Volkswagen: ଫକ୍ସୱାଗନ ଲକ୍ଷେ କର୍ମଚାରୀ ଛଟେଇ କରିବ...

Jun 26, 2026 - 17:09
Volkswagen: ଫକ୍ସୱାଗନ ଲକ୍ଷେ କର୍ମଚାରୀ ଛଟେଇ କରିବ...

"ନୂଆଦିଲ୍ଲୀ, ୨୬/୬: ଜର୍ମାନୀର କାର୍‌ ନିର୍ମାତା ଫକ୍ସୱାଗନ ଏକ ଲକ୍ଷ କର୍ମଚାରୀ ଛଟେଇ କରିବା ବିଷୟରେ ଯୋଜନା କରୁଛି।

ବିଶ୍ବବ୍ୟାପୀ ଏହି ଛଟେଇ ହେବ।

କମ୍ପାନି ଜର୍ମାନୀରେ ଥିବା ଚାରିଟି କାରଖାନାରେ ଉତ୍ପାଦନ ମଧ୍ୟ ବନ୍ଦ କରିବ।

ଆସନ୍ତା ପାଞ୍ଚ ବର୍ଷ ପାଇଁ କମ୍ପାନିର ନିବେଶରେ ମଧ୍ୟ ୧୫ ପ୍ରତିଶତ ହ୍ରାସ କରିବାକୁ ସିଇଓ ଓଲିଭର ବ୍ଲୁମ୍‌ ଲକ୍ଷ୍ୟ ରଖିଛନ୍ତି।Advertisment ଆହୁରି ପଢ଼ନ୍ତୁ- Odisha STF ganja raid, ମାସେ ଧରି ଚାଲିଥିଲା ଅପରେସନ୍‌ "ଗ୍ରିନ୍‌ କ୍ଲିନ୍‌", ଶେଷରେ ଗିରଫ ହେଲା ଆନ୍ତଃରାଜ୍ୟ ଗଞ୍ଜେଇ କାରବାରର କିଙ୍ଗ୍‌ପିନ୍‌ ଖର୍ଚ୍ଚ କାଟ ପାଇଁ କର୍ମଚାରୀଙ୍କୁ ଛଟେଇ ଫକ୍ସୱାଗନରେ ବ୍ୟାପକ ପରିବର୍ତ୍ତନ ହେବ।

ଏହାର ଭିଡବ୍ଲ୍ୟୁ ବ୍ରାଣ୍ଡ୍‌ ଓ ପାର୍ଟସ୍‌ କମ୍ପାନି ଅଲଗା ହୋଇ ସ୍ବତନ୍ତ୍ର ସଂସ୍ଥା ଭାବେ ପରିଚାଳିତ ହେବେ।

ଖର୍ଚ୍ଚ କାଟ କରିବାକୁ ୫୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ କମ୍ପାନିର ସିଇଓ ବ୍ଲୁମ ଲକ୍ଷ୍ୟ ରଖିଥିଲେ।

ଚଳିତ ଦଶନ୍ଧିରେ କୌଣସି କାରଖାନା ବନ୍ଦ କରାଯିବ ନାହିଁ ବୋଲି ଶ୍ରମିକ ସଂଘ ସହ ଚୁକ୍ତି କରିବା ସତ୍ତ୍ବେ କମ୍ପାନି ଚାରିଟି କାରଖାନା ବନ୍ଦ କରିବ। ‌ଏହି କାରଖାନାଗୁଡ଼ିକରେ ତିଆରି ହେଉଥିବା ଗାଡ଼ି ବଜାରରୁ ହଟିଯିବା ପରେ ଉତ୍ପାଦନ ବନ୍ଦ କରିଦିଆଯିବ।

ଆହୁରି ପଢ଼ନ୍ତୁ- Industrial Investment: ପୂର୍ବାଞ୍ଚଳ-ପୂର୍ବୋତ୍ତର ରାଜ୍ୟରୁ ନିବେଶ ଆସିବ, ସୀମାବର୍ତ୍ତୀ-ପଛୁଆ ଜିଲ୍ଲା ଉପକୃତ ହେବେ: ମୁଖ୍ୟମନ୍ତ୍ରୀ ୟୁରୋପୀୟ କାର୍‌ ନିର୍ମାତାମାନଙ୍କ ଭଳି ଫକ୍ସୱାଗନ ମଧ୍ୟ ଶୁଳ୍କ ଓ ଚୀନ ନିର୍ମାତାଙ୍କଠାରୁ ପ୍ରତିଯୋଗିତା ଭଳି ଆହ୍ବାନ ସାମନା କରୁଥିବା ବେଳେ ଇଲେକ୍ଟ୍ରିକ ଯାନ (ଇଭି)କୁ ରୂପାନ୍ତରୀତ ହେବା ଆବଶ୍ୟକ ହେଉଥିବା ପାଣ୍ଠି ଯୋଗାଡ଼ କରିବାକୁ ସଂଘର୍ଷ କରୁଛନ୍ତି।

ସେଥିପାଇଁ ଖର୍ଚ୍ଚ କାଟ ଜରିଆରେ ସ୍ଥିତିର ମୁକାବିଲା କରିବାକୁ ବିଭିନ୍ନ କମ୍ପାନି ରଣନୀତି ପ୍ରସ୍ତୁତ କରୁଛନ୍ତି।

ଅଧିକ ଦେଖନ୍ତୁ- "