Roger Federer: ଫେଡେରର୍‌ ୧୬ ବର୍ଷ ବୟସ ଯାଏ ଶାକାହାରୀ ଥିଲେ

Oct 15, 2026 - 13:35
Roger Federer: ଫେଡେରର୍‌ ୧୬ ବର୍ଷ ବୟସ ଯାଏ ଶାକାହାରୀ ଥିଲେ

"ନ୍ୟୁପୋର୍ଟ: ସ୍ବିଜରଲାଣ୍ଡ ଟେନିସ୍‌ କିଂବଦନ୍ତି ରୋଜର ଫେଡେରର୍‌ ୧୬ ବର୍ଷ ବୟସ (ଯୁବାବସ୍ଥା) ପର୍ଯ୍ୟନ୍ତ ଶାକାହାରୀ ଥିଲେ।

ଏହି କଥା ନିଜେ କହିଛନ୍ତି ଫେଡେରର୍‌।

ଗତ ଅଗଷ୍ଟ ମାସରେ ଅନ୍ତର୍ଜାତୀୟ ଟେନିସ୍‌ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେବ ଅବସରରେ ୨୦ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ଫେଡେରର୍‌ ଏହି ସମ୍ମାନକୁ ଶ୍ରେଷ୍ଠ କହିବା ସହ ନିଜ ଜୀବନ କାହାଣୀ ବଖାଣିଥିଲେ।

ରେକର୍ଡ ୮ ଥରର ଏହି ୱମ୍ବଲଡନ୍‌ ବିଜେତା କହିଥିଲେ, ""ଖ୍ୟାତି ଅର୍ଜନ କରିବା ମୋର ମୂଳ ଲକ୍ଷ୍ୟ ନଥିଲା।

ନିଜ ପସନ୍ଦ କାମକୁ ପାଉଥିବା ଲୋକଙ୍କ ସହ ଜୀବନ ବିତାଇବା ମୁଖ୍ୟ ଉଦେଶ୍ୟ ଥିଲା।""Advertisment ନିଜ ପସନ୍ଦର ଖାଦ୍ୟକୁ ନେଇ ସେ କହିଥିଲେ, ""ମୁଁ ପିଲା ବେଳୁ ଶାକାହାରୀ ଥିଲି।

୧୬ ବର୍ଷ ପର୍ଯ୍ୟନ୍ତ ଆମିସ ଖାଉ ନଥିଲି।

୧୯୯୮ରେ ପ୍ରଥମ ଥର ସ୍ବିଜରଲାଣ୍ଡ ଡେଭିସ୍‌ କପ୍‌ ଦଳରେ ସ୍ଥାନ ପାଇଥିଲି।

ଏହି ସମୟରେ ସାଥୀଙ୍କ ସହ ରେସ୍ତୋରାଁରେ ଖାଇବା ବେଳେ ଏଥିରେ ମୋର ପରିବର୍ତ୍ତନ ହୋଇଥିଲା।

ଏହି ପରିବର୍ତ୍ତନରେ ସାଥୀ ଖେଳାଳି ମାର୍କ ରୋସେଟ୍‌ଙ୍କ ଅବଦାନ ଅଧିକ ଥିଲା।

ମୁଁ ରେସ୍ତୋରାଁ ପହଞ୍ଚି ଭାତ ଓ ସାଲାଡ ଅର୍ଡର କରିଥିଲି।

ଶାକାହାରୀ ଜୀବନର ଅନ୍ତ ଏହା ଦେଖି ରୋସେଟ୍‌ କହିଥିଲେ, "ଏହା ଏକ ଷ୍ଟେକ୍‌ ରେସ୍ତୋରାଁ (ଆମିସ ଭୋଜନାଳୟ), ଏଠାରେ ତୁମକୁ ଶାକାହାରୀ ଖାଦ୍ୟ ଭଲ ମିଳିବ ନାହିଁ।" ଏହା କହି ରୋସେଟ୍‌ ମାଂସ ଉପରେ ୧୦ ପ୍ରକାରର ଖାଦ୍ୟ ଅର୍ଡର କଲେ।

ଏଥିରୁ ମୋତେ କିଛିଟା ଭଲ ଲାଗିଥିଲା ଏବଂ ମାଂସ ଖାଇବା ଏହିଠାରୁ ଆରମ୍ଭ କରିଥିଲି।

ଶାକାହାରୀ ଜୀବନର ଅନ୍ତ ଘଟିଥିଲା।

ମାଂସ ଖାଉଥିଲେ ମଧ୍ୟ ମାଛ ମୋତେ ଭଲ ଲାଗୁ ନଥିଲି।

ମୋ ପତ୍ନୀ ମିର୍କା ମାଛର ବିଭିନ୍ନ ସ୍ବାଦିଷ୍ଟ ଖାଦ୍ୟ ପରଷି ଏହାକୁ ପସନ୍ଦ ତାଲିକାରେ ଯୋଡ଼ିଥିଲେ।"" Cricket: ବୈଭବ ସୂର୍ଯ୍ୟବଂଶୀଙ୍କୁ ବାଦ ଦିଆଯିବା ନେଇ କ୍ରୋଧ ପ୍ରକାଶ କଲେ ଶ୍ରୀକାନ୍ତ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)