Rourkela traffic: ସୁଧୁରୁନାହାନ୍ତି ଅମାନିଆ ଗାଡ଼ି ଚାଳକ; ୪ ମାସରେ ୨୮ ହଜାର ଚାଳକଙ୍କୁ ଇ-ଚାଲାଣ

Aug 10, 2026 - 08:10
Rourkela traffic: ସୁଧୁରୁନାହାନ୍ତି ଅମାନିଆ ଗାଡ଼ି ଚାଳକ; ୪ ମାସରେ ୨୮ ହଜାର ଚାଳକଙ୍କୁ ଇ-ଚାଲାଣ

"ରାଉରକେଲା (ଦେବବ୍ରତ ଗଡ଼ତିଆ): ସ୍ମାର୍ଟସିଟି ରାଉରକେଲାରେ ଟ୍ରାଫିକ୍‌ ନିୟମର ଖୋଲା ଉଲ୍ଲଂଘନ ଚାଲିଛି।

କିଏ ବିନା ହେଲ୍‌ମେଟ୍‌ ପିନ୍ଧି ଗାଡ଼ି ଚଳାଉଥିବାବେଳେ ପୁଣି କିଏ ନିଶାସେବନ, ମୋବାଇଲ ବ୍ୟବହାର କରି ଗାଡ଼ି ଚାଳନା କରୁଛନ୍ତି।

ଯଦ୍ବାରା ସଡ଼କ ଦୁର୍ଘଟଣା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି।

ଅବଶ୍ୟ, ପୁଲିସ ପ୍ରଶାସନ ପକ୍ଷରୁ ଇ-ଚାଲାଣ କଟାଯାଉଛି।

ଗତ ୪ ମାସ ଭିତରେ ରାଉରକେଲା ପୁଲିସ ପକ୍ଷରୁ ପ୍ରାୟ ୨୮ ହଜାର ନିୟମ ଉଲ୍ଲଂଘନକାରୀଙ୍କୁ ଇ-ଚାଲାଣ ଜାରି କରାଯାଇଛି।Advertisment ସହରର ପ୍ରମୁଖ ଛକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ଟ୍ରାଫିକ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖିବା ପାଇଁ ପ୍ରାୟ ୧୧୦୦ଟି ସିସି କ୍ୟାମେରା ଖଞ୍ଜାଯାଇଛି।

ଗତ ୪ ମାସ ଭିତରେ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ପ୍ରାୟ ୩ କୋଟି ଟଙ୍କାର ଜରିମାନା ଆଦାୟ କରାଯାଇଛି, ଯାହା ସହରରେ ବଢୁଥିବା ଅସନ୍ତୋଷଜନକ ଟ୍ରାଫିକ୍‌ ସ୍ଥିତିକୁ ସ୍ପଷ୍ଟ କରୁଛି।

ଏହି ସମୟରେ ବିନା ହେଲମେଟରେ ଗାଡ଼ି ଚଳାଉଥିବା ୩,୬୦୦ ଜଣ ଚାଳକଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଗୋଟିଏ ମୋଟରସାଇକଲରେ ତିନି ଜଣ ବସି ଯାତ୍ରା କରୁଥିବା ୭୧ଟି ମାମଲା ସାମ୍ନାକୁ ଆସିଛି।

ସେହିପରି ନିଶାସେବନ କରି ଗାଡ଼ି ଚଲାଉଥିବା ୧୨୦ ଜଣ ଏବଂ ଗାଡ଼ି ଚଳାଇବା ସମୟରେ ମୋବାଇଲ୍ ଫୋନ ବ୍ୟବହାର କରୁଥିବା ୧୪୦ ଜଣ ବେପରୁଆ ଚାଳକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ ଆସିଲା ଓଟିଏସ୍: ବହୁ ଜରିମାନା ଉପରେ ଅଧା ଛାଡ଼ ଚାଳକଙ୍କ ସାମାନ୍ୟ ଅସାବଧାନତା ତଥା ନିୟମ ଉଲ୍ଲଂଘନ ଯୋଗୁ ନିୟମିତ ବ୍ୟବଧାନରେ ଛୋଟବଡ଼ ଦୁର୍ଘଟଣା ଘଟୁଛି।

ତେବେ ଅମାନିଆଙ୍କ ଉପରେ ଯେଭଳି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା କଥା, ତାହା ଦେଖିବାକୁ ମିଳୁନି।

ଉଲ୍ଲଂଘନକାରୀଙ୍କ ବିରୋଧରେ ମୋଟା ଅଙ୍କର ଜରିମାନା, ଡ୍ରାଇଭିଂ ଲାଇସେନ୍ସ ବାତିଲ, ଗାଡ଼ି ଜବତ ଭଳି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉନି।

ଯଦ୍ବାରା ବେପରୁଆ ଗାଡ଼ିଚାଳନା‌ ହ୍ରାସ ପାଉନି।

ସହରର ସୁରକ୍ଷା ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ଚଢଉ ଓ ଯାଞ୍ଚ ପ୍ରକ୍ରିୟାକୁ ବ୍ୟାପକ କରିବାକୁ ଦାବି ହେଉଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media