Rohit Sharma Returns as Mumbai Indians Captain: ଫେରିଲା ହିଟ୍‌ମ୍ୟାନ୍‌ ଯୁଗ! ରୋହିତଙ୍କୁ ପୁଣି ମିଳିଲା କମାଣ୍ଡ

Nov 27, 2026 - 18:30
Rohit Sharma Returns as Mumbai Indians Captain: ଫେରିଲା ହିଟ୍‌ମ୍ୟାନ୍‌ ଯୁଗ! ରୋହିତଙ୍କୁ ପୁଣି ମିଳିଲା କମାଣ୍ଡ

ଆଇପିଏଲ୍‌ ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସରେ ବଡ଼ ପରିବର୍ତ୍ତନ।

ପୁଣି ଥରେ ଦଳର ଅଧିନାୟକ ହେଲେ ହିଟ୍‌ମ୍ୟାନ୍‌ ରୋହିତ ଶର୍ମା।

ଶୁକ୍ରବାର ସନ୍ଧ୍ୟାରେ ଏନେଇ ଘୋଷଣା କରିଛି ମୁମ୍ବାଇ ଇଣ୍ଡିଆନ୍ସ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ଛାଡ଼ିବା ପରେ ରୋହିତଙ୍କୁ ପୁଣି ଏହି ଦାୟିତ୍ୱ ମିଳିଛି।

Advertisment ୨୦୧୩ରୁ ୨୦୨୩ ପର୍ଯ୍ୟନ୍ତ ମୁମ୍ବାଇର ନେତୃତ୍ୱ ନେଇଥିଲେ ରୋହିତ।

ତାଙ୍କ ଅଧିନାୟକତ୍ୱରେ ଦଳ ପାଞ୍ଚ ଥର ଆଇପିଏଲ୍‌ ଟ୍ରଫି ଜିତିଥିଲା।

୨୦୨୪ରେ ଗୁଜରାଟ ଟାଇଟନ୍ସରୁ ମୁମ୍ବାଇକୁ ଆସିବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ହୋଇଥିଲେ।

ଏବେ ତାଙ୍କୁ ପଞ୍ଜାବ କିଙ୍ଗ୍ସକୁ ଟ୍ରେଡ୍‌ କରାଯାଇଛି।

Smile, everybody smile 💙 #MumbaiIndians #CaptainRo pic.twitter.com/YUqYZTQxu9 — Mumbai Indians (@mipaltan) November 27, 2026 Advertisment ଏହି ଖେଳାଳି ଅଦଳବଦଳରେ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହ ମୁମ୍ବାଇ ଇଣ୍ଡିଆନ୍ସକୁ ଆସିଛନ୍ତି।

ତାଙ୍କ ଫି' ୧୮ କୋଟି ଟଙ୍କା ରହିଛି।

ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫି' ୧୬.୩୫ କୋଟିରୁ ବଢ଼ି ୧୮ କୋଟି ଟଙ୍କା ହୋଇଛି।

ରୋହିତଙ୍କ ସହ ଜସପ୍ରୀତ ବୁମ୍‌ରା, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା ଓ ମିଚେଲ୍‌ ସାଣ୍ଟନରଙ୍କ ଭଳି ଖେଳାଳି ଦଳରେ ରହିଛନ୍ତି।

ମୋଟ ୧୬ ଜଣ ଖେଳାଳିଙ୍କୁ ରିଟେନ୍‌ କରିଛି ମୁମ୍ବାଇ।

ନିଲାମୀ ପାଇଁ ଦଳ ପାଖରେ ୩୨.୬୦ କୋଟି ଟଙ୍କା ବାକି ରହିଛି।

ଆଉ ୯ଟି ସ୍ଥାନ ପୂରଣ କରିବାକୁ ପଡ଼ିବ, ଯେଉଁଥିରେ ବିଦେଶୀ ଖେଳାଳିଙ୍କ ସ୍ଥାନ ମଧ୍ୟ ରହିଛି।

ଏବେ ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ କିପରି ନୂଆ ଦଳ ଗଢ଼ିବ ଏବଂ ୨୦୨୭ରେ ଟ୍ରଫି ଲକ୍ଷ୍ୟରେ କେମିତି ମୈଦାନକୁ ଓହ୍ଲାଇବ, ତା' ଉପରେ ରହିବ ସମସ୍ତଙ୍କ ନଜର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)