SambalpurCollector: ତହସିଲଦାରଙ୍କୁ କଡା ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ, ତୁରନ୍ତ ଖୋଲ ଘର ସିଲ୍
"ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଗୌତମପାଲି ଗାଁର ଦିବ୍ୟାଙ୍ଗ ବୃଦ୍ଧ ଧନଞ୍ଜୟ ପ୍ରଧାନ (୭୭) କୌଣସି ଋଣ ନେଇ ନଥିଲେ ବି ତାଙ୍କ ଘରକୁ ସିଲ୍ କରିଦେଇଥିଲା ବ୍ୟାଙ୍କ।
ଆଉ ଏନେଇ ଖବର ପ୍ରଚାରିତ ହେବା ପରେ ଏବେ ଆକ୍ସନ ମୁଡ଼୍କୁ ଆସିଯାଇଛନ୍ତି ସମ୍ବଲପୁର ଜିଲ୍ଲାପାଳ | ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ତହସିଲଦାରଙ୍କୁ କଡା ନିର୍ଦ୍ଦେଶ ଦେଇ ତୁରନ୍ତ ସିଲ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି | କେବଳ ଏତିକି ନୁହେଁ ସେ ଯାଞ୍ଚ ପାଇଁ ବ୍ୟାଙ୍କକୁ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି | ବାସ୍ତବରେ ବିନା ଅପରାଧରେ ଧନଞ୍ଜୟ ତାଙ୍କ ୫୭ ବର୍ଷୀୟା ସ୍ତ୍ରୀ, ୩୫ ବର୍ଷୀୟା ବିଧବା ବୋହୂ ଏବଂ ୧୪, ୯ ବର୍ଷୀୟା ନାତୁଣୀଙ୍କ ସହିତ ଗୋଟିଏ କୋଠରିରେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି।
ଧନଞ୍ଜୟଙ୍କ ବୋହୂ ସୀମା ପ୍ରଧାନଙ୍କ ଅଭିଯୋଗ ଅନୁଯାୟୀ, ଗତ ୫ ତାରିଖରେ ଅଚାନକ ଜମନକିରା ତହସିଲ ଏବଂ ଡିସିବି ବ୍ୟାଙ୍କର ଏକ ଟିମ୍ ଆସି ତାଙ୍କ ଘରକୁ ସିଲ୍ କରିଦେଲା।
ଋଣ ପରିଶୋଧ ହୋଇନଥିବାରୁ ଏଭଳି ଦଶା ଭୋଗିବା ପାଇଁ ସେମାନେ ବାଧ୍ୟ ବୋଲି କୁହାଗଲା।
କିନ୍ତୁ ଧନଞ୍ଜୟ କୌଣସି ଋଣ ନେଇ ନଥିବାରୁ ଏହି ସ୍ଥିତିକୁ ନେଇ ସେମାନେ ହତବାକ୍ ହୋଇ ଯାଇଥିଲେ।Advertisment ଆହୁରି ପଢ଼ନ୍ତୁ: Odisha Irrigation: କୋଦାଳ ଧରି ୨କିମି କେନାଲ ନିର୍ମାଣ କଲେ ଗ୍ରାମବାସୀ; ଚାଷଜମିରେ ହସିବ ଫସଲ ସୀମା କହିଛନ୍ତି, ୫ ବର୍ଷ ପୂର୍ବରୁ ସେମାନଙ୍କ ଦୂର ସମ୍ପର୍କୀୟ ପ୍ରସନ୍ନ ପ୍ରଧାନ ଡିସିବି ବ୍ୟାଙ୍କରୁ ୧୨ ଲକ୍ଷ ଟଙ୍କାର ଋଣ ଆଣିଥିଲେ।
ଯାହା ପରିଶୋଧ ନ ହୋଇ ବର୍ତ୍ତମାନ ପ୍ରାୟ ୨୭ ଲକ୍ଷ ହୋଇସାରିଛି।
ପ୍ରସନ୍ନ ଯେଉଁ ପଟ୍ଟା ଦେଇ ଋଣ ଆଣିଥିଲେ ସେଥିରେ ପ୍ରସନ୍ନଙ୍କ ୧୧ ଡେସିମିଲ୍ ସହିତ ଧନଞ୍ଜୟଙ୍କ ୧୨ ଡେସିମିଲ୍ ଜମି ଥିଲା।
କିନ୍ତୁ ଅନେକ ଦିନ ପୂର୍ବରୁ ଧନଞ୍ଜୟ ନିଜ ୧୨ ଡେସିମିଲ୍ର ସ୍ବତନ୍ତ୍ର ପଟ୍ଟା କରିସାରିଛନ୍ତି।
ଏଭଳି ସ୍ଥିତିରେ ତାଙ୍କ ଘର ସିଲ୍ କରାଯିବା ଅନ୍ୟାୟ ବୋଲି ଏହି ପରିବାର ବ୍ୟାଙ୍କ ଏବଂ ମାଜିଷ୍ଟ୍ରେଟ୍ ଦାୟିତ୍ବରେ ଥିବା ତହସିଲଦାରଙ୍କୁ ଆବଶ୍ୟକ ଦସ୍ତାବିଜ ଦେଖାଇ ବୁଝାଇଥିଲେ।
ମାତ୍ର ଅନ୍ଲାଇନ୍ରେ ଧନଞ୍ଜୟଙ୍କ ସ୍ବତନ୍ତ୍ର ପଟ୍ଟା ଦର୍ଶାଉ ନଥିବାରୁ ସେମାନେ କିଛି କରିପାରିବେ ନାହିଁ ବୋଲି କହିଥିଲେ।
ବୃଦ୍ଧ ଶ୍ବଶୁର, ଶାଶୁ ଏବଂ ଛୋଟ ପିଲାଙ୍କୁ ଧରି ସେ କୁଆଡ଼େ ଯିବେ ବୋଲି ପଚାରିଥିଲେ ସୀମା।
ଫଳରେ ତାଙ୍କ ଘରର ଗୋଟିଏ ପରିତ୍ୟକ୍ତ ଛୋଟ କୋଠରିକୁ ମୁଣ୍ଡ ଗୁଞ୍ଜିବା ପାଇଁ ଛାଡ଼ି ଦେଇଥିଲେ।"