Satyagraha: ଅତିରିକ୍ତ ଜିଲ୍ଲାପାଳଙ୍କ ପୂଜାରୀବମ୍ବୁ ଗ୍ରାମକୁ ପୋଷ୍ୟଗ୍ରାମ ଘୋଷଣା, ସତ୍ୟାଗ୍ରହ ପ୍ରତ୍ୟାହୃତ

Nov 25, 2026 - 10:17
Satyagraha: ଅତିରିକ୍ତ ଜିଲ୍ଲାପାଳଙ୍କ ପୂଜାରୀବମ୍ବୁ ଗ୍ରାମକୁ ପୋଷ୍ୟଗ୍ରାମ ଘୋଷଣା, ସତ୍ୟାଗ୍ରହ ପ୍ରତ୍ୟାହୃତ

ରାୟଗଡ଼ା(ଶିବ ପ୍ରସାଦ ଦୋରା): ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରବୀନ୍ଦ୍ରନାଥ କହଁର ପୂଜାରୀବମ୍ବୁ ଗ୍ରାମକୁ ପୋଷ୍ୟଗ୍ରାମ ରୂପେ ଗ୍ରହଣ କରିବା ଘୋଷଣା ଏବଂ ୭ଦିନରେ ରାସ୍ତା କାମ ଆରମ୍ଭ ଓ ୬ ମାସରେ ପକ୍କା ରାସ୍ତା ନିର୍ମାଣ ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପରେ ମଧ୍ୟରାତ୍ରୀରେ ପୂଜାରୀବମ୍ବୁ ଗ୍ରାମବାସୀ ସତ୍ୟାଗ୍ରହକୁ ପ୍ରତ୍ୟାହାର କରିଛନ୍ତି।

ଜିଲ୍ଲାପାଳ ଆସି ଆଲୋଚନ ନକରିଲେ ଆମେ ସତ୍ୟାଗ୍ରହରୁ ହଟିବୁନାହିଁ ବୋଲି କହୁଥିବା ଗ୍ରାମବାସୀ ମଧ୍ୟରାତ୍ରରେ ନରମିଥିଲେ।

ଗତକାଲି ସନ୍ଧ୍ୟା ସମୟରେ ଜିଲ୍ଲାପାଳ ଆଲୋଚନାକୁ ଆସିବେ ନାହିଁ ବୋଲି ଖବର ଆସିବା ପରେ ଗ୍ରାମବାସୀ ଭୁବନେଶ୍ବର ଅଭିମୁଖେ ପଦଯାତ୍ର ଆରମ୍ଭ କରିଥିଲେ।

ରାୟଗଡାରୁ ପାଖାପାଖି ୧୪ କିମି ପଦଯାତ୍ରା କରି ଗ୍ରାମବାସୀମାନେ କୋଲନରା ଗ୍ରାମରେ ପହଁଚିଥିଲେ ।

ଏହି ପଦଯାତ୍ରା ସମୟରେ ମଧ୍ୟ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ କହଁର ଓ ପୁଲିସ ଅଧିକାରୀମାନେ ଆନ୍ଦୋଳନକାରୀ ମାନଙ୍କୁ ପଦଯାତ୍ରାକୁ ଅଟକାଇବାକୁ ନିବେଦନ କରିଥିଲେ।

ଏହି ପଦଯାତ୍ରା ସମୟରେ ପୁଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୃତୟନ କରାଯାଇଥିଲା।

Advertisment ସତ୍ୟାଗ୍ରହୀମାନେ କୋଲନରା ଗ୍ରାମ ଠାରେ ଅଟକିବା ପରେ ପ୍ରଶାସନ ପୁଣି ୩ପର୍ଯ୍ୟାୟ ଆଲୋଚନା କରିଥିଲା।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କହଁର ଗ୍ରାମବାସୀଙ୍କୁ ୭ଦିନରେ ରାସ୍ତା କାମ ଆରମ୍ଭ ଓ ୬ ମାସରେ ପକ୍କା ରାସ୍ତା ନିର୍ମାଣ ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ସହ ଏଡିଏମ ଗ୍ରାମକୁ ପୋଷ୍ୟଗ୍ରାମ ରୂପେ ଗ୍ରହଣ କରି ସମସ୍ତ ସୁବିଧା ଅସୁବିଧା ଦେଖିବି ବୋଲି କହିବା ପରେ ସତ୍ୟାଗ୍ରହି ମାନେ ନରମି ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରସ୍ତାବରେ ରାଜି ହୋଇ ପଦଯାତ୍ରାକୁ ସ୍ଥଗିତ ରିଖିଥିବା ଘୋଷଣା କରିଥିଲେ।

ପ୍ରଶାସନ ପ୍ରତିଶ୍ରୁତି ଅନୁଯାୟୀ କାର୍ଯ୍ୟ ନହେଲେ ପୁଣି ସତ୍ୟାଗ୍ରହ କରାଯିବ ବୋଲି ଗ୍ରାମର ସୁରେଶ କଲାକା କହିଛନ୍ତି ।

ଅତିରିକ୍ତ ଜିଲ୍ଳାପାଳଙ୍କ ପଦକ୍ଷେପକୁ ସାଧାରଣରେ ପ୍ରଶଂସା ଅପରପକ୍ଷରେ ମୌଳିକ ସୁବିଧା ଓ ପ୍ରଶାସନିକ ଉଦାସନୀତାକୁ ନେଇ ଆରମ୍ଭ ହୋଇଥିବା ଘଟଣାରେ ଅତିରିକ୍ତ ଜିଲ୍ଳାପାଳ ରବିନ୍ଦ୍ରନାଥ କହଁରଙ୍କ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି ।

ସୋମବାର ଦିନ ଆରମ୍ଭ ହୋଇଥିବା ପଦଯାତ୍ରା ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହକୁ ଶ୍ରୀ କହଁର ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଆଲୋଚନା କରିବା ସହ ନିରନ୍ତନ ଆଲୋଚନା ଜାରି ରଖିଥିଲେ ।

ଗତକାଲି ସନ୍ଧ୍ୟାରେ ଭୁବନେଶ୍ବରକୁ ପଦଯାତ୍ରା ବାହାରିଥିବା ସମୟରେ ମଧ୍ୟ ଶ୍ରୀ କହଁର ସତ୍ୟାଗ୍ରହୀଙ୍କ ସହ ଆଲୋଚନାକୁ ଜାରି ରଖିଥିଲେ ଏବଂ ରାୟଗଡ଼ାରୁ କୋଲନରା ୧୪କିମି ପଦଯାତ୍ରା ପରେ ଅତିରିକ୍ତ ଜିଲ୍ଳାପାଳଙ୍କ ପ୍ରତିଶୃତିରେ ଗ୍ରାମବାସୀମାନେ ନରମିଥିଲେ ଓ ପ୍ରଶାସନର କାର୍ଯ୍ୟକୁ ସହଯୋଗ କରିବୁ ବୋଲି ସହମତି ପ୍ରଦାନ କରିଥିଲେ।

ଅତିରୀକ୍ତ ଜିଲ୍ଳାପାଳଙ୍କ ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଂଶସା କରାଯାଇଛି ।

Theft: ଡଙ୍ଗା ଭସାଇବାକୁ ଯାଇଥିଲେ ପୁରୀ ; ୩ ଲକ୍ଷରୁ ଅଧିକ ଟଙ୍କାର ଗହଣା ଓ ନଗଦ ୨୫ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ଏଠାରେ ସୂଚନାଯୋଗ୍ୟଯେ ସ୍ବାଧୀନତାର ୮ ଦଶନ୍ଧି ପରେ ମଧ୍ୟ ଲୋକେ ରାସ୍ତା ଭଳି ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଥିବା ଯୋଗୁଁ ଆଜି ପ୍ରଶାସନିକ ଅବହେଳାକୁ ବିରୋଧ କରି ସତ୍ୟାଗ୍ରହ ଆରମ୍ଭ କରିଥିଲେ ।

ମିରିଯିବୁ ପଛେ ବିନା ରାସ୍ତାରେ ଗ୍ରାମକୁ ଫେରିବୁ ନାହିଁ ବୋଲି ଗ୍ରାମବାସୀମାନେ କହିଛନ୍ତି ।

ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ର ୬ କିମି ଦୂରରେ ଥିବା ସଦର ବ୍ଲକ ପୂଜାରୀବମ୍ବୁ ଗ୍ରାମରେ ପକ୍କା ରାସ୍ତା ନଥିବା ଯୋଗୁଁ ଗ୍ରାମବାସୀମାନେ ଭରା ନାଗାବଳୀ ନଦୀ ପାର କରି ଗର୍ଭବତୀ, ରୋଗୀଙ୍କୁ ଖଟିଆରେ ବୋହି ଡାକ୍ତରଖାନା ନେଉଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)