Delhi Traders: ୮୦ ପ୍ରତିଶତ ଦୋକାନ ବନ୍ଦ: ରାହୁଲ ଗାନ୍ଧୀଙ୍କୁ ଚତୁର୍ଥ ଚିଠି ଲେଖିଲା ବ୍ୟବସାୟୀ ସଂଘ

Nov 01, 2026 - 15:32
Delhi Traders: ୮୦ ପ୍ରତିଶତ ଦୋକାନ ବନ୍ଦ: ରାହୁଲ ଗାନ୍ଧୀଙ୍କୁ ଚତୁର୍ଥ ଚିଠି ଲେଖିଲା ବ୍ୟବସାୟୀ ସଂଘ

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଦିଲ୍ଲୀରେ ବିରୋଧୀ 'ଇଣ୍ଡି' ମେଣ୍ଟ ଶୋଭାଯାତ୍ରାକୁ ନେଇ ବ୍ୟବସାୟୀ ମହଲରେ ଚିନ୍ତା ବଢ଼ିଛି।

ରାମଲୀଳା ମୈଦାନରେ ଆୟୋଜିତ ଏହି ବିକ୍ଷୋଭ ଯୋଗୁଁ ଆଖପାଖର ପ୍ରାୟ ୮୦ ପ୍ରତିଶତ ଦୋକାନ ବନ୍ଦ ରହିପାରେ ବୋଲି ଆଶଙ୍କା କରିଛି ବ୍ୟବସାୟୀ ସଂଗଠନ 'ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ ଇଣ୍ଡଷ୍ଟ୍ରି' (ସିଟିଆଇ)।

ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କୁ ସଂଗଠନ ପକ୍ଷରୁ ଚତୁର୍ଥ ଚିଠି ଲେଖାଯାଇଛି।

Advertisment ସଂଗଠନର ଦାବି ଅନୁଯାୟୀ, ରାମଲୀଳା ମୈଦାନର ୫ କିଲୋମିଟର ପରିଧି ମଧ୍ୟରେ ପ୍ରାୟ ୩ ଲକ୍ଷ ଦୋକାନ ରହିଛି।

ଏଥିମଧ୍ୟରୁ ପ୍ରାୟ ଅଢ଼େଇ ଲକ୍ଷ ଦୋକାନ ବନ୍ଦ ରହିବା ଆଶଙ୍କା ରହିଛି।

ଏହାଦ୍ୱାରା ଦୈନିକ ୧୦ରୁ ୧୨ ହଜାର କୋଟି ଟଙ୍କାର ବ୍ୟବସାୟ ପ୍ରଭାବିତ ହୋଇପାରେ।

ସଂଗଠନ ଆହୁରି କହିଛି, ଶୋଭାଯାତ୍ରା ଯୋଗୁଁ ୧୦ କିଲୋମିଟର ପରିଧିରେ ଗାଡ଼ି ଚଳାଚଳ ଓ ସାମଗ୍ରୀ ପରିବହନ ବାଧାପ୍ରାପ୍ତ ହୋଇପାରେ।

ଚାନ୍ଦିନୀଚୌକ, ସଦର ବଜାର, ଖାରି ବାଓଲି ଓ କନ୍ନଟ୍ ପ୍ଲେସ୍ ଭଳି ପ୍ରମୁଖ ବଜାର ଏହାଦ୍ୱାରା ପ୍ରଭାବିତ ହେବା ଆଶଙ୍କା ରହିଛି।

ବ୍ୟବସାୟୀଙ୍କ କ୍ଷତି ପାଇଁ ସରକାର ଦାୟୀ: ରାହୁଲ ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ଶୋଭାଯାତ୍ରାରେ ଯୋଗଦେବାକୁ ଆସୁଥିବା ଲୋକଙ୍କୁ ସ୍ଥାନୀୟ ବଜାରରୁ ପାର୍ବଣ ସାମଗ୍ରୀ କିଣି ବ୍ୟବସାୟୀଙ୍କୁ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ।

ତେବେ ଦୋକାନ ବନ୍ଦ ରହିଲେ ଲୋକେ କିଣାକିଣି କରିବେ କେଉଁଠି ବୋଲି ପ୍ରଶ୍ନ ଉଠାଇଛି ସଂଗଠନ।

ଏହା ସହିତ ସଂଗଠନ ସ୍ପଷ୍ଟ କରିଛି ଯେ, ଏହା କୌଣସି ରାଜନୈତିକ ଦଳର ସମର୍ଥକ ନୁହେଁ; ବ୍ୟବସାୟୀଙ୍କ ଜୀବିକା ସୁରକ୍ଷା ହିଁ ଏହାର ମୁଖ୍ୟ ଉଦ୍ଦେଶ୍ୟ।

ରାହୁଲ ଗାନ୍ଧୀ ସାମାଜିକ ଗଣମାଧ୍ୟମରେ ଆଉ ଏକ ପୋଷ୍ଟ କରି ବ୍ୟବସାୟୀଙ୍କ କ୍ଷତି ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି।

ରାହୁଲ କହିଛନ୍ତି, ଆମେ ସମସ୍ତଙ୍କୁ କହିଥିଲୁ ଯେ ଯେତେବେଳେ ସେମାନେ ଏଠାକୁ ପଦଯାତ୍ରା ଓ ମେଗା ରାଲି ପାଇଁ ଆସିବେ, ସେମାନେ ଜିନିଷପତ୍ର କିଣିବା ଉଚିତ।

ତେବେ କନଟ୍ ପ୍ଲେସରେ ପହଞ୍ଚିବା ପରେ, ଆମେ ଜାଣିଲୁ ଯେ ବିଜେପି ସମସ୍ତ ଦୋକାନକୁ ଜୋରଜବରଦସ୍ତି ବନ୍ଦ କରିଦେଇଛି।

ତେଣୁ ଆପଣମାନେ ଜାଣିବା ଉଚିତ ଯେ ବ୍ୟବସାୟୀମାନଙ୍କୁ କିଏ ଓ କିପରି କ୍ଷତି ପହଞ୍ଚାଉଛି।

Election: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍‌କୁ ଝଟ୍‌କା, ଦଳରୁ ଇସ୍ତଫା ଦେଲେ ୨ ବିଧାୟକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)