Sensex Crash: ସେନ୍ସେକ୍ସ ୧୪୮୪ ପଏଣ୍ଟ ଖସିଲା
ମୁମ୍ବାଇ: ଭାରତୀୟ ସେୟାର ବଜାରରେ ସୋମବାର ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି।
କାରବାର ଆରମ୍ଭରେ ବଜାର ଉପରମୁହାଁ ହୋଇଥିଲେ ମଧ୍ୟ ପରେ ନିବେଶକମାନେ ବ୍ୟାପକ ଭାବେ ସେୟାର ବିକ୍ରି କରିବାରୁ ବଜାର ତଳକୁ ଖସିଥିଲା।
ଏହାର ପ୍ରଭାବରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୧,୪୮୩.୭୨ ପଏଣ୍ଟ ହ୍ରାସ ପାଇ ୮୨,୪୩୫.୯୯ ପଏଣ୍ଟରେ ବନ୍ଦ ହୋଇଛି।
ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୪୫୦.୯୫ ପଏଣ୍ଟ ଖସି ୨୫,୩୪୯.୬୫ ପଏଣ୍ଟରେ ପହଞ୍ଚିଛି।
ଏହି ହ୍ରାସ ଯୋଗୁଁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ ବଜାର ମୂଲ୍ୟ ପ୍ରାୟ ୬.୩୯ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି।
Advertisment ଗତ ଚାରି ସପ୍ତାହ ଧରି ଭାରତୀୟ ସେୟାର ବଜାରରେ ଭଲ ବୃଦ୍ଧି ଦେଖାଯାଇଥିଲା।
ନିଫ୍ଟି ନଭେମ୍ବର ମାସରେ ପ୍ରାୟ ୧୧-୧୨% ବଢ଼ିଥିଲା।
ଏହି ବୃଦ୍ଧିରୁ ଲାଭ ଉଠାଇବା ପାଇଁ ଅନେକ ନିବେଶକ ସେୟାର ବିକ୍ରି କରିଥିଲେ।
ସୋମବାର ବ୍ୟାଙ୍କ ଓ ଧାତବ ଉତ୍ପାଦନକାରୀ କମ୍ପାନିଗୁଡ଼ିକର ସେୟାରରେ ଅଧିକ ବିକ୍ରି ଚାପ ରହିଥିଲା।
ଆକ୍ସିସ୍ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏଚ୍ଡିଏଫ୍ସି ବ୍ୟାଙ୍କ ଓ ଷ୍ଟେଟ୍ ବ୍ୟାଙ୍କର ସେୟାର ହ୍ରାସ ପାଇଥିଲା।
ନିବେଶକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ନିଫ୍ଟି ବ୍ୟାଙ୍କ ସୂଚକାଙ୍କ ପ୍ରାୟ ୩.୨ ପ୍ରତିଶତ ଖସିଥିଲା।
ଧାତବ କମ୍ପାନିଗୁଡ଼ିକ ମଧ୍ୟରେ ଟାଟା ଷ୍ଟିଲ୍ର ସେୟାର ସର୍ବାଧିକ ୮.୪%ରୁ ଅଧିକ ହ୍ରାସ ପାଇଥିଲା।
ଏପିଏଲ୍ ଆପୋଲୋ ଟ୍ୟୁବ୍ସରେ ୨୬.୩୮ ପ୍ରତିଶତ ଅଂଶଧନ କିଣିବା ପାଇଁ ଟାଟା ଷ୍ଟିଲ୍ର ଘୋଷଣା ପରେ ଏହି କମ୍ପାନିର ଆର୍ଥିକ ବୋଝ ଓ କାରବାରର ମୂଲ୍ୟକୁ ନେଇ ନିବେଶକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଥିଲା।
ଏପିଏଲ୍ ଆପୋଲୋର ସେୟାର ମଧ୍ୟ ୨୧%ରୁ ଅଧିକ ଖସିଥିଲା।
ଟିସିଏସ୍, ଟେକ୍ ମହିନ୍ଦ୍ରା ଓ ଏଚ୍ସିଏଲ୍ ଟେକ୍ନୋଲୋଜିର ସେୟାର ବଢ଼ିଥିଲା।
ନିଫ୍ଟି ଆଇଟି ସୂଚକାଙ୍କ ପ୍ରାୟ ୧.୭ ପ୍ରତିଶତ ବୃଦ୍ଧି ପାଇଥିଲା।
WhatsApp Web: ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କୁ ସରକାରଙ୍କ କଡ଼ା ଚେତାବନୀ!
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
