Light: ନିଷ୍ପ୍ରଭ ହେଉଛି ଜୁଳୁଜୁଳିଆର ଆଲୋକ
"ଭାରତର ୨୩ଟି ରାଜ୍ୟରେ ୯୨ ପୃଥକ୍ ପ୍ରଜାତିର ଜୁଳୁଜୁଳିଆ ପୋକ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତରୁ ଅଧିକ ଏ ଦେଶର ଆଦିନିବାସୀ ବୋଲି ବୈଜ୍ଞାନିକମାନେ କହିଛନ୍ତି।
ଏହା ସକାରାତ୍ମକ ଜୈବବିବିଧତା ରିପୋର୍ଟ ପରି ପ୍ରତୀୟମାନ ହେଉଥିଲେ ବି ବାସ୍ତବତା କିନ୍ତୁ ଭିନ୍ନ ସୂଚନା ଦେଉଛି।
ସମ୍ପ୍ରତି ଦେଶର ବିଭିନ୍ନ ପ୍ରାନ୍ତରେ ଜୁଳୁଜୁଳିଆ ସଂଖ୍ୟା ହ୍ରାସ ପାଉଛି।
ଗବେଷକମାନେ କହନ୍ତି- ଆଲୋକ ପ୍ରଦୂଷଣ, କୃଷି ନିମନ୍ତେ ବ୍ୟବହୃତ ରାସାୟନିକ ପଦାର୍ଥ, ବାସସ୍ଥାନ ଧ୍ବଂସ ଏବଂ ଜମି କିସମ ପରିବର୍ତ୍ତନ ଆଦି ବହୁ କାରଣ ଏହି କୀଟ ପ୍ରତି ବିପଦ ସୃଷ୍ଟି କରୁଛି।
Advertisment Increasing trade relations with 5 states: ୫ ରାଜ୍ୟ ସହ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ରାସ୍ତା ଖୋଲିଲା: ସୁରତକୁ ଗଡ଼ିଲା ସବୁଦିନିଆ ଟ୍ରେନ୍ ଜୁଳୁଜୁଳିଆମାନେ ଉତ୍ପନ୍ନ କରୁଥିବା ବାୟୋଲୁମିନେସେଣ୍ଟ୍ ପ୍ରୋଟିନ୍, ବିଶେଷକରି ଲୁସିଫରେଜ୍ ଏନ୍ଜାଇମ୍ ରୋଗ ପରୀକ୍ଷା, ଔଷଧ ଆବିଷ୍କାର ଓ ଖାଦ୍ୟ ନିରାପତ୍ତା ନିମନ୍ତେ ବେଶ୍ ଉପାଦେୟ।
ସମ୍ପ୍ରତି ବିଶ୍ବବ୍ୟାପୀ ହସ୍ପିଟାଲ୍ ସାନିଟେସନ୍ ପ୍ରୋଟୋକଲ୍ରେ ଉପଯୋଗ କରାଯାଉଥିବା ଏଟିପି ଡିଟେକ୍ସନ୍ ଟେଷ୍ଟ୍ର ୮୯ ପ୍ରତିଶତ ଜୁଳୁଜୁଳିଆ-ନିଃସୃତ ଲୁସିଫରେଜ୍ ଉପରେ ନିର୍ଭରଶୀଳ।
ଫାଇଜର୍, ରସ୍ ଓ ଟାଟା ପୃଷ୍ଠପୋଷକତାରେ ଚାଲୁଥିବା କମ୍ପାନି ବାୟୋକନ୍ ୭୩ ପ୍ରତିଶତ କର୍କଟରୋଗ ଔଷଧ ପରୀକ୍ଷା େକ୍ଷତ୍ରରେ ଜୁଳୁଜୁଳିଆ ଉତ୍ପନ୍ନ କରୁଥିବା ବାୟୋଲୁମିନେସେନ୍ସ୍ ବା ପ୍ରାକୃତିକ ଆଲୋକ ବ୍ୟବହାର କରୁଛନ୍ତି।
ଅବଶ୍ୟ ସେମାନେ ଏହାକୁ ବିଦେଶରୁ ଆମଦାନି କରୁଛନ୍ତି।
ଭାରତର "ଫାସି" ମଧ୍ୟ ଖାଦ୍ୟଦ୍ରବ୍ୟ ପରୀକ୍ଷା ନିମନ୍ତେ କୃତ୍ରିମ ଜୁଳୁଜୁଳିଆ ପ୍ରୋଟିନ୍ ଦିଆଯାଇ ପ୍ରସ୍ତୁତ କରାଯାଇଥିବା ରାପିଡ୍ ପାଥୋଜେନ୍ ଡିଟେକ୍ସନ୍ କିଟ୍ ଅନୁମୋଦନ କରିଛି।
ବିଶେଷକରି ରପ୍ତାନି କରାଯାଉଥିବା ଖାଦ୍ୟଦ୍ରବ୍ୟ ନିମନ୍ତେ ଏହି ପରୀକ୍ଷା ୨୦୨୫ରୁ ବାଧ୍ୟତାମୂଳକ କରାଯାଇଛି।
ଜୁଳୁଜୁଳିଆ ପୋକ ନିଃସୃତ ଲୁସିଫରେଜ୍ ବା ଫଟୋପ୍ରୋଟିନ୍ର ମୂଲ୍ୟ ଗ୍ରାମ୍ପିଛା ୧୨୦ରୁ ୧୮୦ ଡଲାର୍ ଥିବା ବେଳେ ଭାରତ ଏ ବ୍ୟବସାୟରେ ସମ୍ପୃକ୍ତ ହୋଇନାହିଁ।
କିନ୍ତୁ ଜାପାନର "ହୋତାରୁ" ସଂରକ୍ଷଣ-ବ୍ୟବସାୟ ମଡେଲ୍ ୨୦୨୦ ମସିହାରୁ ଜୁଳୁଜୁଳିଆ ବଂଶ ୧୭% ବୃଦ୍ଧି କରି ଏଥିରୁ ବାର୍ଷିକ ପ୍ରାୟ ୨୮୪ କୋଟିରୁ ଅଧିକ ଟଙ୍କା ଆୟ କରୁଛି।
କେବଳ ସେତିକି ନୁହେଁ, ଜାପାନର ଜୁଳୁଜୁଳିଆ ପର୍ଯ୍ୟଟନ ୮୯ କୋଟି ଟଙ୍କା ଉପାର୍ଜନ କରୁଛି।
ସେହିପରି, ମାଲେସିଆର କୁଆଲା ସେଲାଙ୍ଗୋର୍ରେ ଥିବା ଜୁଳୁଜୁଳିଆ ରିଭର୍ କ୍ରୁଜ୍ଗୁଡ଼ିକ ବାର୍ଷିକ ୩୪୦୦୦୦ରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି।
ଏଥିପାଇଁ ପ୍ରତି ପର୍ଯ୍ୟଟକ ୨୮ରୁ ୪୫ ଡଲାର୍ ଦେଇ ଟିକେଟ୍ କାଟୁଛନ୍ତି।
କିନ୍ତୁ, ଜାପାନଠାରୁ ଅଧିକ ଜୁଳୁଜୁଳିଆ ପ୍ରଜାତି ଥାଇ ସୁଦ୍ଧା ଭାରତ ସେଥିରୁ କିଛି ଉପାର୍ଜନ କରିପାରୁନାହିଁ।
ସାବଧାନ ସହକାରେ ଉଦ୍ୟମ କଲେ ପରିବେଶ ପ୍ରତି କୌଣସି ପ୍ରକାର ଆଞ୍ଚ ନ ଆଣି ଜୁଳୁଜୁଳିଆ ଆଲୋକରୁ ଆର୍ଥିକ ଲାଭ ପାଇହେବ।
Admission: ୯ରୁ ଯୁକ୍ତ୨ ନାମଲେଖା: ଏଯାଏଁ ମାଟ୍ରିକ୍ ପିଲାଙ୍କୁ ମିଳିନି ମାର୍କସିଟ୍, ସାର୍ଟିଫିକେଟ୍ ଅବଶ୍ୟ ଜୁଳୁଜୁଳିଆ ପ୍ରୋଟିନ୍ ବ୍ୟବସାୟ ନିମନ୍ତେ ବେଙ୍ଗାଲୁରୁସ୍ଥିତ ଲୁମିନା ବାୟୋ, ପୁଣେସ୍ଥିତ ନକ୍ଟିକ୍ଜିନିକ୍ସ୍ ଓ ଆଇଆଇଟି- ମାଡ୍ରାସ୍ର ବାୟୋଗ୍ଲୋ ଇଣ୍ଡିଆ ନାମକ ତିନିଟି ଭାରତୀୟ ବାୟୋଟେକ୍ ଷ୍ଟାର୍ଟଅପ୍ ପେଟେଣ୍ଟ୍ ଫାଇଲ୍ କରିଛନ୍ତି।
ଯଦି ଏମାନେ ଅନୁମତି ପାଇ ଜାପାନ ଭଳି ଜୁଳୁଜୁଳିଆ ବଂଶ ବୃଦ୍ଧିକରି ନିର୍ଦ୍ଦିଷ୍ଟସଂଖ୍ୟକ ଜୁଳୁଜୁଳିଆଙ୍କଠାରୁ ପ୍ରୋଟିନ୍ ସଂଗ୍ରହକରି ବ୍ୟବସାୟ ଚଳାନ୍ତି ତେବେ ୨୦୨୯ ସୁଦ୍ଧା ବିଶ୍ବ ବଜାରରେ ୧୫ରୁ ୨୨ ପ୍ରତିଶତ ବ୍ୟବସାୟ କରିପାରିବେ।
ଫସଲର କ୍ଷତିସାଧନ କରୁଥିବା ଗେଣ୍ଡା ଏବଂ ଅନ୍ୟାନ୍ୟ ପୋକଜୋକ ଲାର୍ଭା ବା ଶୂକକୀଟ ଅବସ୍ଥାରେ ଥିବାବେଳେ ଜୁଳୁଜୁଳିଆମାନେ ସେଗୁଡ଼ିକୁ ଖାଇ ଫସଲ ସୁସ୍ଥ ରଖନ୍ତି।
କିନ୍ତୁ, ଜମିରେ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ଯୋଗୁଁ ଗତ ତିନି ବର୍ଷ ହେବ ପଞ୍ଜାବ ଓ ହରିୟାଣା ଗହମ କ୍ଷେତରେ ସେମାନଙ୍କ ସଂଖ୍ୟା ୪୧ ପ୍ରତିଶତ ହ୍ରାସ ପାଇଥିବା ଜଣାପଡ଼ିଛି।
ପ୍ରକୃତି ଓ ପରିସଂସ୍ଥା ପ୍ରତି ଗୁରୁତ୍ବ ଥିଲେ ବି ଏଯାବତ୍ ଭାରତର କୌଣସି ଜୁଳୁଜୁଳିଆ ପ୍ରଜାତି "ଇଣ୍ଟର୍ନ୍ୟାସ୍ନାଲ୍ ୟୁନିୟନ୍ ଫର୍ କଞ୍ଜର୍ଭେସନ୍ ଅଫ୍ ନେଚର୍ ରେଡ୍ ଲିଷ୍ଟ୍" ନିମନ୍ତେ ମୂଲ୍ୟାୟନ ହୋଇ ନାହିଁ।
ତା"ଛଡ଼ା "ୱାଇଲ୍ଡଲାଇଫ୍ (ପ୍ରୋଟେକ୍ସନ୍) ଆମେଣ୍ଡ୍ମେଣ୍ଟ୍ ଆକ୍ଟ୍, ୨୦୨୨ ବ୍ୟବସ୍ଥାରେ ସେମାନଙ୍କୁ ସୁରକ୍ଷା ଦିଆଯାଇନି।
ଓଲଟା ମ୍ୟାପିଙ୍ଗ୍ କରାଯାଇଥିବା ଜୁଳୁଜୁଳିଆ ନିବାସ ଅଞ୍ଚଳଗୁଡ଼ିକରୁ ୮୪ ପ୍ରତିଶତ ୧୨ କିଲୋମିଟର୍ ଦୀର୍ଘ ସକ୍ରିୟ ଅଥବା ଯୋଜନା ସ୍ତରରେ ଥିବା ହାଇୱେ କରିଡର୍ ମଧ୍ୟରେ ପଡୁଛି।
ପୁନଶ୍ଚ, ସେଥିରୁ ୬୧ ପ୍ରତିଶତ ଅଞ୍ଚଳ ପଡୁଛି ସୋଲାର୍ ଫାର୍ମ ଡେଭ୍ଲପ୍ମେଣ୍ଟ୍ ଜୋନ୍ରେ।
ସେ ଅଞ୍ଚଳରେ ଏଲ୍ଇଡି ସିକ୍ୟୁରିଟି ଲାଇଟ୍ ବାର୍ଷିକ ୪୨୦୦ ଘଣ୍ଟାରୁ ଅଧିକ କାର୍ଯ୍ୟକ୍ଷମ ରହୁଛି।
ସେହିପରି, କାକତାଳୀୟ ଯୋଗରେ ୩୮ ପ୍ରତିଶତ ଜୁଳୁଜୁଳିଆ ନିବାସ ପଡୁଛି ପ୍ରସ୍ତାବିତ ବିମାନବନ୍ଦର ସମ୍ପ୍ରସାରଣ ଅଞ୍ଚଳରେ।
ପରସ୍ପର ମଧ୍ୟରେ ଯୋଗାଯୋଗ ସ୍ଥାପନ କରିବା ଅଥବା ସାଥୀଙ୍କୁ ଆକୃଷ୍ଟ କରିବା ଲାଗି ଜୁଳୁଜୁଳିଆ ଦେହରୁ ଆଲୋକ ନିର୍ଗମନ ହୋଇଥାଏ।
ରାତିରେ ଏସବୁ ଅଞ୍ଚଳ ଆଲୋକିତ ହେବା ଦ୍ବାରା ଜୁଳୁଜୁଳିଆମାନଙ୍କର ସେ ଆଲୋକ-ସଙ୍କେତ ନିଷ୍ପ୍ରଭ ହୋଇଯାଉଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।