Sambalpur: ସମ୍ବଲପୁରରେ ବଡ଼ ଧରଣର ଗଞ୍ଜେଇ ଜବତ, କଣ୍ଟେନରରୁ ମିଳିଲା ୧୨ କ୍ୱିଣ୍ଟାଲ ଗଞ୍ଜେଇ

Sep 08, 2026 - 15:19
Sambalpur: ସମ୍ବଲପୁରରେ ବଡ଼ ଧରଣର ଗଞ୍ଜେଇ ଜବତ, କଣ୍ଟେନରରୁ ମିଳିଲା ୧୨ କ୍ୱିଣ୍ଟାଲ ଗଞ୍ଜେଇ

"ସମ୍ବଲପୁର: ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ମିଳିଛି ବଡ଼ ସଫଳତା।

ଶାସନ ଅଞ୍ଚଳର ଟୋଲଗେଟ୍‌ ନିକଟରୁ ଏକ କଣ୍ଟେନରରୁ ପ୍ରାୟ ୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି।

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ବୋଲି ଜଣାପଡ଼ିଛି।Advertisment ସିକ୍ରେଟ୍‌ ଚାମ୍ବର କରି ଚାଲାଣ, ୨ ଅଭିଯୁକ୍ତ ଗିରଫ ସୂଚନା ଅନୁଯାୟୀ, କଣ୍ଟେନରରେ ସ୍ୱତନ୍ତ୍ର ସିକ୍ରେଟ୍‌ ଚାମ୍ବର ତିଆରି କରି ଗଞ୍ଜେଇ ଚାଲାଣ କରାଯାଉଥିଲା।

ଅବକାରୀ ଗୁଇନ୍ଦା ବିଭାଗ ସନ୍ଦେହରେ କଣ୍ଟେନରକୁ ଯାଞ୍ଚ କରିବା ପରେ ଏହି ଗୁପ୍ତ ଚାମ୍ବରରୁ ବିପୁଳ ପରିମାଣର ଗଞ୍ଜେଇ ଠାବ କରିଥିଲା।

କଣ୍ଟେନର ଖୋଲିବା ପରେ ସେଥିରୁ ୪୮ଟି ବସ୍ତା ଗଞ୍ଜେଇ ବାହାରିଥିଲା।

ଏହାର ଓଜନ ପ୍ରାୟ ୧୨ କ୍ୱିଣ୍ଟାଲ ଥିବା ଜଣାପଡ଼ିଛି।

ଗଞ୍ଜେଇଗୁଡ଼ିକୁ ଲୁଚାଇ ଅନ୍ୟ ରାଜ୍ୟକୁ ନେବା ପାଇଁ ଏହି କଣ୍ଟେନର ବ୍ୟବହାର କରାଯାଉଥିବା ତଦନ୍ତରୁ ଜଣାପଡ଼ିଛି।

ପ୍ରାଥମିକ ପଚରାଉଚରା ବେଳେ ଅଭିଯୁକ୍ତମାନେ ଗଞ୍ଜେଇ ବରଗଡ଼ରୁ ମଧ୍ୟପ୍ରଦେଶକୁ ଚାଲାଣ ହେଉଥିବା କହିଥିବା ସୂଚନା ମିଳିଛି।

ଏହି ଘଟଣାରେ ଅବକାରୀ ବିଭାଗ ୨ ଜଣଙ୍କୁ ଗିରଫ କରିଛି।

ଘଟଣା ପଛରେ ଥିବା ଚାଲାଣ ରାକେଟ୍‌ ସମ୍ପର୍କରେ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି।

ଏତେ ବଡ଼ ପରିମାଣର ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ ଏହାର ଚାଲାଣରେ ଆଉ କେଉଁମାନେ ସମ୍ପୃକ୍ତ, ସେନେଇ ଅଧିକ ଖୋଳତାଡ଼ କରୁଛି ବିଭାଗ।

କିରେଇ ବ୍ଯାଙ୍କ ଡକାୟତି ମାମଲାର ରୋଚକ ଚିତ୍ର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)