RRB Station Master: ରେଲୱେ ଷ୍ଟେସନ ମାଷ୍ଟର ନିଯୁକ୍ତି ୨୦୨୬ ପାଇଁ ଆରମ୍ଭ ହୋଇଯାଇଛି ଆବେଦନ

Oct 27, 2026 - 16:32
RRB Station Master: ରେଲୱେ ଷ୍ଟେସନ ମାଷ୍ଟର ନିଯୁକ୍ତି ୨୦୨୬ ପାଇଁ ଆରମ୍ଭ ହୋଇଯାଇଛି ଆବେଦନ

ନୂଆଦିଲ୍ଲୀ: ରେଳୱେ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ଷ୍ଟେସନ ମାଷ୍ଟର ପଦବି ରେ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଛି।

ଏହି ନିଯୁକ୍ତିରେ ସାମିଲ ହେବାକୁ ଇଚ୍ଛୁକ ଯୁବକଯୁବତୀମାନେ ଅଫିସିଆଲ୍ ୱେବସାଇଟ୍ https://www.rrbapply.gov.in/ କୁ ଯାଇ ଆବେଦନ କରିପାରିବେ।

ମନେ ରଖନ୍ତୁ, କେବଳ ଅନଲାଇନ୍ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ।

ଅନ୍ୟ କୌଣସି ମାଧ୍ୟମରେ ଫର୍ମ କିମ୍ବା ଆବେଦନ ଶୁଳ୍କ ଜମା କରାଯାଇପାରିବ ନାହିଁ।

Advertisment ଶିକ୍ଷାଗତ ଯୋଗ୍ୟତା ଷ୍ଟେସନ ମାଷ୍ଟର ପଦବି ପାଇଁ ଆବେଦନ କରିବାକୁ ହେଲେ ପ୍ରାର୍ଥୀ ଯେକୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ କିମ୍ବା ଏହାର ସମକକ୍ଷ ଯୋଗ୍ୟତା ହାସଲ କରିଥିବା ଆବଶ୍ୟକ।

ବୟସ ସୀମା ଏହି ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୦ ବର୍ଷ ଏବଂ ସର୍ବାଧିକ ବୟସ ୩୩ ବର୍ଷ ହେବା ଆବଶ୍ୟକ।

୨୦୨୭ ଜାନୁଆରି ୧ ତାରିଖକୁ ଆଧାର କରି ବୟସ ଗଣନା କରାଯିବ।

ସଂରକ୍ଷିତ ବର୍ଗର ପ୍ରାର୍ଥୀ ଯଥା ଓବିସି, ଏସ୍‌ସି, ଏସ୍‌ଟି, ପୂର୍ବତନ ସୈନିକ ଓ ଅନ୍ୟାନ୍ୟ ଯୋଗ୍ୟ ବର୍ଗଙ୍କୁ ନିୟମ ଅନୁଯାୟୀ ବୟସ ସୀମାରେ ଛାଡ଼ ମିଳିବ।

ଅକ୍ଟୋବର ୨୭ରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଥିବା ବେଳେ ଆବେଦନର ଶେଷ ତାରିଖ ନଭେମ୍ବର ୨୫ ରାତି ୧୧:୫୯ ପର୍ଯ୍ୟନ୍ତ ରହିଛି।

ଆବେଦନ ଶୁଳ୍କ ଜମାର ଶେଷ ତାରିଖ ୨୦୨୬ ନଭେମ୍ବର ୨୭ ଏବଂ ଆବେଦନ ଫର୍ମରେ ସଂଶୋଧନ ନଭେମ୍ବର ୨୮ ରୁ ଡିସେମ୍ବର ୭ ପର୍ଯ୍ୟନ୍ତ ରହିଛି।

କିପରି କରିବେ ଆବେଦନ?

ଏହି ନିଯୁକ୍ତି ପାଇଁ ପ୍ରାର୍ଥୀମାନେ ନିଜେ ଅନଲାଇନ୍‌ରେ ଆବେଦନ କରିପାରିବେ।

ଏହାଦ୍ୱାରା ସାଇବର କାଫେରେ ଅତିରିକ୍ତ ଖର୍ଚ୍ଚରୁ ମଧ୍ୟ ରକ୍ଷା ପାଇପାରିବେ।

୧.

ପ୍ରଥମେ ଅଫିସିଆଲ୍ ୱେବସାଇଟ୍ rrbapply.gov.in କୁ ଯାଆନ୍ତୁ।

୨.

ହୋମ୍ ପେଜ୍‌ରେ CENTRALIZED EMPLOYMENT NOTICE (CEN) No.

08/2026 STATION MASTER ବିଭାଗ ଖୋଜି 'Apply' ବଟନ୍‌ରେ କ୍ଲିକ୍ କରନ୍ତୁ।

୩.

'Create an Account' ଉପରେ କ୍ଲିକ୍ କରି ପଞ୍ଜୀକରଣ ପ୍ରକ୍ରିୟା ପୂରଣ କରନ୍ତୁ।

୪.

ଏହାପରେ ଲଗ୍‌ଇନ୍ କରି ଆବଶ୍ୟକୀୟ ତଥ୍ୟ ପ୍ରଦାନ କରି ଆବେଦନ ଫର୍ମ ପୂରଣ କରନ୍ତୁ।

୫.

ଶେଷରେ ନିଜ ବର୍ଗ ଅନୁଯାୟୀ ନିର୍ଦ୍ଧାରିତ ଆବେଦନ ଶୁଳ୍କ ଜମା କରି ଫର୍ମ ସବମିଟ୍ କରନ୍ତୁ।

ଟିପ୍ପଣୀ: ଆବେଦନ କରିବା ପୂର୍ବରୁ ଅଫିସିଆଲ୍ ୱେବସାଇଟ୍‌ରେ ନିଯୁକ୍ତି ବିଜ୍ଞପ୍ତି, ପଦବି ସଂଖ୍ୟା ଓ ଆବେଦନ ଶୁଳ୍କ ସମ୍ପର୍କିତ ତଥ୍ୟ ନିଶ୍ଚିତ କରନ୍ତୁ।

ଅଭିଷେକଙ୍କ ଆଗରେ ମୁଣ୍ଡ ନୁଆଁଇଲା ନ୍ୟୁଜିଲାଣ୍ଡ, ଆଗୁଆ ଶୃଙ୍ଖଳା ଜିତିଲା ଭାରତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)