Rushikulya River Embankment Breaches ଗୋବା ନିକଟରେ ଋଷିକୁଲ୍ୟା ନଦୀବନ୍ଧ ଭାଙ୍ଗିଲା, ବରଙ୍ଗ-ବଡ଼ମାଧପୁର ରାସ୍ତାରେ ପାଣି

Oct 29, 2026 - 20:39
Rushikulya River Embankment Breaches ଗୋବା ନିକଟରେ ଋଷିକୁଲ୍ୟା ନଦୀବନ୍ଧ ଭାଙ୍ଗିଲା, ବରଙ୍ଗ-ବଡ଼ମାଧପୁର ରାସ୍ତାରେ ପାଣି

ଛତ୍ରପୁର: ବାତ୍ୟା ଅର୍ଣ୍ଣବଜନିତ ଲଗାଣ ବର୍ଷା ସାଙ୍ଗକୁ ଋଷିକୁଲ୍ୟା ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଗୋବା ନିକଟରେ ନଦୀବନ୍ଧ ଭାଙ୍ଗିଛି।

ନଦୀଜଳ ଆଖପାଖ ଅଞ୍ଚଳକୁ ପ୍ରବେଶ କରିବା ସହ ବରଙ୍ଗ-ବଡ଼ମାଧପୁର ମୁଖ୍ୟ ରାସ୍ତା ଉପରେ ପାଣି ୩ରୁ୪ଫୁଟର ପ୍ରବାହିତ ହେଉଛି।

ଫଳରେ ଉକ୍ତ ରାସ୍ତାରେ ଯାତାୟାତ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି।

Advertisment Heavy rain: ଗଜପତି ସ୍ଥାନାନ୍ତର ହେଲେ ଓଡ୍ରାଫ ଟିମ୍‌, ଗଞ୍ଜାମ ଯିବ ଏନଡିଆରଏଫ ଟିମ୍ ବାତ୍ୟା 'ଅର୍ଣ୍ଣବ' ପରେ ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବାରୁ ଋଷିକୁଲ୍ୟା ସମେତ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି।

ଅଧିକ ଜଳ ପ୍ରବାହ ଯୋଗୁଁ ଗୋବା ନିକଟରେ ନଦୀବନ୍ଧ ଦୁର୍ବଳ ହୋଇ ଭାଙ୍ଗିଯାଇଥିବା ଜଣାପଡ଼ିଛି।

Ganjam Administration: ବାତ୍ୟା 'ଅର୍ଣ୍ଣବ'ର ମୁକାବିଲା ପାଇଁ ହାଇଆଲର୍ଟରେ ଗଞ୍ଜାମ ପ୍ରଶାସନ: ୬,୧୭୦ ଜଣ ସ୍ଥାନାନ୍ତର, ବାଘଲଟି ଜଳଭଣ୍ଡାର ଉପରେ ନଜର ଏନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି, ଘଟଣା ପରେ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି।

ବନ୍ଧ ମରାମତି ପାଇଁ ଘଟଣାସ୍ଥଳରେ ମୋରମ ପକାଇବା ସହ ଆବଶ୍ୟକ ପଦକ୍ଷେପ ନିଆଯାଉଛି।

ନଦୀର ଜଳସ୍ତର ଓ ପାଣି ପ୍ରବାହକୁ ଦୃଷ୍ଟିରେ ରଖି ସ୍ଥାନୀୟ ଲୋକଙ୍କୁ ସତର୍କ ରହିବା ସହ ନଦୀ ନିକଟକୁ ନଯିବାକୁ ପରାମର୍ଶ ଦିଆଯାଇଛି।

Flood: ଗଞ୍ଜାମରେ ବର୍ଷା ବିତ୍ପାତ: ଜଳମଗ୍ନ ଚାଷଜମି ଓ ବନ୍ୟା ସ୍ଥିତି ପରଖିଲେ ଛତ୍ରପୁର ବିଧାୟକ ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।

ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ସହ ବନ୍ଧ ମରାମତି ଓ ଜଳ ନିଷ୍କାସନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)