Sensex Loses Over 1,600 Points From Day's High: ହଠାତ୍ ଧସିଲା ସେୟାର ବଜାର, ୧୦୦୦ ପଏଣ୍ଟରୁ ଅଧିକ ଖସିଲା ସେନସେକ୍ସ, ନିବେଶକଙ୍କ ମଧ୍ୟରେ ଛନକା

Nov 23, 2026 - 14:55
Sensex Loses Over 1,600 Points From Day's High: ହଠାତ୍ ଧସିଲା ସେୟାର ବଜାର, ୧୦୦୦ ପଏଣ୍ଟରୁ ଅଧିକ ଖସିଲା ସେନସେକ୍ସ, ନିବେଶକଙ୍କ ମଧ୍ୟରେ ଛନକା

ସପ୍ତାହର ପ୍ରଥମ କାରବାର ଦିନରେ ଭାରତୀୟ ସେୟାର ବଜାରରେ ବଡ଼ ଧରଣର ହଲଚଲ।

ସକାଳେ ସବୁଜ ସଙ୍କେତ ସହ ଖୋଲିଥିବା ବଜାର କିଛି ସମୟ ପରେ ହଠାତ୍ ଲାଲ୍ ହୋଇଯାଇଛି।

ଦେଖୁ ଦେଖୁ ୧୦୦୦ ପଏଣ୍ଟରୁ ଅଧିକ ଖସିଛି ସେନସେକ୍ସ।

ଅନ୍ୟପଟେ ନିଫ୍ଟି ମଧ୍ୟ ୨୫,୫୦୦ ତଳକୁ ଖସିଯାଇଛି।

ବ୍ୟାଙ୍କିଂ, ଫାଇନାନ୍ସ ଓ ମେଟାଲ୍ ସେୟାରରେ ଜୋରଦାର ବିକ୍ରି ଯୋଗୁଁ ବଜାରରେ ଏହି ହ୍ରାସ ଦେଖିବାକୁ ମିଳିଛି।

Advertisment ସୋମବାର ମଧ୍ୟାହ୍ନ ୧୨ଟା ୪୫ ସୁଦ୍ଧା ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ ୧,୦୩୮.୮୨ ପଏଣ୍ଟ ବା ୧.୨୪ ପ୍ରତିଶତ ହ୍ରାସ ପାଇ ୮୨,୮୮୦.୮୯ରେ କାରବାର କରୁଥିଲା।

ସେହିପରି ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୩୧୨.୮୫ ପଏଣ୍ଟ ବା ୧.୨୧ ପ୍ରତିଶତ ଖସି ୨୫,୪୮୭.୭୫ରେ ପହଞ୍ଚିଥିଲା।

ଦିନର କାରବାର ଆରମ୍ଭରେ ଉଭୟ ସୂଚକାଙ୍କ ପ୍ରାୟ ୦.୮ ପ୍ରତିଶତ ବୃଦ୍ଧି ପାଇଥିଲା।

କିନ୍ତୁ ପରେ ବିକ୍ରି ଚାପ ଯୋଗୁଁ ସବୁ ଲାଭ ହଜିଯାଇଥିଲା।

କାହିଁକି ହଠାତ୍ ଖସିଲା ସେୟାର ବଜାର?

ବଜାର ଖସିବାର ସବୁଠାରୁ ବଡ଼ କାରଣ ହେଉଛି ପ୍ରଫିଟ୍ ବୁକିଂ।

ନଭେମ୍ବର ମାସରେ ସେନସେକ୍ସ ପ୍ରାୟ ୧୨.୨ ପ୍ରତିଶତ ଏବଂ ନିଫ୍ଟି ୧୧.୪ ପ୍ରତିଶତ ବୃଦ୍ଧି ପାଇଥିଲା।

ଲଗାତାର ଚାରି ସପ୍ତାହର ଲାଭ ପରେ ନିବେଶକମାନେ ନିଜ ସେୟାର ବିକ୍ରି କରି ଲାଭ ଉଠାଇବା ଆରମ୍ଭ କରିଛନ୍ତି।

Advertisment ବ୍ୟାଙ୍କିଂ ଓ ଫାଇନାନ୍ସ ସେୟାରରେ ମଧ୍ୟ ବଡ଼ ଧରଣର ହ୍ରାସ ହୋଇଛି।

ବ୍ୟାଙ୍କିଂ ଓ ପ୍ରାଇଭେଟ୍ ବ୍ୟାଙ୍କ ସୂଚକାଙ୍କ ପ୍ରାୟ ୧.୯ ପ୍ରତିଶତ ଖସିଛି।

ସରକାରୀ ବ୍ୟାଙ୍କ ସେୟାର ମଧ୍ୟ ୨.୪ ପ୍ରତିଶତ ହ୍ରାସ ପାଇଛି।

ଟାଟା ଷ୍ଟିଲ୍ ସେୟାରରେ ବଡ଼ ଝଟକା ମେଟାଲ୍ ସେକ୍ଟରରେ ମଧ୍ୟ ବିକ୍ରି ଚାପ ଦେଖାଦେଇଛି।

ମେଟାଲ୍ ସୂଚକାଙ୍କ ୨.୪ ପ୍ରତିଶତ ଖସିଛି।

ଟାଟା ଷ୍ଟିଲ୍ ସେୟାର ୫.୫ ପ୍ରତିଶତ ହ୍ରାସ ପାଇଥିବା ବେଳେ APL Apollo Tubesର ସେୟାର ୧୪.୯ ପ୍ରତିଶତ ଖସିଛି।

ଏହାସହ ଆମେରିକାରେ ସୁଧହାର ବୃଦ୍ଧି ଆଶଙ୍କା ଏବଂ AI କ୍ଷେତ୍ରରେ ବିପୁଳ ନିବେଶକୁ ନେଇ ବିଶ୍ୱ ବଜାରରେ ଚିନ୍ତା ବଢ଼ିଛି।

ଏହାର ପ୍ରଭାବ ଏସୀୟ ବଜାର ଉପରେ ମଧ୍ୟ ପଡ଼ିଛି।

ଆଗକୁ କ'ଣ ହେବ?

ତେବେ ବଜାରର ଏହି ହ୍ରାସ ସତ୍ତ୍ୱେ ନଭେମ୍ବରରେ ଭାରତୀୟ ସେୟାର ବଜାରକୁ ବିଦେଶୀ ନିବେଶକଙ୍କ ଭଲ ସମର୍ଥନ ମିଳିଛି।

ଚଳିତ ମାସରେ ବିଦେଶୀ ନିବେଶକ ପ୍ରାୟ ୧୩ ବିଲିୟନ୍ ଡଲାରର ସେୟାର କିଣିଛନ୍ତି।

ଆଗାମୀ ଦିନରେ ବିଦେଶୀ ପୁଞ୍ଜି ନିବେଶ, ଆମେରିକାର ସୁଧହାର ଏବଂ କମ୍ପାନୀଗୁଡ଼ିକର ଆୟ ଉପରେ ନିବେଶକଙ୍କ ନଜର ରହିବ।

ନିଫ୍ଟି ପୁଣି ୨୬,୦୦୦ ଅଙ୍କ ଅତିକ୍ରମ କରିପାରୁଛି କି ନାହିଁ, ତାହା ମଧ୍ୟ ବଜାରର ପରବର୍ତ୍ତୀ ଦିଗ ନିର୍ଦ୍ଧାରଣ କରିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)