Rourkela Railway Station: ରାଉରକେଲା ରେଳଷ୍ଟେସନରେ ଏକ କୋଟି ଟଙ୍କାର ସେଡ୍‌ ଭୁଶୁଡ଼ିଲା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Aug 10, 2026 - 11:21
Rourkela Railway Station: ରାଉରକେଲା ରେଳଷ୍ଟେସନରେ ଏକ କୋଟି ଟଙ୍କାର ସେଡ୍‌ ଭୁଶୁଡ଼ିଲା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

"ସୁନ୍ଦରଗଡ, ବନ୍ଧମୁଣ୍ଡା(ଦେବ କୁମାର ଦେ): ଚକ୍ରଧରପୁର ରେଳ ମଣ୍ଡଳ ଅଧୀନସ୍ଥ ରାଉରକେଲା ରେଳ ଷ୍ଟେସନରେ ଆଜି ସକାଳ ୯ଟା ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି।

ଷ୍ଟେସନର ମୁଖ୍ୟ ପ୍ରବେଶଦ୍ୱାର ସମ୍ମୁଖରେ ପ୍ରାୟ ଏକ କୋଟି ଟଙ୍କା ବ୍ୟୟରେ ଦୁଇ ମାସ ତଳେ ନିର୍ମାଣ ହୋଇଥିବା ଏକ ନୂଆ ସେଡ୍‌ ହଠାତ୍‌ ଭୁଶୁଡ଼ି ପଡ଼ିଛି।

ସେଡ୍‌ର ମଲବା ତଳେ ରହିଥିବା ଏକ କାର୍‌ ଓ ଟେମ୍ପୋ ଉପରେ ପଡ଼ିବାରୁ ଉଭୟ ଯାନ କ୍ଷତିଗ୍ରସ୍ତ ହୋଇଛି।Advertisment ଯାତ୍ରୀ ଓ ଯାନ ଚାଳକମାନଙ୍କୁ ଖରା ଏବଂ ବର୍ଷାରୁ ସୁରକ୍ଷା ଦେବା ପାଇଁ ଏହି ସେଡ୍‌ ନିର୍ମାଣ କରାଯାଇଥିଲା।

ମାତ୍ର ଏହି ନିର୍ମାଣର ମାତ୍ର ତିନି ମାସ ମଧ୍ୟରେ ଏହା ଭୁଶୁଡ଼ି ପଡ଼ିବା ଘଟଣା ନିର୍ମାଣ କାର୍ଯ୍ୟର ମାନ ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି କରି ଦେଇଛି।

ସେଠାରେ ଆତଙ୍କ ଖେଳିଯାଇଥିଲା ଘଟଣା ସମୟରେ ସେଡ୍‌ ତଳେ କିଛି ଯାତ୍ରୀ ମଧ୍ୟ ଉପସ୍ଥିତ ଥିବା ଜଣାପଡ଼ିଛି।

ହଠାତ୍‌ ସେଡ୍‌ ଭୁଶୁଡ଼ି ପଡ଼ିବାରୁ ସେଠାରେ ଆତଙ୍କ ଖେଳିଯାଇଥିଲା।

ଲୋକମାନେ ଦୌଡ଼ି ପଳାଇ କୌଣସିମତେ ନିଜ ଜୀବନ ବଞ୍ଚାଇଥିଲେ।

ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଯାତ୍ରୀଙ୍କ ମୃତାହତ ହୋଇଥିବା ତତ୍କାଳୀନ ସୂଚନା ନାହିଁ।

ସେଡ୍‌ ତଳେ ଥିବା ଯାନଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିବାରୁ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଆଶଙ୍କା କରାଯାଉଛି।

ଏହି ଘଟଣା ପୁଣିଥରେ ଚକ୍ରଧରପୁର ରେଳ ମଣ୍ଡଳରେ ଚାଲିଥିବା ନିର୍ମାଣ କାର୍ଯ୍ୟର ମାନ ଏବଂ ତଦାରଖ ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ଉଠାଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଷ୍ଟେସନର ମୁଖ୍ୟ ଦ୍ୱାର ନିକଟରେ ନିର୍ମାଣ ହେଉଥିବା ଏହି ସେଡ୍‌ର ଗୁଣବତ୍ତାକୁ ନେଇ ପୂର୍ବରୁ ମଧ୍ୟ ଚିନ୍ତା ପ୍ରକାଶ ପାଇଥିଲା।

Truck: କୋଇଲା ବୋଝେଇ ଟ୍ରକ୍ ଓଲଟି ଓଡ଼ିଶା-ଆନ୍ଧ୍ର ୬ଘଣ୍ଟା ରାସ୍ତା ଜାମ୍ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media