Sand loot: ବର୍ଷକୁ ହଜାରେ କୋଟିର ବାଲି ଲୁଟ୍! ଖଣି ଅଧିକାରୀଙ୍କୁ ଅଜଣା
"ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଲଘୁଖଣିଜ ଚୋରି ବଢ଼ିଚାଲିଛି।
ଖଣି ବିଭାଗର ବଡ଼ ଅଧିକାରୀମାନେ ଆଖିବୁଜି ରହିଛନ୍ତି।
କାଁଭାଁ ଚଢ଼ଉରେ କେବଳ ଗାଡ଼ି ଧରାପଡୁଛି।
ହେଲେ ଖଣିମାଫିଆ ଓ ତାଙ୍କ ସୁରକ୍ଷାଦାତାଙ୍କ ଦେହରେ ହାତ ମରାଯାଉନି।
ଫଳରେ ଗଞ୍ଜାମ ଜିଲ୍ଲାରୁ ବର୍ଷକୁ ପ୍ରାୟ ହଜାରେ କୋଟିର ବାଲି ଲୁଟ୍ ହେଉଛି।
ଲଘୁଖଣିଜ ମାଫିଆଙ୍କ ଘରେ ଇଡି ପଶିଲା, କିନ୍ତୁ ଜିଲ୍ଲା ଖଣିଜ ଅଧିକାରୀ ସବୁ ଜାଣି ଚୁପ୍ ରହିବାକୁ ପସନ୍ଦ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି।Advertisment Agriculture: ଆଦିବାସୀଙ୍କ କୃଷି ଭିତ୍ତିକ ଅମୂସ ପର୍ବ ଅନୁଷ୍ଠିତ ଖଣି ଅଧିକାରୀଙ୍କୁ ଅଜଣାମାଫିଆଙ୍କୁ ବାନ୍ଧିବାକୁ ସାହସ ପାଉନିଜାନୁଆରିରେ ପଶିଥିଲା ଇଡି ସଂପ୍ରତି ଋଷିକୁଲ୍ୟା, ବାହୁଦା ଓ ବଡ଼ନଦୀ ଉପରେ ମାଫିଆଙ୍କ ନଜର ପଡ଼ିଛି।
ପ୍ରତିଦିନ ନଦୀଶଯ୍ୟାରୁ ବାଲି ଚୋରାଚାଲାଣ ହେଉଛି।
ହଜାର ହଜାର ଟ୍ରିପ୍ ବାଲି ଚାଲାଣ ହେଉଥିଲେ ମଧ୍ୟ ସରକାରୀ ବାବୁଙ୍କ ନଜରକୁ ନଆସିବା ଆଶ୍ଚର୍ଯ୍ୟ କରୁଛି।
ଏଥିସହ ଚଢ଼ଉ ବେଳେ ମାଫିଆ ମିଳୁନାହାନ୍ତି।
କେତେକ ସ୍ଥାନରେ ଚାପ ପଡ଼ିଲେ ଗାଡ଼ି ଜବତ କରି ଜରିମାନା ଆଦାୟ ହେଉଛି।
ଜିଲ୍ଲାରେ ଲଘୁଖଣିଜକୁ ସୁରକ୍ଷା ଦେବାରେ ଖଣି ବିଭାଗ ସଂପୂର୍ଣ୍ଣ ବିଫଳ ବୋଲି ଏଥିରୁ ସ୍ପଷ୍ଟ ଅନୁମେୟ।
ଚିକିଟି ତହସିଲ ଅଧୀନ କଳବାଡ଼ ପଞ୍ଚାୟତ ଖରାଖରିଆରେ ବାହୁଦା ନଦୀରୁ ବିପୁଳ ପରିମାଣର ବାଲି ଚୋରାଚାଲାଣ ହେଉଛି।
ଆନ୍ଧ୍ର ମାଫିଆ ଓଡ଼ିଶା ଭିତରେ ପଶି ବାଲି ନେଇ ପଳାଉଛନ୍ତି।
ଅଥଚ, ଖଣି ବିଭାଗ ଅଧିକାରୀଙ୍କ ଦେଖାଦର୍ଶନ ମିଳୁନି।
ଆସିକାର ଗୁଡ଼ିସର ନିକଟରେ ଋଷିକୁଲ୍ୟା ନଦୀଶଯ୍ୟାକୁ ତାଡ଼ି ବାଲି ଲୁଟ୍ ହେଉଛି।
ଏଠାରେ ବେଆଇନ ବାଲିଘାଟ ଉପରେ ରୋକ୍ ଲଗାଯାଇଥିଲା।
ତଥାପି ମାଫିଆ ସାହସ ଜୁଟାଇ ଦିନରେ ଜେସିବି ଓ ଡମ୍ପର୍ ଲଗାଇ ବାଲି ଚୋରି କଲେ।
ଅଭିଯୋଗ ପରେ ପୁଲିସ, ତହସିଲ ଓ ଖଣି ଅଧିକାରୀ ମିଳିତ ଭାବେ ଚଢ଼ଉ କରି ୧୭ଟି ଗାଡ଼ି ଜବତ କଲେ।
ହେଲେ ଆଶ୍ଚର୍ଯ୍ୟଜନକ ଭାବେ ଜଣେ ବି ମାଫିଆ ଧରାପଡ଼ିଲେନି।
କେବଳ ଗାଡ଼ି ଚାଳକଙ୍କୁ ଅଟକ ରଖିବାରେ କାର୍ଯ୍ୟାନୁଷ୍ଠାନ ସୀମିତ ରହିଲା।
ବାଲି କିଏ ଉତ୍ତୋଳନ କରୁଥିଲା ଓ କେଉଁଆଡ଼େ ଚାଲାଣ ହେଉଥିଲା ତାହାର ତଦନ୍ତ ଆଜିଯାଏଁ ହେଲାନି।
Oil: ରୁଷୀୟ ତେଲ କିଣିବା ନେଇ ଆମେରିକାର ଶୁଳ୍କକୁ ବିରୋଧ ଅନ୍ୟପକ୍ଷରେ ଗତ ଜାନୁଆରି ମାସରେ ଗଞ୍ଜାମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୩୦ ଜଣିଆ ଟିମ୍ ଚଢ଼ଉ କରିଥିଲେ।
ବାଲି ଓ ମଦ ମାଫିଆଙ୍କ ଘରେ ବଡ଼ଧରଣର ଚଢ଼ଉ ହୋଇଥିବା ବେଳେ ସମସ୍ତଙ୍କ ପାଖରୁ ଆୟ ବହିର୍ଭୂତ ସଂପତ୍ତି ମିଳିଥିଲା।
ବ୍ରହ୍ମପୁର ସହରର ୫ଟି ସ୍ଥାନରେ ଏବଂ କନିଷି, ଶେରଗଡ଼ ଓ ଆସିକାରେ ବି ଘନଘନ ଚଢ଼ଉ ହୋଇଥିଲା।
ଯେଉଁମାନଙ୍କ ଭିତରେ ଅଧିକାଂଶ ବିଜେଡି ପୃଷ୍ଠପୋଷକ ଥିବା ବି ଜଣାପଡ଼ିିଥିଲା।
ଏକାଧିକ ମାଫିଆ ତଦନ୍ତ ପରିସରଭୁକ୍ତ ହୋଇଥିବା ବେଳେ କୋଟି କୋଟି ଟଙ୍କା ଜବତ ହୋଇଥିଲା।
ସେହିପରି ବାଲି ଚୋରାଚାଲାଣରୁ ଉପାର୍ଜିତ ଟଙ୍କାରେ ଦେଶୀ ମଦଭାଟି ଓ ଅନ୍ୟ ବେନିୟମ କାମ ହେଉଥିବା ବି ସିଏଜି ଧରିଥିଲେ।
ହେଲେ ଜିଲ୍ଲା ଖଣି ବିଭାଗ କିମ୍ବା ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ଏସମ୍ପର୍କରେ ଥରୁଟିଏ ବି ଆଗୁଆ ପଦକ୍ଷେପ ଦେଖିବାକୁ ମିଳି ନଥିଲା।
ଖଣି ମନ୍ତ୍ରୀଙ୍କ ଜିଲ୍ଲାରେ ଲଘୁଖଣିଜ ଲୁଟ୍କୁ କିଏ ପ୍ରୋତ୍ସାହନ ଦେଉଛି?
ଏଭଳି ସିଣ୍ଡିକେଟକୁ ପଛରେ ଥାଇ କିଏ ସୁରକ୍ଷା ଦେଉଛି ତାହା ଏବେ ବଡ଼ ପ୍ରଶ୍ନ ହୋଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
