School Holiday: କାଲି ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ଛୁଟି! ପ୍ରବଳ ବର୍ଷା ଆଶଙ୍କାରେ ବଡ଼ ନିଷ୍ପତ୍ତି ନେଲେ ଜିଲ୍ଲାପାଳ

Nov 20, 2026 - 18:55
School Holiday: କାଲି ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ଛୁଟି! ପ୍ରବଳ ବର୍ଷା ଆଶଙ୍କାରେ ବଡ଼ ନିଷ୍ପତ୍ତି ନେଲେ ଜିଲ୍ଲାପାଳ

ବାତ୍ୟା 'ଅକୱାନ' ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି।

ଏହାରି ମଧ୍ୟରେ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି।

ନିଷ୍ପତ୍ତି ଅନୁସାରେ, ନଭେମ୍ବର ୨୧ ତାରିଖ ଶନିବାର ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।

Advertisment ସ୍କୁଲ, କଲେଜ ସହ କୋଚିଂ ସେଣ୍ଟର ମଧ୍ୟ ଛୁଟି ଏହି ଛୁଟି ନିର୍ଦ୍ଦେଶ ଅନୁସାରେ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବନ୍ଦ ରହିବ।

ଏହାସହ ଡିଗ୍ରୀ କଲେଜ, କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକ ମଧ୍ୟ ଛୁଟି ରହିବ।

ଘରୋଇ କୋଚିଂ ଓ ଟ୍ୟୁସନ୍ ସେଣ୍ଟରଗୁଡ଼ିକୁ ମଧ୍ୟ ବନ୍ଦ ରଖିବାକୁ କୁହାଯାଇଛି।

ଭଦ୍ରକକୁ ପ୍ରବଳ ବର୍ଷା ସତର୍କତା ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ବାତ୍ୟା ପ୍ରଭାବରେ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ବର୍ଷା ଜାରି ରହିପାରେ।

ଭଦ୍ରକ ଜିଲ୍ଲା ପାଇଁ ନଭେମ୍ବର ୨୧ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ରିପୋର୍ଟ ମିଳିଛି।

ସେହିପରି ୨୧ ତାରିଖ ସକାଳ ସାଢ଼େ ୮ଟାରୁ ୨୨ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ କେତେକ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି।

Advertisment ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ପ୍ରବଳ ବର୍ଷା ଯୋଗୁଁ ରାସ୍ତାଘାଟରେ ପାଣି ଜମିବା, ଯାତାୟାତରେ ସମସ୍ୟା ଏବଂ ଅନ୍ୟାନ୍ୟ ଅସୁବିଧା ସୃଷ୍ଟି ହେବାର ଆଶଙ୍କା ରହିଛି।

ବିଶେଷକରି ଛୋଟ ପିଲା ଓ ଦୂରଦୂରାନ୍ତରୁ ସ୍କୁଲ କଲେଜ ଆସୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ଆଗୁଆ ପଦକ୍ଷେପ ନେଇଛି।

ଅଭିଭାବକମାନଙ୍କୁ ପାଣିପାଗ ସମ୍ପର୍କିତ ସତର୍କ ସୂଚନା ଅନୁସରଣ କରିବା ସହ ଅନାବଶ୍ୟକ ଭାବେ ପିଲାମାନଙ୍କୁ ବାହାରକୁ ନପଠାଇବାକୁ ପରାମର୍ଶ ଦିଆଯାଉଛି।

କାଲି ଭଦ୍ରକରେ ସବୁ ଶିକ୍ଷାନୁଷ୍ଠାନ ଛୁଟି ଛୁଟି ଘୋଷଣା କଲେ ଭଦ୍ରକ ଜିଲ୍ଲାପାଳ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା ନିଷ୍ପତ୍ତି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)