Satyagraha: ରାସ୍ତା ପାଇଁ ସତ୍ୟାଗ୍ରହ: ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା

Nov 24, 2026 - 03:48
Satyagraha: ରାସ୍ତା ପାଇଁ ସତ୍ୟାଗ୍ରହ: ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା

ରାୟଗଡ଼ା: ବର୍ଷତମାମ ନଦୀରେ ପଶି ପାର ହେବାକୁ ପଡୁଛି।

ପ୍ରତିଶ୍ରୁତି ମିଳୁଛି କିନ୍ତୁ ରାସ୍ତା କି ପୋଲଟିଏ ହୋଇପାରୁନି।

ଗାଁକୁ ପକ୍କାରାସ୍ତା ଦାବିରେ ଶେଷରେ ସତ୍ୟାଗ୍ରହକୁ ଓହ୍ଲାଇଛନ୍ତି ରାୟଗଡ଼ା ବ୍ଲକ୍‌ ପୂଜାରୀବମ୍ବୁ ଗ୍ରାମବାସୀ।

ପଦଯାତ୍ରାରେ ଗାଁରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି।

ସ୍ବାଧୀନତାର ୮ ଦଶନ୍ଧି ପରେ ମଧ୍ୟ ରାସ୍ତା ଭଳି ମୌଳିକ ସୁବିଧାରୁ ବଞ୍ଚିତ ଅଭିଯୋଗ କରି ଏପରି ପଦକ୍ଷେପ ନେଇଛନ୍ତି ଗ୍ରାମବାସୀ।

୨୮ ତାରିଖ ମଧ୍ୟରେ ଉଚିତ ପଦକ୍ଷେପ ନନେଲେ ୨୯ରେ ଜିଲ୍ଲା ପ୍ରଶାସନର ଅପାରଗତା ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଦଯାତ୍ରାରେ ଯିବୁ।

ମରିଯିବୁ ପଛେ ଗାଁକୁ ରାସ୍ତା ନହେବା ପର୍ଯ୍ୟନ୍ତ ସତ୍ୟାଗ୍ରହରୁ ଓହରିବୁ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Advertisment ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ୨୮ ଯାଏଁ ମହଲତ, ନଚେତ୍‌ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ପଦଯାତ୍ରା ସୂଚନାଯୋଗ୍ୟ, ରାସ୍ତା, ଶିକ୍ଷା, ସ୍ବାସ୍ଥ୍ୟ ସୁବିଧା ଦାବିରେ ଗ୍ରାମବାସୀ ଆନ୍ଦୋଳନ କରି ଆସୁଛନ୍ତି।

ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହେବା ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସୋମବାର ପଦଯାତ୍ରା ଏବଂ ୩ ଦିନିଆ ଅହିଂସା ସତ୍ୟାଗ୍ରହ ଆରମ୍ଭ କରିଛନ୍ତି।

ଜିଲ୍ଲା ମୁଖ୍ୟାଳୟରୁ ମାତ୍ର ୬ କିମି ଦୂରରେ ଥିବା ପୂଜାରୀବମ୍ବୁ ଗ୍ରାମକୁ ପକ୍କାରାସ୍ତା ନଥିବାରୁ ଗ୍ରାମବାସୀଙ୍କୁ ଦୈନନ୍ଦିନ କାର୍ଯ୍ୟ ଲାଗି ନାଗାବଳୀ ନଦୀ ପାର ହେବାକୁ ପଡ଼ୁଛି।

ଗର୍ଭବତୀ, ରୋଗୀଙ୍କୁ ଖଟିଆରେ ବୋହି ଡାକ୍ତରଖାନା ନେଉଛନ୍ତି।

ପ୍ରଶାସନ ତୁରନ୍ତ ଏମାନଙ୍କ ଦୁଃଖ ନବୁଝିଲେ ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଆବେଦନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇ ଚର୍ଚ୍ଚାକୁ ଆସିଥିଲେ।

ଫଳରେ ନଭେମ୍ବର ୧୨ରେ ବ୍ଳକ୍ ପ୍ରଶାସନ ତରବରିଆ ଭାବେ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲା।

ରାସ୍ତା ନିର୍ମାଣ ଲାଗି ୩ଟି ବିକଳ୍ପ ମାର୍ଗ ଚିହ୍ନଟ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା।

୧୭ ତାରିଖରେ ବିଡିଓ ସୁଜିତ ମିଶ୍ର, ସରପଞ୍ଚ ବିନିମା ମାଝୀ, ଏସ୍‌ଡିସି ଉପାଧ୍ୟକ୍ଷା ମଞ୍ଜୁଲତା ମିଣିଆକା, ପିଇଓ ବିଜୟ କୁମାର ନାୟକ, ଜିଆର୍‌ଏସ୍ ଏନ୍‌.ମୁରଲୀମୋହନ ପ୍ରମୁଖ ପୂଜାରୀବମ୍ବୁ ଗ୍ରାମକୁ ଯାଇଥିଲେ।

ଗ୍ରାମରୁ ଫେରିବା ପରେ ବିଡିଓ, ସରପଞ୍ଚ ଓ ଏସ୍‌ଡିସି ଉପାଧ୍ୟକ୍ଷା ଜିଲ୍ଲାପାଳଙ୍କ ସହ ଆଲୋଚନା କରି ନିଷ୍ପତ୍ତି ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇବେ ବୋଲି କହିଥିଲେ।

କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ଉତ୍ତର ଗ୍ରାମବାସୀ ପାଇନଥିବାରୁ ସତ୍ୟାଗ୍ରହ କରିବାକୁ ନିଷ୍ପତ୍ତି ନେଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)