Minor Girl Donates Organs: ନିଜେ ହାରିଗଲେ ଜୀବନ ଯୁଦ୍ଧ, ଅଙ୍ଗଦାନ କରି ବଞ୍ଚାଇଲେ ୩ ଜୀବନ
ବୟସ ମାତ୍ର ୧୦ ବର୍ଷ।
ଦୁନିଆକୁ ଠିକ୍ ରେ ଜାଣିବା ଆଗରୁ ଆଖି ବୁଜିଦେଲେ।
ହେଲେ ମୃତ୍ୟୁ ପରେ ବି ଅମର ହୋଇଗଲେ।
ନିଜେ ଜୀବନ ଯୁଦ୍ଧରେ ହାରିଗଲେ, କିନ୍ତୁ ଅଙ୍ଗଦାନ କରି ତିନି ଜଣଙ୍କୁ ଦେଇଗଲେ ନୂଆ ଜୀବନ।
Advertisment ନଭେମ୍ବର ୧ ତାରିଖ।
ବାପାଙ୍କ ସହ ସ୍କୁଟିରେ ଯାଉଥିବା ବେଳେ ଚନ୍ଦ୍ରଶେଖରପୁର DAV ସ୍କୁଲ ଛକରେ ପଛପଟୁ ଧକ୍କା ଦେଇଥିଲା ଏକ କାର୍।
ଦୁର୍ଘଟଣାରେ ବାପାଙ୍କ ହାତ ଭାଙ୍ଗିଥିବା ବେଳେ ଗୁରୁତର ଆହତ ହୋଇଥିଲେ ଦିବ୍ୟାଂଶୀ।
ଏକ ଘରୋଇ ହସ୍ପିଟାଲରେ ୧୩ ଦିନ ଧରି ଜୀବନ ସହ ସଂଘର୍ଷ ପରେ ନଭେମ୍ବର ୧୨ରେ ଆଖି ବୁଜିଥିଲେ।
ହେଲେ ଝିଅର ମୃତ୍ୟୁ ପରେ ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଲେ ବାପା-ମାଆ।
ସମ୍ପୃକ୍ତ ହସ୍ପିଟାଲ ମାଧ୍ୟମରେ ଦାନ କଲେ ଦୁଇଟି କିଡନୀ ଓ ଗୋଟିଏ ଲିଭର।
ଫଳରେ ତିନି ଜଣଙ୍କୁ ମିଳିଲା ନୂଆ ଜୀବନ।
ଚତୁର୍ଥ ଶ୍ରେଣୀର ମେଧାବୀ ଛାତ୍ରୀ ଦିବ୍ୟାଂଶୀ ନାଚ ଓ ଗୀତରେ ମଧ୍ୟ ପାରଙ୍ଗମ ଥିଲେ।
Advertisment ଗତକାଲି ପୁରୀରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା।
ଝିଅକୁ ହରାଇବାର ଦୁଃଖ ଭିତରେ ବି ତିନି ଜଣଙ୍କ ଜୀବନ ବଞ୍ଚାଇଥିବାରୁ ଗର୍ବିତ ପରିବାର।
ସତରେ, ସାନ ସିନା, ଦାନ ତାର ମହାନ।
ଅଙ୍ଗଦାନ କରି ଅମର ହୋଇଗଲେ ଦିବ୍ୟାଂଶୀ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
