Saif Ali Khan Threat Case: ପୁଣି ଟାର୍ଗେଟ୍ରେ ସୈଫ୍ ଅଲ୍ଲୀ ଖାନ୍! ବାବା ସିଦ୍ଦିକି ହତ୍ୟା ଅଭିଯୁକ୍ତ ନାଁ ଆସିବା ପରେ ହଇଚଇ
ବଲିଉଡ୍ରେ ପୁଣି ଆତଙ୍କ!
ଜଣଙ୍କ ପରେ ଜଣେ ଫିଲ୍ମ ଷ୍ଟାରଙ୍କୁ ମିଳୁଛି ଧମକ।
ଏବେ ଏହି ଧମକର ଟାର୍ଗେଟ୍ରେ ଆସିଛନ୍ତି ଅଭିନେତା ସୈଫ୍ ଅଲ୍ଲୀ ଖାନ୍।
ତାଙ୍କୁ ଧମକ ମିଳିବା ପରେ ମୁମ୍ବାଇ ପୋଲିସର ଚିନ୍ତା ବଢ଼ିଛି।
ଘଟଣାର ତଦନ୍ତ କରୁଥିବା ପୋଲିସକୁ ଏକ ବଡ଼ ସନ୍ଦେହ ଘାରିଛି।
ବାବା ସିଦ୍ଦିକି ହତ୍ୟା ମାମଲାର ଅଭିଯୁକ୍ତ ଜିଶାନ ଅଖତର ସହ ଏହି ଧମକର କୌଣସି ସମ୍ପର୍କ ଅଛି କି?
ଏବେ ଏହି ଦିଗକୁ ନେଇ ଖୋଳତାଡ଼ ଚଳାଇଛି ପୋଲିସ।
Advertisment ପୋଲିସ ସୂତ୍ର ଅନୁସାରେ, ସୈଫ୍ଙ୍କୁ ମିଳିଥିବା ଧମକ ପଛରେ ଜିଶାନ ଅଖତର ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି।
ଜିଶାନ ବାବା ସିଦ୍ଦିକି ହତ୍ୟା ମାମଲାର ଜଣେ ଫେରାର ଅଭିଯୁକ୍ତ।
ତେବେ ସେ ହିଁ ଏହି ଧମକ ଦେଇଛି କି ନାହିଁ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।
ପୋଲିସ ଏବେ ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି।
କେବଳ ସୈଫ୍ ନୁହନ୍ତି, ଏହା ପୂର୍ବରୁ ଅଭିନେତା ତୁଷାର କପୁର ଓ ଆୟୁଷ୍ମାନ ଖୁରାନାଙ୍କୁ ମଧ୍ୟ ଧମକ ମିଳିଥିଲା।
ଏହି ଘଟଣାରେ ପୋଲିସ ବେଙ୍ଗାଲୁରୁର ୩୦ ବର୍ଷୀୟ ଯୁବକ ବୈଭବ ମିଶ୍ରଙ୍କୁ ଗିରଫ କରିଥିଲା।
ସେ ଜଣେ ଆଇଆଇଟି ଡିଗ୍ରୀଧାରୀ ବୋଲି ଜଣାପଡ଼ିଥିଲା।
Advertisment ତଦନ୍ତରେ ଆହୁରି ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଥିଲା।
ବୈଭବଙ୍କର କୌଣସି ଗ୍ୟାଙ୍ଗ୍ ସହ ସମ୍ପର୍କ ନଥିଲା।
ବରଂ ସେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇର ବ୍ୟବହାର କରି ଅଭିନେତାମାନଙ୍କୁ ଧମକ ଦେଉଥିବା ଅଭିଯୋଗ ରହିଛି।
ତେଣୁ ଏବେ ସୈଫ୍ଙ୍କୁ ମିଳିଥିବା ଧମକ ପଛରେ ପ୍ରକୃତରେ ଜିଶାନ ଅଖତର ଅଛି ନା ଅନ୍ୟ କେହି ଏଆଇ ଭଳି ଜ୍ଞାନକୌଶଳ ବ୍ୟବହାର କରି ତା ନାଁରେ ଧମକ ଦେଉଛି, ତାହା ଯାଞ୍ଚ କରୁଛି ପୋଲିସ।
ଏଠାରେ ବଡ଼ ପ୍ରଶ୍ନ ହେଉଛି, ବଲିଉଡ୍ ଷ୍ଟାରଙ୍କୁ ଧମକ ଦେବା ପଛରେ କିଏ?
ଏହା କୌଣସି ଗ୍ୟାଙ୍ଗ୍ର କାମ ନା ଏଆଇକୁ ବ୍ୟବହାର କରି କେହି ପୋଲିସକୁ ଚକମା ଦେବାକୁ ଚେଷ୍ଟା କରୁଛି?
ତଦନ୍ତ ପରେ ହିଁ ଏହାର ପ୍ରକୃତ ରହସ୍ୟ ଖୋଲିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
