Welcome!

Unlock your personalized experience.
Sign Up

ୟଶଙ୍କ ‘ଟକ୍ସିକ’ର ନୂଆ ରିଲିଜ ଡେଟ୍ ଘୋଷଣା, ଶ୍ରଦ୍ଧା କପୁରଙ୍କ ‘ଇଥା’ ସହ ହେବ ମହା ଲଢେଇ

Jun 21, 2026 - 20:37
ୟଶଙ୍କ ‘ଟକ୍ସିକ’ର ନୂଆ ରିଲିଜ ଡେଟ୍ ଘୋଷଣା, ଶ୍ରଦ୍ଧା କପୁରଙ୍କ ‘ଇଥା’ ସହ ହେବ ମହା ଲଢେଇ

ମୁମ୍ବାଇ,୨୧/୬ : ସାଉଥ୍ ସୁପରଷ୍ଟାର ୟଶଙ୍କ ଫ୍ୟାନ୍ସଙ୍କ ଲାଗି ଖୁସି ଖବର । ଗତ କିଛି ଦିନରୁ ଚର୍ଚ୍ଚାରେ ଥିବା ତାଙ୍କ ମୋଷ୍ଟ ଆଓ୍ବେଟେଡ ଫିଲ୍ମ ‘Toxic ; A Fairy Tale for Grown-Ups’ର ରିଲିଜ୍ ଡେଟକୁ ନେଇ ସସ୍ପେନ୍ସ ଏବେ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଛି । କେତେକ ଥର ଟଳିବା ପରେ ଶେଷରେ ମେକର୍ସ ଫିଲ୍ମର ନୂଆ ଏବଂ କନଫର୍ମ ରିଲିଜ ଡେଟର ଘୋଷଣା କରି ଦେଇଛନ୍ତି । ମାତ୍ର ୟଶଙ୍କ ଏହି ଯାତ୍ରା ସହଜ ହେବ ନାହିଁ ।

ପ୍ରକାଶ ଯେ, ପୂର୍ବରୁ ଏହି ଫିଲ୍ମ ୧୯ମାର୍ଚ୍ଚରେ ଫିଲ୍ମ ହଲରେ ରିଲିଜ ହେବାରେ ଥିଲା । ଯେଉଁଠାରେ ଏହାର ମୁକାବିଲା ରଣବୀର ସିଂହଙ୍କ ଫିଲ୍ମ ‘ଧୁଂରଧର : ଦ ରିଭେଞ୍ଜ’ସହ ହେବାରେ ଥିଲା । ଏହାପରେ ରିଲିଜ୍ ଡେଟକୁ ଆଗକୁ ବଢାଇ ୪ ଜୁନ୍ କରାଯାଇଥିଲା । କିନ୍ତୁ କେତେକ କାରଣରୁ ଏହାକୁ ଟାଳିବାକୁ ପଡ଼ିଲା । ଏବେ ୟଶ ନିଜେ ସୋସିଆଲ ମିଡ଼ିଆରେ ଆସି ନିଜ ଏହି ବଡ଼ ଫିଲ୍ମର ରିଲିଜର ରାସ୍ତା ସଫା କରି ଦେଇଛନ୍ତି ।

୨୧ଜୁନରେ ୟଶ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ‘Toxic’ର ଏକ ବହୁତ ଦମଦାର୍ ଏବଂ ନୂଆ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟର ସହ ସେ ଫ୍ୟାନ୍ସଙ୍କୁ ସରପ୍ରାଇଜ୍ ଦେଇଛନ୍ତି ଯାହାର ସେ ମାସ ମାସ ଧରି ଅପେକ୍ଷା କରିଥିଲେ । ୟଶ ସ୍ପଷ୍ଟ କରିଛନ୍ତି କି ଏହି ଫିଲ୍ମ ୨୬ଅଗଷ୍ଟ ୨୦୨୬ରେ ଓ୍ବାର୍ଲ୍ଡ ଓ୍ବାଇଡ୍ ଫିଲ୍ମ ହଲରେ ଏକାସାଥୀରେ ରିଲିଜ ହେବାକୁ ଯାଉଛି । ନୂଆ ପୋଷ୍ଟର ସେୟାର କରି ଅଭିନେତା କ୍ୟାପଶନରେ ଲେଖିଛନ୍ତି କି, ‘ନିଜ ବାପାଙ୍କ ସମ୍ମାନ କର... #Toxic 26-08-2026 ରୁ ବିଶ୍ବ ସାରା ଫିଲ୍ମ ହଲରେ’ । ତାଙ୍କର ଏହି ପୋଷ୍ଟ ପରେ ସୋସିଆଲ ମିଡ଼ିଆରେ ଫିଲ୍ମକୁ ନେଇ ମାହୋଲ ସମ୍ପୂର୍ଣ୍ଣ ଗରମ ହୋଇଯାଇଛି ।

ଯଦି ଆମେ ଦେଖିବା ତେବେ ୨୬ଅଗଷ୍ଟରେ ରିଲିଜ ହେଉଥିବା ୟଶଙ୍କ ‘Toxic’ ସାମ୍ନାରେ ବକ୍ସ ଅଫିସରେ ଏକ ବହୁତ ବଡ଼ ଚ୍ୟାଲେଞ୍ଜ ଛିଡ଼ା ହେବାକୁ ଅଛି । ଠିକ୍ ଏହାର ଦୁଇ ଦିନ ପରେ ତଥା ୨୮ଅଗଷ୍ଟରେ ଶ୍ରଦ୍ଧା କପୁରଙ୍କ ମୋଷ୍ଟ-ଆଓ୍ବେଡେଟ ଫିଲ୍ମ ‘ଇଥା’ବି ରିଲିଜ ହେବାକୁ ଯାଉଛି । ଏଭଳି ସ୍ଥଳେ ଅଗଷ୍ଟର ଶେଷ ଓ୍ବିକେଣ୍ଡରେ ଉଭୟ ଫିଲ୍ମ ମଧ୍ୟରେ ଜବରଦସ୍ତ ଟକ୍କର ଦେଖିବାକୁ ମିଳିବ । ‘ଇଥା’ର ଫାଷ୍ଟ ଲୁକ୍ ପ୍ରଥମରୁ ଇଣ୍ଟରନେଟରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ବିଶେଷ କରି ଫିଲ୍ମରେ ଶ୍ରଦ୍ଧା କପୁରଙ୍କ ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମେଟିଭ ଲୁକର ଖୁବ୍ ତାରିଫ ହେଉଛି । ଏହି ଦେଖିବାକୁ ଆଶ୍ଚର୍ଯ୍ୟ ହେବ କି ଏହି ମହା ମୁକାବିଲାରେ ବକ୍ସ ଅଫିସର ବାଜି କାହା ହାତରେ ହେବ ।