Salary Hike: ଅଙ୍ଗନବାଡ଼ି କର୍ମୀଙ୍କ କଥା ଶୁଣିଲେ ସରକାର; ଏଣିକି ଦରମା ମିଳିବ ଏତିକି ଟଙ୍କା

Nov 27, 2026 - 21:02
Salary Hike: ଅଙ୍ଗନବାଡ଼ି କର୍ମୀଙ୍କ କଥା ଶୁଣିଲେ ସରକାର; ଏଣିକି ଦରମା ମିଳିବ ଏତିକି ଟଙ୍କା

ଭୁବନେଶ୍ବର: ଶେଷରେ ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମୀଙ୍କ କଥା ଶୁଣିଛନ୍ତି।

ଏଣିକି ଅଙ୍ଗନବାଡ଼ି କର୍ମୀମାନେ ମାସିକ ଦରମା ୧୦ ହଜାର ବଦଳରେ ୧୨ ହଜାର ଟଙ୍କା ପାଇବେ।

ସେହିପରି ଅଙ୍ଗନବାଡ଼ିରେ କାର୍ଯ୍ୟରତ ସହାୟିକାମା‌ନଙ୍କର ଦରମା ବୃଦ୍ଧି ହୋଇଛି।

ସହାୟିକାଙ୍କ ଦରମାର ୬ ହଜାର ଟଙ୍କାରେ ପହଞ୍ଚିଛି।

ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମୀମାନଙ୍କର ଅବସରକାଳୀନ ଆର୍ଥିକ ସହାୟତା ତିନିଗୁଣ ବୃଦ୍ଧି କରିଛନ୍ତି।

ପୂର୍ବରୁ ଏହା ୧ ଲକ୍ଷ ଟଙ୍କା ମିଳୁଥିଲା ବେଳେ ଏବେ ଏହା ୩ ଲକ୍ଷ ଟଙ୍କା ହୋଇଛି।

Advertisment ମହିଳା, ଶିଶୁ ଓ ସେମାନଙ୍କ ସାମଗ୍ରିକ କଲ୍ୟାଣ ତଥା ସଶକ୍ତୀକରଣ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ।

ଆଜି ଲୋକସେବା ଭବନଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ଅଧ୍ୟକ୍ଷତାରେ ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଏକ ଆଲୋଚନା ଅନୁଷ୍ଠିତ ହୋଇଥିଲା।

ଏହି ଆଲୋଚନାରେ ବିଭାଗର ବିଭିନ୍ନ… pic.twitter.com/T3d8tH0XsA — CMO Odisha (@CMO_Odisha) November 27, 2026 ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଆନ୍ଦୋଳନ ଗୁରୁବାର ଚତୁର୍ଥ ଦିନରେ ଭୁବନେଶ୍ବରର ଗାନ୍ଧୀମାର୍ଗରେ ମାଣ ବସାଇ ଲକ୍ଷ୍ମୀପୁରାଣ ପାଠ କରିଥିଲେ।

ପୁରୀ ଓ ନୟାଗଡ଼ ଜିଲ୍ଲାରୁ ଆସିଥିବା ଅଙ୍ଗନବାଡ଼ି ଦିଦିମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହେବା ପରେ ଗାନ୍ଧୀମାର୍ଗରେ ଆନ୍ଦୋଳନକାରୀଙ୍କ ସଂଖ୍ୟା ବଢ଼ିଥିଲା।

Protest: ଭୁବନେଶ୍ବର ରାଜରାସ୍ତାରେ ମାଣ ବସାଇଲେ ଅଙ୍ଗନବାଡ଼ି ଦିଦି; ପାଠ ଗଲେ ବ୍ରତକଥା ସୂଚନାଯୋଗ୍ୟ, ଅଙ୍ଗନବାଡ଼ି କର୍ମୀମାନେ ସରକାରୀ ମାନ୍ୟତା ପ୍ରଦାନ ସହ ଅଙ୍ଗନବାଡ଼ି ମାଷ୍ଟରଙ୍କୁ ମାସିକ ୩୦ ହଜାର ଟଙ୍କା ଏବଂ ହେଲ୍ପରଙ୍କୁ ୧୫ ହଜାର ଟଙ୍କା ପାରିଶ୍ରମିକ ଦେବାକୁ ଦାବି କରିଥିଲେ।

ଆଜି ସେମାନଙ୍କର ଆନ୍ଦୋଳନ ପଞ୍ଚମ ଦିନରେ ପହଞ୍ଚି ଥିଲା।

୩ ବର୍ଷ ସହିଲୁ ଆଉ ସହିବୁନି ବୋଲି ଅଙ୍ଗନବାଡ଼ି କର୍ମୀ କହିଥିଲେ।

ଭାରତୀୟ ମଜଦୁର ସଂଘ ସହବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ଏହି ଅନିର୍ଦ୍ଦିଷ୍ଟ କାଳୀନ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଥିଲା।

ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)