Rumesh Tharanga: ଭାଙ୍ଗିଗଲା ରମେଶଙ୍କ ରେକର୍ଡଭରା ଜାଭଲିନ୍‌

Sep 15, 2026 - 19:20
Rumesh Tharanga: ଭାଙ୍ଗିଗଲା ରମେଶଙ୍କ ରେକର୍ଡଭରା ଜାଭଲିନ୍‌

"ନୂଆଦିଲ୍ଲୀ: ଆଗାମୀ ଏସୀୟ କ୍ରୀଡ଼ା ପୂର୍ବରୁ ଶ୍ରୀଲଙ୍କାର ଜାଭଲିନ ତାରକା ରମେଶ ପଥିରାଗେଙ୍କୁ ବଡ଼ ଝଟକା ଲାଗିଛି।

ତାଙ୍କର ୯୦ ମିଟରରୁ ଅଧିକ ଦୂରତାର ଥ୍ରୋ ପାଇଁ ବ୍ୟବହୃତ ତିନିଟି ପ୍ରମୁଖ ଜାଭେଲିନ୍ ବିମାନ ଯାତ୍ରା ସମୟରେ ଭାଙ୍ଗିଯାଇଛି।

ତୁର୍କିସ୍ ଏୟାରଲାଇନ୍ସ ମାଧ୍ୟମରେ ହଙ୍ଗେରୀରୁ ଶ୍ରୀଲଙ୍କା ଫେରୁଥିବା ବେଳେ ଏହି ଘଟଣା ଘଟିଥିବା ରମେଶ ଦୁଃଖର ସହ କହିଛନ୍ତି।Advertisment ହଙ୍ଗେରୀରେ ଆୟୋଜିତ ବିଶ୍ବ ଆଥଲେଟିକ୍ସ ଅଲ୍ଟିମେଟ୍ ଚାମ୍ପିଅନ୍‌ସିପ୍‌ ଜିତିବା ପରେ ରମେଶ ଏହି ଏୟାରଲାଇନ୍ସ ମାଧ୍ୟମରେ ସ୍ବଦେଶ ଫେରିଥିଲେ।

ଶ୍ରୀଲଙ୍କାରେ ପହଞ୍ଚିବା ପରେ ତାଙ୍କ ଜାଭଲିନ୍‌ଗୁଡ଼ିକ କୌଣସି କାରଣରୁ ଭାଙ୍ଗିଯାଇଥିବା ଜଣାପଡ଼ିଥିଲା।

ଇନ୍‌ଷ୍ଟାଗ୍ରାମରେ ଭାଙ୍ଗିଯାଇଥିବା ଜାଭଲିନ୍‌ର ଫଟୋ ପ୍ରକାଶ କରି କରି ରମେଶ ଘଟଣା ସମ୍ପର୍କରେ ଜଣାଇଛନ୍ତି।

ସେ କହିଛନ୍ତି, ୯୦ ମିଟରରୁ ଅଧିକ ଥ୍ରୋ କରିବା ସମୟରେ ମୁଁ ବ୍ୟବହାର କରିଥିବା ସମସ୍ତ ତିନିଟି ଜାଭଲିନ୍ ନଷ୍ଟ ହୋଇଯାଇଛି।

ଏଥିନେଇ ହୁଏତ ଏୟାରଲାଇନ୍ସର ଭୁଲ୍ ଥାଇପାରେ।

କିନ୍ତୁ ଏହା ବଡ଼ ସମସ୍ୟା ନୁହେଁ।

ମୁଁ ଆଗକୁ ବଢ଼ିବି।

ସୂଚନାଯୋଗ୍ୟ ଯେ ୨୦୨୬ ଋତୁରେ ରମେଶ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଡାଏମଣ୍ଡ ଲିଗ୍ ଫାଇନାଲ୍ ଏବଂ ବିଶ୍ବ ଆଥଲେଟିକ୍ସ ଅଲ୍ଟିମେଟ୍ ଚାମ୍ପିଅନସିପ୍‌ରେ ବିଜେତା ହୋଇଛନ୍ତି।

ଏହା ସହିତ ସେ ଚଳିତ ଋତୁରେ ତିନିଥର ୯୦ ମିଟରରୁ ଅଧିକ ଦୂରତାକୁ ଜାଭଲିନ୍ ଫିଙ୍ଗିଛନ୍ତି।

ଭଦ୍ରକରେ ୮ ନୂତନ ସେତୁ ପାଇଁ ୨୪ ଲକ୍ଷ ଟଙ୍କା ମଞ୍ଜୁର, ଆରମ୍ଭ ହେବ ସର୍ଭେ ଓ ପରୀକ୍ଷଣ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)