ANKUR Handbook Unveils ରାଜ୍ୟର ଫ୍ଲାଗ୍‌ସିପ୍‌ ଯୋଜନା ’ଅଙ୍କୁର’ ସୂଚନାପୁସ୍ତିକା ଉନ୍ମୋଚିତ

Oct 27, 2026 - 16:32
ANKUR Handbook Unveils ରାଜ୍ୟର ଫ୍ଲାଗ୍‌ସିପ୍‌ ଯୋଜନା ’ଅଙ୍କୁର’ ସୂଚନାପୁସ୍ତିକା ଉନ୍ମୋଚିତ

ଭୁବନେଶ୍ୱର: ଓଡ଼ିଶାରେ ସହରୀ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା, ପୌର ସଂସ୍ଥାଗୁଡ଼ିକର ଦକ୍ଷତା ବୃଦ୍ଧି ଏବଂ ନାଗରିକକୈନ୍ଦ୍ରିକ ସେବା ପ୍ରଦାନକୁ ଅଧିକ ପ୍ରଭାବଶାଳୀ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଫ୍ଲାଗ୍‌ସିପ୍ ପଦକ୍ଷେପ "ଅଙ୍କୁର" (Atal Network for Knowledge, Urbanisation and Reform)ର ସୂଚନା ସମ୍ବଳିତ ହ୍ୟାଣ୍ଡ୍‌ବୁକ୍‌ ଆଜି (ମଙ୍ଗଳବାର) ଉନ୍ମୋଚିତ ହୋଇଯାଇଛି।

Advertisment ସହର ବିକାଶ ପାଇଁ ୬୦୦୦ କୋଟିର ଯୋଜନା: ଚଳିତ ବର୍ଷ ଖର୍ଚ୍ଚ ହେବ ୧୧୦୦ କୋଟି ଭୁବନେଶ୍ୱରରେ ଆୟୋଜିତ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଓ ନ୍ୟାସନାଲ୍ ଅର୍ବାନ୍ କନକ୍ଲେଭ୍ ୨୦୨୬ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ANKURର ୧୧ଟି ସହଯୋଗୀ ସଂସ୍ଥାଗୁଡ଼ିକର ସୂଚନାପୁସ୍ତିକା ଉନ୍ମୋଚିତ ହୋଇଛି ।

ରାଜ୍ୟ ବଜେଟ୍‌ ୨୦୨୫-୨୬: ଶିଳ୍ପ, ସହର ବିକାଶ, ଗରିବଙ୍କୁ ଜଗା ଦର୍ଶନ କରାଇବାକୁ ନୂଆ ଯୋଜନା ଅଙ୍କୁର ଅଧୀନରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍, ଜନାଗ୍ରହ, ଅର୍ବାନ୍ ମ୍ୟାନେଜମେଣ୍ଟ ସେଣ୍ଟର୍, ଇ-ଗଭ୍ ଫାଉଣ୍ଡେସନ୍, ଲାଇଟ୍‌ହାଉସ୍ କମ୍ୟୁନିଟିଜ୍ ଫାଉଣ୍ଡେସନ୍, UN-Habitat, ପ୍ରସ୍ପେରିଟି, ଏୟାର ପଲ୍ୟୁସନ୍ ଆକ୍ସନ୍ ଗ୍ରୁପ୍, ଏୟାରାୱତ ରିସର୍ଚ୍ଚ ଫାଉଣ୍ଡେସନ୍, ସୋକ୍ରାଟସ୍ ଫାଉଣ୍ଡେସନ୍ ଓ WRI India ସମେତ ୧୧ଟି ସହଯୋଗୀ ସଂସ୍ଥା ସାମିଲ ହୋଇଛନ୍ତି ।

ଏହି ସଂସ୍ଥାଗୁଡ଼ିକ ସହରୀ ଯୋଜନା, ପୌର ଅର୍ଥନୀତି, ଡିଜିଟାଲ୍ ସେବା, ଜୀବିକା, ପରିମଳ ଓ ପରିବେଶ ସୁରକ୍ଷା ଭଳି କ୍ଷେତ୍ରରେ ବୈଷୟିକ ଜ୍ଞାନ ଓ ସହାୟତା ଯୋଗାଇ ଦେଉଛନ୍ତି ।

Urban transport: 'ସହରାଞ୍ଚଳ ଗମନାଗମନ ଭିତ୍ତିଭୂମି ବଢ଼ିବା ଜରୁରୀ': ୫୯ହଜାର କୋଟିର ୯ ମେଟ୍ରୋ ପ୍ରକଳ୍ପକୁ ମଞ୍ଜୁରି ସୂଚନାଯୋଗ୍ୟ, ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ପରିକଳ୍ପନାରୁ ଆରମ୍ଭ ହୋଇଥିବା ANKURକୁ ରାଜ୍ୟ ସରକାର ୨୮ ମେ ୨୦୨୫ରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ ।

'ବିକଶିତ ଓଡ଼ିଶା @୨୦୩୬' ଓ 'ବିକଶିତ ଭାରତ @୨୦୪୭'ର ଲକ୍ଷ୍ୟ ସହ ସମନ୍ୱିତ ଏହି ପଦକ୍ଷେପ ଜ୍ଞାନ, ଗବେଷଣା, ନବସୃଜନ ଓ କାର୍ଯ୍ୟକାରୀ ସହାୟତାକୁ ସରକାରୀ ପ୍ରାଥମିକତା ସହ ଯୋଡ଼ିଛି ।

ଏହାର ଚାରିଟି ମୁଖ୍ୟ ସ୍ତମ୍ଭ ହେଉଛି—ଦକ୍ଷତା ବିକାଶ, ଜ୍ଞାନ ଓ ଗବେଷଣା, କାର୍ଯ୍ୟକାରୀ ସହାୟତା ଏବଂ ନବସୃଜନ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)