Ronaldo: ରୋନାଲ୍ଡୋଙ୍କ ଆଉ ଏକ ରେକର୍ଡ: ଲଗାତାର ୨୫ ଲିଗ୍ ଋତୁରେ ଗୋଲ୍ ସ୍କୋରର୍
"ନୂଆଦିଲ୍ଲୀ: ପର୍ତ୍ତୁଗାଲ୍ର ମହାନ ଫୁଟ୍ବଲର୍ କ୍ରିଷ୍ଟିଆନୋ ରୋନାଲ୍ଡୋ ଆଉ ଏକ ମାଇଲ୍ଖୁଣ୍ଟ ଛୁଇଁଛନ୍ତି।
ପ୍ରଥମ ପେସାଦାର ଫୁଟ୍ବଲର୍ ଭାବେ ସେ ଲଗାତାର ୨୫ ଲିଗ୍ ଋତୁରେ ଗୋଲ୍ ସ୍କୋର କରିବାର ରେକର୍ଡ କରିଛନ୍ତି।
ଅଲ୍-ନାସରରୁ ଖେଳୁଥିବା ରୋନାଲ୍ଡୋ ସାଉଦ ପ୍ରୋ ଲିଗ୍ରେ ଅଲ୍-ରିୟାଦ ବିପକ୍ଷରେ ଗୋଲ୍ କରି ଏହି ସଫଳତା ହାସଲ କରିଥିଲେ।
୬୨ତମ ମିନିଟ୍ରେ ପଡ଼ିଆକୁ ବଦଳ ଖେଳାଳି ଭାବେ ଓହ୍ଲାଇଥିବା ରୋନାଲ୍ଡୋ ୮୩ତମ ମିନିଟ୍ରେ ଗୋଲ୍ କରି ସ୍ବିଡେନ୍ର ଫୁଟ୍ବଲ୍ କିଂବଦନ୍ତି ଜିଆଟାନ ଇବ୍ରାହିମୋଭିକ୍ଙ୍କ ରେକର୍ଡକୁ ପଛରେ ପକାଇଥିଲେ।
ଇବ୍ରାହିମୋଭିକ ଲଗାତାର ୨୪ ଋତୁରେ ଗୋଲ୍ କରିଥିଲେ।Advertisment ଯୁବାବସ୍ଥାରେ ପ୍ରଥମ ଗୋଲ୍ ଏହି ଗୋଲ୍ ସହ ରୋନାଲ୍ଡୋ ନିଜ ଗୋଲ୍ ସଂଖ୍ୟା ୯୭୭ରେ ପହଞ୍ଚାଇ ୧୦୦୦ ଗୋଲ୍ର ନିକଟତର ହୋଇଛନ୍ତି।
୫ କ୍ଲବ୍ ଓ ପର୍ତ୍ତୁଗାଲ ପକ୍ଷରୁ ସେ ଏହି ଗୋଲ୍ କରିଛନ୍ତି।
ରିଅଲ୍ ମାଦ୍ରିଦ୍ ପକ୍ଷରୁ ସର୍ବାଧିକ ୪୫୦ ଗୋଲ୍ କରିଥିଲା ବେଳେ ପର୍ତ୍ତୁଗାଲ (୧୪୬), ମାଞ୍ଚେଷ୍ଟର ୟୁନାଇଟେଡ୍ (୧୪୫), ଅଲ୍ ନାସର (୧୩୦), ଜୁଭେଣ୍ଟସ୍ (୧୦୧), ସ୍ପୋର୍ଟିଂ ସିପି (୫) ପକ୍ଷରୁ ଅନ୍ୟ ଗୋଲ୍ଗୁଡ଼ିକ କରିଥିଲେ।
୨୦୦୨-୦୩ ଋତୁରେ ରୋନାଲ୍ଡୋ ବରିଷ୍ଠ ସ୍ତରରେ ଗୋଲ୍ ଦେବା ଆରମ୍ଭ କରିଥିଲେ।
ଯୁବାବସ୍ଥାରେ ସେ ପ୍ରଥମ ଗୋଲ୍ ସ୍ପୋର୍ଟିଂ ସିପି ପାଇଁ କରିଥିଲେ।
ଦୁଇ ଦଶନ୍ଧିରୁ ଅଧିକ ବର୍ଷ ଧରି ପ୍ରତି ଋତୁରେ ସେହି ଗୋଲ୍ ଧାରା ଜାରି ରଖିଛନ୍ତି।
US Canada Trade: ଆମେରିକା-କାନାଡା ବାଣିଜ୍ୟ ଯୁଦ୍ଧ: ଆମ ଉପରେ ଏକ ଆକ୍ରମଣ ହୋଇଛି କହି ଉଦ୍ବେଗ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ କାର୍ନି "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

