Rugby Series 2026: ୧୦୦ ବର୍ଷର କ୍ରୀଡ଼ା ସମ୍ପର୍କ; ପ୍ରଥମଥର ଭାରତ ଆସିବ ନ୍ୟୁଜିଲାଣ୍ଡର ପୁରୁଷ ଓ ମହିଳା ଦଳ

Oct 09, 2026 - 11:13
Rugby Series 2026: ୧୦୦ ବର୍ଷର କ୍ରୀଡ଼ା ସମ୍ପର୍କ; ପ୍ରଥମଥର ଭାରତ ଆସିବ ନ୍ୟୁଜିଲାଣ୍ଡର ପୁରୁଷ ଓ ମହିଳା ଦଳ

"ମୁମ୍ବାଇ:  ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୧୦୦ ବର୍ଷର କ୍ରୀଡ଼ା ସମ୍ପର୍କକୁ ସ୍ମରଣୀୟ କରିବା ଲାଗି ପ୍ରଥମଥର ନ୍ୟୁଜିଲାଣ୍ଡର ୨୦ ବର୍ଷରୁ କମ୍‌ ପୁରୁଷ ଓ ମହିଳା ରଗ୍‌ବି ଦଳ ଭାରତ ଗସ୍ତରେ ଆସିବେ।

ଅକ୍ଟୋବର ୨୨ରୁ ୨୮ ପର୍ଯ୍ୟନ୍ତ ବିହାରର ରାଜଗିରଠାରେ ଉଭୟ ଦେଶର ଯୁବ ଦଳ ମଧ୍ୟରେ ରଗ୍‌ବି ଶୃଙ୍ଖଳା ଖେଳାଯିବ।

ନ୍ୟୁଜିଲାଣ୍ଡର ପୁରୁଷ ଦଳ "ତାମା ତୋଆ" (ବାଳକ ଯୋଦ୍ଧା) ଓ ମହିଳା ଦଳ "ହିନେ ତୋଆ" (ବାଳିକା ଯୋଦ୍ଧା)ରେ ଦେଶର ବିଭିନ୍ନ ଅଞ୍ଚଳରୁ ମନୋନୀତ ୨୪ ଜଣ ଯୁବ ମାଓରୀ (ନ୍ୟୁଜିଲାଣ୍ଡର ମୂଳ ଅଧିବାସୀ) ଖେଳାଳି ରହିଛନ୍ତି।Advertisment ଏହି ଗସ୍ତରେ ଉଭୟ ଦେଶର ଖେଳାଳି ମିଳିତ ଅଭ୍ୟାସ କରିବା ସହ ପରସ୍ପର ସହ ଅଭିଜ୍ଞତା, ଜ୍ଞାନ ଓ ସଂସ୍କୃତି ଆଦାନପ୍ରଦାନ କରିବେ।

୨୭ ତାରିଖରେ ୪ଟି ସେଭେନ୍ସ ମ୍ୟାଚ୍‌ ଅନୁଷ୍ଠିତ ହେବ।

ପ୍ରଥମେ ପୁରୁଷ ଓ ପରେ ମହିଳା ଦଳ ମ୍ୟାଚ୍‌ ଖେଳି‌ବାପରେ ଉଭୟ ଦେଶର ଖେଳାଳିଙ୍କୁ ନେଇ ଦୁଇଟି ମିଶ୍ରିତ ଦଳ ଗଠନ କରାଯାଇ ଆଉ ଦୁଇଟି ମ୍ୟାଚ୍‌ ଖେଳାଯିବ।

କ୍ରୀଡ଼ା ସମ୍ପର୍କରେ ଆଉ ଏକ ମାଇଲ୍‌ଖୁଣ୍ଟ ଭାରତୀୟ ରଗ୍‌ବି ଫୁଟ୍‌ବଲ୍‌ ସଂଘର ସଭାପତି ରାହୁଲ ବୋଷ କହିଛନ୍ତି, ""୧୦୦ ବର୍ଷ ପୂର୍ବେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କ୍ରୀଡ଼ା ସମ୍ପର୍କ ସ୍ଥାପନ ହୋଇଥିଲା।

ଏହାକୁ ସ୍ମରଣୀୟ କରିବାକୁ ନ୍ୟୁଜିଲାଣ୍ଡ ଦଳ ପ୍ରଥମ ଥର ଭାରତ ଆସିବ।

ଫଳରେ ଦୁଇ ଦେଶର କ୍ରୀଡ଼ା ସମ୍ପର୍କରେ ଆଉ ଏକ ମାଇଲ୍‌ଖୁଣ୍ଟ ଯୋଡ଼ି ହେବ।

ଏଥିସହ ଉଭୟ ଦଳ ଏକାଠି ଅଭ୍ୟାସ କରିବା ଏବଂ ମ୍ୟାଚ୍‌ ଖେଳିବା ନିଶ୍ଚିତ ଭାରତୀୟ ଯୁବ ଖେଳାଳିମାନେ ଅନ୍ତର୍ଜାତୀୟ ଅଭିଜ୍ଞତା ଦେବ।

ଦୁଇ ଦେଶର ଖେଳାଳି ମିଶ୍ରିତ ଦଳରେ ଖେଳିବା ଦ୍ବାରା ଏହା ଏକତା ଓ ବନ୍ଧୁତ୍ୱର ବାର୍ତ୍ତା ଦେବ।

Cricket: ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ: ସମ୍ପୂର୍ଣ୍ଣ ଘଟଣା କହିଲେ ଟିମ୍ ଇଣ୍ଡିଆର ପ୍ରଶିକ୍ଷକ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବଢ଼ୁଥିବା ରଗ୍‌ବି ସମ୍ପର୍କର ଏହା ଏକ ନୂଆ ଅଧ୍ୟାୟ।

ଚଳିତ ବର୍ଷ ମେ" ମାସରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ନ୍ୟୁଜିଲାଣ୍ଡର ରଗ୍‌ବି ପ୍ରଶିକ୍ଷକମାନେ ୩୫ ଜଣ ଭାରତୀୟ ପ୍ରଶିକ୍ଷକଙ୍କୁ ନେଇ ତାଲିମ କର୍ମଶାଳା ଆୟୋଜନ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)