍ଦ୍ଦାଫାଶ ହୋଇଥିଲା।

ଭିଡିଓ ଦେଖି ଏସ୍‌ଏସ୍‌ପି ଆହ୍ଲୁୱାଲିଆ ଗିରିଙ୍କୁ ମାମଲାରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ରବିବାର ଫୁଟେଜ୍‌ର ସତ୍ୟତା ଯାଞ୍ଚ ହେବା ପରେ ଏଏସ୍‌ଆଇଙ୍କୁ ନିଲମ୍ବିତ କରାଯାଇଥିଲା।

ଏସ୍‌ପି ପାହ୍ୟାର ଜଣେ ଅଧିକାରୀଙ୍କ ନେତୃତ୍ୱରେ ଗଠିତ ଏସ୍‌ଆଇଟି ଘଟଣାର ସମସ୍ତ ଦିଗ ଯାଞ୍ଚ କରିବା ସହ ଅନ୍ୟ ପୁଲିସ କର୍ମଚାରୀଙ୍କ ସମ୍ପୃକ୍ତି ଥିଲା କି ନାହିଁ, ତାହାର ତଦନ୍ତ କରିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)