Satellite Images Low Pressure: ଅଧିକ ଘନୀଭୂତ ହେଉଛି ଲଘୁଚାପ, ଉପଗ୍ରହ ଚିତ୍ରରୁ ମିଳିଲା ବଡ଼ ସଙ୍କେତ!
ବଙ୍ଗୋପସାଗରରେ ଶକ୍ତି ବଢ଼ାଉଛି ସ୍ପଷ୍ଟଚିହ୍ନିତ ଲଘୁଚାପ।
ଧୀରେ ଧୀରେ ଅଧିକ ସଂଗଠିତ ହେଉଛି ଲଘୁଚାପର ଘୂର୍ଣ୍ଣାୟମାନ ବାଦଲ।
ଉପଗ୍ରହ ଚିତ୍ରରୁ ମିଳିଛି ଏଭଳି ସଙ୍କେତ।
ବାଦଲର ଏକତ୍ରିକରଣ ସହ ଘୂର୍ଣ୍ଣାୟମାନ ପବନର ବେଗ ମଧ୍ୟ ବଢ଼ିଛି।
Advertisment ଫଳରେ ଲଘୁଚାପର ଘନୀଭୂତ ହେବା ପ୍ରକ୍ରିୟା ଅଧିକ ସକ୍ରିୟ ହୋଇଥିବା ସୂଚନା ମିଳୁଛି।
ଗତକାଲି ତୁଳନାରେ ଆଜି ଲଘୁଚାପ ସହ ଜଡ଼ିତ ବାଦଲର ଘନତା ଓ ଏକତ୍ରିକରଣ ବୃଦ୍ଧି ପାଇଛି।
ଉପଗ୍ରହ ଚିତ୍ରରେ ଏହାର ଘୂର୍ଣ୍ଣନ ପ୍ରକ୍ରିୟା ଅଧିକ ସ୍ପଷ୍ଟ ହୋଇଛି।
ଏଥିସହ ପବନର ବେଗ ବୃଦ୍ଧି ପାଇବା ଲଘୁଚାପର ଶକ୍ତି ବଢ଼ୁଥିବାର ସଙ୍କେତ ଦେଉଛି।
ଆଗାମୀ ସମୟରେ ଏହାର ଗତିପଥ ଓ ତୀବ୍ରତା ଉପରେ ପାଣିପାଗ ବିଭାଗର ନଜର ରହିଛି।
ଲଘୁଚାପର ପରବର୍ତ୍ତୀ ସ୍ଥିତି ଓ ସମ୍ଭାବ୍ୟ ପ୍ରଭାବ ନେଇ ପାଣିପାଗ ବିଭାଗର ପରବର୍ତ୍ତୀ ଅପଡେଟ୍ ଉପରେ ରହିବ ନଜର।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
