Scorpio on the roof: ଛାତ ଉପରେ ସ୍କର୍ପିଓ

Sep 09, 2026 - 07:46
Scorpio on the roof: ଛାତ ଉପରେ ସ୍କର୍ପିଓ

"କଷ୍ଟଅର୍ଜିତ ହେଉ କି ଉପହାରରେ ମିଳିଥିବା କୌଣସି ଦାମୀ ଜିନିଷ ହେଉ, ଚୋରଙ୍କ ଦାଉରୁ ତାକୁ ସୁରକ୍ଷା ଦେବାଲାଗି ସମସ୍ତେ ଚାହାନ୍ତି।

ବିଶେଷକରି ଲମ୍ବା ଛୁଟିରେ ପରିବାର ସହ କୁଆଡ଼େ ବୁଲାବୁଲି କି ବନ୍ଧୁ, ସମ୍ପର୍କୀୟ ଘରକୁ ଯାଉଥିଲେ ଏହି ଚିନ୍ତା ଆହୁରି ବଢ଼ିଯାଏ।

ଏଭଳି ସମୟରେ ବିହାର ମୋତିଗଞ୍ଜର ମନୋଜ ଯାଦବ ତାଙ୍କ ନୂଆ କିଣା ହୋଇଥିବା ସ୍କର୍ପିଓକୁ ଚୋରିରୁ ସୁରକ୍ଷିତ ରଖିବାକୁ ଏଭଳି ଏକ ଅଭିନବ ତରିକା (ସ୍ଥାନୀୟ ଭାଷାରେ ଜୁଗାଡ୍‌) ଆପଣେଇଛନ୍ତି, ଯାହା ସୋସିଆଲ୍‌ ମିଡିଆରେ ଖୁବ୍ ଚର୍ଚ୍ଚାରେ ଅଛି।

କଥା ହେଲା, ମନୋଜ ଇସ୍ରାଏଲ୍‌ରେ କାମ କରନ୍ତି।

ସେ ଘରକୁ ଆସିଥିବାବେଳେ ଏକ ଏସ୍‌ୟୁଭି କିଣିଥିଲେ।

ଜଣେ ଡ୍ରାଇଭର୍‌ ବି ରଖିଥିଲେ।

ହେଲେ ନିକଟରେ ଡ୍ରାଇଭର୍‌ଜଣକ ଚାକିରି ଛାଡ଼ିଦେଲେ।Advertisment Annual function: ଓଡ଼ିଶା ସୋସାଇଟି ୟୁକେର ବାର୍ଷିକ ଉତ୍ସବ ପାଳନ ମନୋଜ ତାଙ୍କ ପରିବାର ସହ ବିଦେଶକୁ ଫେରିଯିବା ଆଗରୁ ନୂଆ ସ୍କର୍ପିଓଟିର ନିରାପତ୍ତା କଥା ଚିନ୍ତାକରି ଏକ ଅଭିନବ ଉପାୟ ପାଞ୍ଚିଲେ।

ସେ କ୍ରେନ୍‌ ଯୋଗେ ଗାଡ଼ିଟିକୁ ଏୟାର୍‌ ଲିଫ୍‌ଟ କରାଇ ତାଙ୍କ ଦୁଇମହଲାବିଶିଷ୍ଟ ଘରର ସବା ଉପର ଛାତରେ ଥୋଇ ଦେଇଛନ୍ତି।

ତାଙ୍କର ଦୃଢ଼ ଆଶା, ଛାତ ଉପରେ ଥିବା ଗାଡ଼ି ଉପରେ ଆଉ କାହାର ଖରାପ ଦୃଷ୍ଟି ପଡ଼ିବାର ନାହିଁ, ତାକୁ କେଉଁ ଚୋର ଛୁଇଁବାର ବି ସାଧ୍ୟ ନାହିଁ।

ଗାଡ଼ିଟି ଏବେ ଘରର ଛାତ ଉପର ସୁରକ୍ଷିତ ଭାବେ ରହିଛି।

କ୍ରେନ୍‌ ସାହାଯ୍ୟରେ କାର୍‌ଟିକୁ ଛାତକୁ ଉଠାଇବାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଅଗଣିତ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି।

ମନୋଜଙ୍କ "ଜୁଗାଡ୍‌" କାହାକୁ ହସର ଖୋରାକ୍‌ ଯୋଗାଉଛି ତ ଆଉ କେହି କେହି ଚୋରିକୁ ନେଇ ଚିନ୍ତା ପ୍ରକଟ କରି ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।

ଛାତ ଉପରେ ସ୍କର୍ପିଓର ଦୃଶ୍ୟ ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି।

Workshop: ହରିପୁରରେ ୩ ଦିନିଆ ଗୁରୁଦିବସ କର୍ମଶାଳା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)