Rohit Sharma's Bat Goes Silent: ରୋହିତଙ୍କ ବ୍ୟାଟ୍‌ରେ ରନ୍ ମରୁଡ଼ି, ରୋହିତଙ୍କ ବିଶ୍ୱକପ୍ ସ୍ୱପ୍ନକୁ ନେଇ ଉଠିଲା ପ୍ରଶ୍ନ

Nov 15, 2026 - 15:44
Rohit Sharma's Bat Goes Silent: ରୋହିତଙ୍କ ବ୍ୟାଟ୍‌ରେ ରନ୍ ମରୁଡ଼ି, ରୋହିତଙ୍କ ବିଶ୍ୱକପ୍ ସ୍ୱପ୍ନକୁ ନେଇ ଉଠିଲା ପ୍ରଶ୍ନ

ବ୍ୟାଟ୍ ଚାଲୁନି, ରନ୍ ଆସୁନି।

ଦିନେ ଯେଉଁ ବ୍ୟାଟ୍‌ରୁ ଛକା ଚୌକା ବର୍ଷୁଥିଲା, ଏବେ ସେହି ବ୍ୟାଟ୍ ଯେମିତି ନୀରବ।

ଭାରତୀୟ କ୍ରିକେଟ୍‌ର ହିଟ୍‌ମ୍ୟାନ୍ ରୋହିତ ଶର୍ମାଙ୍କୁ ଘାରିଛି ଖରାପ ଫର୍ମର ଚିନ୍ତା।

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ନିରାଶ କରିଛନ୍ତି ଏହି ଷ୍ଟାର୍ ଓପନର୍।

ଆଉ ଏହାକୁ ନେଇ ୨୦୨୭ ବିଶ୍ୱକପ୍ ପୂର୍ବରୁ ଉଠିଲାଣି ବଡ଼ ପ୍ରଶ୍ନ।

Advertisment ନ୍ୟୁଜିଲାଣ୍ଡ ବିପକ୍ଷରେ ୪ଟି ଇନିଂସରୁ ମାତ୍ର ୩୦ ରନ୍ କରିଛନ୍ତି ରୋହିତ।

ଏଥିରେ ରହିଛି ଦୁଇଟି ଶୂନ ରନ୍।

ପଞ୍ଚମ ଦିନିକିଆରେ ମଧ୍ୟ ମାତ୍ର ୭ ରନ୍ କରି ଆଉଟ୍ ହୋଇଛନ୍ତି।

କେବଳ ରନ୍ ନୁହେଁ, ଏହି ସିରିଜ୍‌ରେ ତାଙ୍କ ବ୍ୟାଟିଂରେ ସେହି ପୁରୁଣା ଲୟ ଓ ଆତ୍ମବିଶ୍ୱାସ ମଧ୍ୟ ଦେଖିବାକୁ ମିଳିନାହିଁ।

ଚତୁର୍ଥ ଦିନିକିଆରେ ଭାରତର ୨୪୪ ରନ୍‌ର ବଡ଼ ପରାଜୟ ମଧ୍ୟ ଟିମ୍‌ର ଚିନ୍ତା ବଢ଼ାଇଛି।

୩୩୪ ରନ୍‌ର ଟାର୍ଗେଟ୍ ପିଛା କରି ଭାରତ ମାତ୍ର ୮୯ ରନ୍‌ରେ ଅଲଆଉଟ୍ ହୋଇଥିଲା।

ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ମଧ୍ୟ ଏହି ବ୍ୟାଟିଂ ବିପର୍ଯ୍ୟୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି।

ତାଙ୍କ କହିବା ଅନୁସାରେ, ନ୍ୟୁଜିଲାଣ୍ଡର ପରିସ୍ଥିତି ଆଗାମୀ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିଆରେ ମିଳିବାକୁ ଥିବା ପରିସ୍ଥିତି ସହ ସମାନ ହୋଇପାରେ।

Advertisment କେବଳ ରୋହିତ ନୁହନ୍ତି, ବିରାଟ କୋହଲିଙ୍କ ବ୍ୟାଟ୍ ମଧ୍ୟ ଏହି ସିରିଜ୍‌ରେ ଚୁପ୍ ରହିଛି।

ପ୍ରଥମ ମ୍ୟାଚ୍‌ରେ ୭୪ ରନ୍ କରିଥିବା କୋହଲି ପରବର୍ତ୍ତୀ ଦୁଇଟି ସମ୍ପୂର୍ଣ୍ଣ ମ୍ୟାଚ୍‌ରେ ମାତ୍ର ୭ ଓ ୫ ରନ୍ କରିଥିଲେ।

ତେବେ ୨୦୨୩ ବିଶ୍ୱକପ୍ ପରଠାରୁ ରୋହିତ ଭାରତର ଦ୍ୱିତୀୟ ସର୍ବାଧିକ ଦିନିକିଆ ରନ୍ ସଂଗ୍ରହକାରୀ।

୨୦୨୬ରେ ଇଂଲଣ୍ଡ ବିପକ୍ଷରେ ୧୩୮ ରନ୍ ଏବଂ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୦୧ ଓ ୯୨ ରନ୍‌ର ଇନିଂସ ମଧ୍ୟ ଖେଳିଥିଲେ ସେ।

ଏବେ ରୋହିତଙ୍କ ପାଇଁ ଆଗକୁ ରହିଛି ନିଜ ଫର୍ମ ଫେରିପାଇବାର ସୁଯୋଗ।

ଡିସେମ୍ବର ୧୩ରୁ ଭାରତରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ଆରମ୍ଭ ହେବ।

ବିଶାଖାପାଟଣାରେ ପ୍ରଥମ ମ୍ୟାଚ୍ ପରେ ଡିସେମ୍ବର ୧୬ରେ ବେଙ୍ଗାଲୁରୁ ଏବଂ ୧୯ରେ ଅହମଦାବାଦରେ ମ୍ୟାଚ୍ ଖେଳାଯିବ।

ଘରୋଇ ମାଟିରେ ରନ୍ କରି ରୋହିତ ନିଜ ଲୟ ଫେରାଇବେ ବୋଲି ଆଶା ରଖିଛନ୍ତି ପ୍ରଶଂସକ।

କିନ୍ତୁ ବିଶ୍ୱକପ୍ ପୂର୍ବରୁ ବିଦେଶୀ ପରିସ୍ଥିତିରେ ନିଜକୁ ପ୍ରମାଣିତ କରିବା ମଧ୍ୟ ତାଙ୍କ ପାଇଁ ବଡ଼ ଆହ୍ୱାନ ହେବ।

ତେବେ ୨୦୨୭ ବିଶ୍ୱକପ୍ ପୂର୍ବରୁ ରୋହିତ ଫର୍ମକୁ ଫେରିବେ ନା ଜାରି ରହିବ ରନ୍‌ର ମରୁଡ଼ି?

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)