Rourkela: ଭୁଶୁଡ଼ୁଛି ସ୍ମାର୍ଟସିଟିର ପରିମଳ ବ୍ୟବସ୍ଥା, କାଗଜପତ୍ରରେ ସୀମିତ ଆର୍‌ଏମ୍‌ସି ସ୍ୱଚ୍ଛତା

Sep 10, 2026 - 09:18
Rourkela: ଭୁଶୁଡ଼ୁଛି ସ୍ମାର୍ଟସିଟିର ପରିମଳ ବ୍ୟବସ୍ଥା, କାଗଜପତ୍ରରେ ସୀମିତ ଆର୍‌ଏମ୍‌ସି ସ୍ୱଚ୍ଛତା

"ରାଉରକେଲା (ଦେବବ୍ରତ ଗଡ଼ତିଆ): ସ୍ମାର୍ଟ୍‌ସିଟି ରାଉରକେଲାରେ ପରିମଳ ବ୍ୟବସ୍ଥା ଭୁଶୁଡ଼ିବାରେ ଲାଗିଛି।

ସମ୍ଭ୍ରାନ୍ତ ସିଭିଲ୍‌ ଟାଉନସିପ୍‌ ହେଉ କି ଗୋପବନ୍ଧୁପାଲି, ମଧୁସୂଦନପାଲି, ସବୁଠାରେ ସମାନ ସ୍ଥିତି।

ରାସ୍ତାଘାଟ, ନାଳନର୍ଦ୍ଦମା ସବୁଠାରେ ଅଳିଆଆବର୍ଜନା ଭର୍ତ୍ତି ହୋଇରହିଛି।

ଅପରପକ୍ଷରେ ଜାତୀୟ ସ୍ଵଚ୍ଛତା ସର୍ଭେକ୍ଷଣ ରୢାଙ୍କିଂରେ ରାଉରକେଲା କ୍ରମାଗତ ଭାବେ ନିଜର ସ୍ଥିତି ବଜାୟ ରଖିଆସିଛି।

ଗତ ପାଞ୍ଚ ବର୍ଷର ରିପୋର୍ଟକୁ ଦେଖିଲେ ଜଣାପଡ଼େ ଯେ, ରାଉରକେଲା ସହର ୨୦୨୧ ମସିହାରେ ୫୭ତମ ରୢାଙ୍କ, ୨୦୨୨ରେ ୪୫ତମ ରୢାଙ୍କ, ୨୦୨୩ରେ ସାମାନ୍ୟ ପଛକୁ ଖସି ୧୧୯ତମ ର଼୍ୟାଙ୍କ, ୨୦୨୪ରେ ବଡ଼ ସଫଳତା ସହ ୧୫ତମ ର଼୍ୟାଙ୍କ ଓ ନିକଟରେ ୨୦୨୫-୨୬ ସ୍ଵଚ୍ଛତା ତାଲିକାରେ ଦେଶର ଶୀର୍ଷ ସହରଗୁଡ଼ିକ ମଧ୍ୟରେ ସ୍ଥାନ ପାଇ ଗୌରବ ଆଣିଛି।

କାଗଜପତ୍ର ଓ ସରକାରୀ ପୁରସ୍କାରରେ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ବେଶ୍ ପ୍ରଶଂସା ସାଉଁଟିଥିବାବେଳେ ବାସ୍ତବରେ କିନ୍ତୁ ସ୍ଥିତି ଓଲଟା।Advertisment ସ୍ମାର୍ଟସିଟିର ବିଭିନ୍ନ ଅଞ୍ଚଳରେ ଏବେବି ଅଳିଆ ସରକାରୀସ୍ତରରେ ସଫେଇ କାର୍ଯ୍ୟ କରାଯାଉଥିବା ନେଇ ଦାବି କରାଯାଉଥିଲେ ହେଁ, ସ୍ମାର୍ଟସିଟିର ବିଭିନ୍ନ ଅଞ୍ଚଳରେ ଏବେବି ଅଳିଆ ଆବର୍ଜନାର ପାହାଡ଼ ଦେଖିବାକୁ ମିଳୁଛି।

ସହରର କେତେକ ମୁଖ୍ୟ ରାସ୍ତାକୁ ପ୍ରତିଦିନ ସଫା କରାଯାଉଥିବା ବେଳେ ବହୁ ଆଭ୍ୟନ୍ତରୀଣ ଅଞ୍ଚଳ, ଗଳିକନ୍ଦି ଓ ବସ୍ତିଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଅବହେଳିତ।

ସହରର ବିଭିନ୍ନ ସ୍ଥାନରେ କଠିନ ଆବର୍ଜନା ଜମା ହୋଇ ରହିବା ସହ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି।

ଏମିତିକି ବର୍ଜ୍ୟଜଳ ରାସ୍ତାରେ ଭାସିବା ସହ ଘର ଭିତରକୁ ପଶୁଛି।

ଗତ ଅଗଷ୍ଟ ମାସରେ ତିନିଥର ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବା, ଏହାର ଜ୍ବଳନ୍ତ ଉଦାହରଣ।

ନିୟମିତ ବ୍ୟବଧାନରେ ଅଳିଆ ଉଠାଯାଉ ନଥିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି।

ସହରର ଗୋଟିଏ ପଟେ ସୌନ୍ଦର୍ଯ୍ୟୀକରଣ ଓ ସଫେଇ କାର୍ଯ୍ୟର ପ୍ରଦର୍ଶନ ଚାଲିଥିବା ବେଳେ, ଅନ୍ୟପଟେ ନିମ୍ନମାନର ବର୍ଜ୍ୟବସ୍ତୁ ପରିଚାଳନା ସ୍ମାର୍ଟସିଟିର ଆଖ୍ୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

କେବଳ ସର୍ବେକ୍ଷଣ ସମୟରେ ତପ୍ତରତା ପ୍ରକାଶ ନକରି, ବର୍ଷସାରା ସହରର ସମସ୍ତ ୪୦ଟି ୱାର୍ଡରେ ସମାନ ଭାବେ ସ୍ଵଚ୍ଛତା ରକ୍ଷା କରିବା ତଥା କଠିନ ଓ ତରଳ ବର୍ଜ୍ୟବସ୍ତୁର ସଠିକ ନିଷ୍କାସନ ପାଇଁ ସ୍ଥାୟୀ ପଦକ୍ଷେପ ନେବାକୁ ଦାବି ହେଉଛି।

ଉଲ୍ଲେଖଯୋଗ୍ୟ, ସହରକୁ ସ୍ଵଚ୍ଛ ରଖିବା ପାଇଁ ଆର୍‌ଏମ୍‌ସି ପକ୍ଷରୁ ୮ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି) ଓ ମ୍ୟାଟେରିଆଲ ରିକଭରି ଫାସିଲିଟି (ଏମ୍‌ଆର୍‌ଏଫ୍‌) ପ୍ରତିଷ୍ଠା କରାଯାଇଛି।

ଏହି କେନ୍ଦ୍ରଗୁଡ଼ିକ ତରକେରା, ବାଲୁଘାଟ, ବିପିୟୁଟି କ୍ୟାମ୍ପସ, ଫର୍ଟିଲାଇଜର ଟାଉନସିପ୍, ରାଉରକେଲା ୱାନ୍‌, ଛେଣ୍ଡ୍, ସେକ୍ଟର-୧୫ ଓ ହନୁମାନ ବାଟିକା ଅଞ୍ଚଳରେ କାର୍ଯ୍ୟ କରୁଛି।

ତେବେ ଏତେ ସଂଖ୍ୟକ ବ୍ୟବସ୍ଥା ସତ୍ତ୍ୱେ ସହରକୁ ସମ୍ପୂର୍ଣ୍ଣ ସ୍ଵଚ୍ଛ ରଖିବାରେ ପ୍ରଶାସନ ବିଫଳ ହୋଇଛି।

Mayawati: ଆକାଶ ଆନନ୍ଦଙ୍କ ପଦବି ଫେରାଇବା ପାଇଁ ମାୟାବତୀଙ୍କ "ସନ୍ନ୍ୟାସ" ସର୍ତ୍ତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)