Odisha Assembly Winter Session 2026: ତିନି ଦିନର ହଟ୍ଟଗୋଳ ପରେ ଆଜି ପୁଣି ବସିବ ବିଧାନସଭା, ଅତିରିକ୍ତ ବଜେଟ୍ ଉପରେ ହେବ ଆଲୋଚନା
ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ପଞ୍ଚମ ଦିନ।
ଲଗାତାର ତିନି ଦିନ ଧରି ଗୃହରେ ଚାଲିଥିବା ହଟ୍ଟଗୋଳ ପରେ ଗତକାଲି ସ୍ୱାଭାବିକ ହୋଇଥିଲା ଗୃହ କାର୍ଯ୍ୟ।
ଆଜି ମଧ୍ୟ ଗୃହରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ରହିଛି ଆଲୋଚନା।
Advertisment ପ୍ରଶ୍ନକାଳରେ କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି, ମତ୍ସ୍ୟ ଓ ପ୍ରାଣୀସମ୍ପଦ, ଯୋଗାଣ, ସମବାୟ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖିବେ ସମ୍ପୃକ୍ତ ମନ୍ତ୍ରୀ।
ସେହିପରି ଆଜିଠାରୁ ଗୃହରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ର ଖର୍ଚ୍ଚ ଦାବି ଉପରେ ଆରମ୍ଭ ହେବ ଆଲୋଚନା।
ପ୍ରଥମ ଦିନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚ ଦାବି ଉପରେ ହେବ ବିତର୍କ।
Advertisment ତେବେ ତିନି ଦିନର ଅଚଳାବସ୍ଥା ପରେ ସ୍ୱାଭାବିକ ହୋଇଥିବା ଗୃହ କାର୍ଯ୍ୟ ଆଜି କେତେଦୂର ସୁରୁଖୁରୁରେ ଚାଲୁଛି, ତାହା ଉପରେ ରହିବ ନଜର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
