Rocket launch: ଶସ୍ତା ହେଉଛି ରକେଟ୍‌ ଉତ୍‌କ୍ଷେପଣ

Jul 23, 2026 - 08:56
Rocket launch: ଶସ୍ତା ହେଉଛି ରକେଟ୍‌ ଉତ୍‌କ୍ଷେପଣ

"ଚିରାଚରିତ ରାସାୟନିକ ଇନ୍ଧନ ଚାଳିତ ରକେଟ୍‌ ବଦଳରେ ଚୀନ୍‌ ପରୀକ୍ଷାମୂଳକ ଭାବେ ଭିନ୍ନ ପଦ୍ଧତିରେ ରକେଟ୍‌ ଉତ୍‌‌େକ୍ଷପଣ ଉପରେ ଜୋର୍‌ ଦେଉଛି।

ବାଟୁଳିଖଡ଼ାରେ ଗୋଲି ନିକ୍ଷେପ କଲା ଭଳି ବାୟୁମଣ୍ଡଳର ଉପର ସ୍ତରକୁ ମହାକାଶ ଯାନ ବା ପେଲୋଡ୍‌ ଉତ୍‌କ୍ଷେପଣ ଲାଗି ଏବେ ଭୂମିଭିତ୍ତିକ ଇଲେକ୍ଟ୍ରୋମ୍ୟାଗ୍‌ନେଟିକ୍‌ ଟ୍ରାକ୍‌ ଉପଯୋଗ କରାଯାଉଛି।

ଏହି ବୈଷୟିକ ଜ୍ଞାନକୌଶଳ ଇଲେକ୍ଟ୍ରିକ୍‌ ଜିରୋ ଷ୍ଟେଜ୍‌ ବୁଷ୍ଟର୍‌ ଭଳି କାର୍ଯ୍ୟ କରୁଛି।

ଅର୍ଥାତ୍‌ ରକେଟ୍‌ ଇଞ୍ଜିନ୍‌ରେ ଅଗ୍ନି ସଂଯୋଗ ପୂର୍ବରୁ ଏହି ଜ୍ଞାନକୌଶଳ ଭୂମିରୁ ରକେଟ୍‌କୁ ସୁପର୍‌ସୋନିକ୍‌ ବେଗ ପ୍ରଦାନ କରୁଛି।

ଫଳରେ ରକେଟ୍‌ ଉତ୍‌କ୍ଷେପଣ ଲାଗି ଦରକାରୀ ଇନ୍ଧନ ଖର୍ଚ୍ଚ କମିଯିବ।Advertisment Education: ମଡର୍ଣ୍ଣସ୍‌ ଏବିସି ଏଚ୍‌ଏସ୍‌ସି ଟପ୍‌ଟେନ୍‌ ଆସାଇନ୍‌ମେଣ୍ଟ୍‌ସ ଉନ୍ମୋଚିତ ସିଚୁଆନ୍‌ ପ୍ରଦେଶର ଜିଆଙ୍ଗ୍‌ କମର୍ସିଆଲ୍‌ ସ୍ପେସ୍‌ ଲଞ୍ଚ୍‌ ଟେକ୍ନୋଲୋଜି ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌ରେ ଥିବା ରକେଟ୍‌ ଉତ୍‌କ୍ଷେପଣ ସ୍ଥଳରେ ଏହାର ପରୀକ୍ଷଣ ସଫଳ ହୋଇଛି।

ପ୍ରାରମ୍ଭିକ ପରୀକ୍ଷାରେ ଇଲେକ୍ଟ୍ରୋମ୍ୟାଗ୍‌ନେଟିକ୍‌ ଟେଷ୍ଟ୍‌ ପ୍ଲାଟ୍‌ଫର୍ମରୁ ଇଞ୍ଜିନିୟର୍‌ମାନେ ସଫଳତାର ସହ ଏକ ୧.୪ ମିଟର୍ ବ୍ୟାସବିଶିଷ୍ଟ ରକେଟ୍‌ ମଡେଲ୍‌ ଉତ୍‌କ୍ଷେପଣ କରିଥିଲେ।

ଏଥିରେ କୌଣସି ଅସୁବିଧା ନଥିବା ଜଣାପଡ଼ିଛି।

ପ୍ରଚଳିତ ମହାକାଶ ଯାନ ଉତ୍‌କ୍ଷେପଣ ସମ୍ପୂର୍ଣ୍ଣ ରାସାୟନିକ ଇନ୍ଧନ ଚାଳିତ ରକେଟ୍‌ ଉପରେ ନିର୍ଭର କରେ।

ଭୂପୃଷ୍ଠରୁ ଉପରକୁ ଉଠିବା ଲାଗି ଏହି ଓଜନଦାର ର‌କେଟ୍‌ରେ ବିପୁଳ ଇନ୍ଧନ ଓ ଅକ୍‌ସିଡାଇଜର୍‌ ଭରା ଯାଇଥାଏ।

ପୃଥିବୀର ବହଳିଆ ବାୟୁମଣ୍ଡଳ ସ୍ତର ଓ ମାଧ୍ୟାକର୍ଷଣ ଶକ୍ତି ପ୍ରତିହତ କରିବାରେ ରକେଟ୍‌ର ବହୁ ଇନ୍ଧନ ଜଳିଯାଏ।

ଏହି ଇନ୍ଧନର ବିକଳ୍ପ ଭାବେ ଚୀନ୍‌ ଇଲେକ୍ଟ୍ରୋମ୍ୟାଗ୍‌ନେଟିକ୍‌ ପଦ୍ଧତିର ଉପଯୋଗ କରୁଛି।

ଫଳରେ ମହାକାଶ ଯାନ ବହନ କରୁଥିବା ରକେଟ୍‌ର ପ୍ରାରମ୍ଭିକ ଉତ୍‌କ୍ଷେପଣ କାର୍ଯ୍ୟ ଭୂପୃଷ୍ଠରେ ଥିବା ଇଲେକ୍‌ଟ୍ରିକାଲ୍‌ ଗ୍ରିଡ୍‌ ହିଁ କରିଥାଏ।

ଏହାର ଅର୍ଥ, ରକେଟ୍‌ ଭୂମିରେ ଥିବା ବେଳେ ତା" ପାଇଁ ପାୱାର୍‌ ସିଷ୍ଟମ୍‌, ଷ୍ଟୋରେଜ୍‌ ୟୁନିଟ୍‌, ସୁପର୍‌କଣ୍ଡକ୍ଟିଙ୍ଗ୍‌ ମ୍ୟାଗ୍‌ନେଟ୍‌ ଓ ପ୍ରିସିସିଅନ୍‌ ଗାଇଡାନ୍‌ସ ହାର୍ଡୱେର୍‌ ଜରିଆରେ ଶକ୍ତି ସଂଗ୍ରହ କରାଯିବ ଓ ଉତ୍‌କ୍ଷେପଣ ସମୟରେ ତାକୁ ରକେଟ୍‌କୁ ସ୍ଥାନାନ୍ତର କରାଯିବ।

ପୂର୍ବରୁ "ନାସା" ମାସ୍‌-ଡ୍ରାଇଭର୍‌ ମ‌େ‌ଡଲ୍‌ ନାମକ ବୈଷୟିକ କୌଶଳର ପରିକଳ୍ପନା କରିଥିଲେ।

ତେବେ ଚୀନ୍‌ ଏହି ପଦ୍ଧତିକୁ ପ୍ରଥମେ ରକେଟ୍‌ ଉତ୍‌କ୍ଷେପଣ କ୍ଷେତ୍ରରେ ପ୍ରୟୋଗ କରିଛି।

ଏକ ବିଶେଷ ଧରଣର ଟ୍ରାକ୍‌ରେ "ମ୍ୟାଟ୍ରିକ୍‌ସ ସ୍ବିଇଚିଂ" ଟେକ୍ନୋଲୋଜି ଓ "ସେଗ୍‌ମେଣ୍ଟେଡ୍‌ ପାୱାର୍‌ ସପ୍ଲାଏ" ଉପଯୋଗ କରାଯାଇ କ୍ଷଣିକରେ ରକେଟ୍‌ଟିକୁ ଘଣ୍ଟା ପ୍ରତି ୧୨୩୫ କିଲୋମିଟର୍‌ରୁ ଅଧିକ ବେଗରେ ଉତ୍‌କ୍ଷେପଣ କରାଯାଏ।

ରକେଟ୍‌ ଟ୍ରାକ୍‌ରୁ ପୃଥକ୍‌ ହୋଇ ପ୍ରାରମ୍ଭିକ ଇଞ୍ଜିନ୍‌ରେ ଅଗ୍ନି ସଂଯୋଗ ହେ‌ଲା ବେଳକୁ କକ୍ଷପଥକୁ ଉଠିବା ପାଇଁ ଅପେକ୍ଷାକୃତ ସ୍ବଳ୍ପ ଇନ୍ଧନ ଆବଶ୍ୟକ କରିଥାଏ।

ତେଣୁ ଚୀନ୍‌ର ଗବେଷକମାନେ କହୁଛନ୍ତି, ଇନ୍ଧନ ଓଜନ ଅନେକ କମିଗଲେ ରକେଟ୍‌ର ପେଲୋଡ୍‌ ବହନ ସାମର୍ଥ୍ୟ ଦୁଇଗୁଣ ହୋଇଯିବ।

ଅର୍ଥାତ୍‌ ଆଗରୁ ପଠା ଯାଉଥିବା ରକେଟ୍‌ ଯେତେ ଓଜନବିଶିଷ୍ଟ ମହାକାଶ ଯାନ ବା ଯେତୋଟି ଉପଗ୍ରହ ଉଠାଇ କକ୍ଷପଥ ଅଭିମୁଖେ ଯାଉଥିଲା, ଏ ପଦ୍ଧତିରେ ତା"ର ଦୁଇଗୁଣା ପଦାର୍ଥ ନେଇପାରିବ।

AI: କୃତ୍ରିମ ବୁଦ୍ଧିମତ୍ତା ସଞ୍ଚାଳିତ ରୋବଟିକ୍ ସୁରକ୍ଷା ପ୍ଲାଟଫର୍ମ "ଡିଏସ୍‌ସି ଅର୍ଜୁନ"ର ଶୁଭାରମ୍ଭ ବହୁବର୍ଷ ତଳେ ନାସା ଏହି  ବୈଷୟିକ ଜ୍ଞାନକୌଶଳ(ମାସ୍‌-ଡ୍ରାଇଭର୍‌ ମ‌େ‌ଡଲ୍‌)ର ପରିକଳ୍ପନା କରିଥିଲା।

କିନ୍ତୁ ଚୀନ୍‌ ବିଶେଷ ଗବେଷଣା କରି ଏହି ପଦ୍ଧତିକୁ ରକେଟ୍‌ ଉତ୍‌କ୍ଷେପଣ କ୍ଷେତ୍ରରେ ପ୍ରୟୋଗ କରିଛି।

ବିଶେଷକରି ଚୀନ୍‌ର ଆଧୁନିକ ବିମାନବାହୀ ଜାହାଜ ଲାଗି ଏହି ଉଚ୍ଚ କ୍ଷମତାସମ୍ପନ୍ନ କାଟାପଲ୍‌ଟ ସିଷ୍ଟମ୍‌ ବିକଶିତ ହୋଇଥିଲା।

ଚୀନ୍‌ର ବେସରକାରୀ ମହାକାଶ ପ୍ରତିଷ୍ଠାନ ଗାଲାଟିକ୍‌ ଏନର୍ଜି ଏହି ନୂତନ ପଦ୍ଧତି ଉପଯୋଗ କରିବାକୁ ପ୍ରସ୍ତୁତି ଆରମ୍ଭ କଲାଣି।

ଏଥିପାଇଁ କମ୍ପାନି ସିରିଜ୍‌ ଟୁ ରକେଟ୍‌ ବିକଶିତ କରୁଛି।

ଏହି ରକେଟ୍‌ର ପେଲୋଡ୍‌ ବହନ ସାମର୍ଥ୍ୟ ୩.୫ ମେଟ୍ରିକ୍‌ ଟନ୍‌ ରଖିବାକୁ ସ୍ଥିର କରାଯାଇଛି।

ତଥ୍ୟ ଅନୁସାରେ, ଚଳିତ ଦଶନ୍ଧି ଶେଷ ସୁଦ୍ଧା ଗାଲାଟିକ୍‌ ଏନର୍ଜି ସର୍ବପ୍ରଥମେ ଇଲେକ୍ଟ୍ରୋମ୍ୟାଗ୍‌ନେଟିକ୍‌ ସହାୟତାରେ ଏହି ରକେଟ୍‌ ଉତ୍‌କ୍ଷେପଣ କରିବ ବୋଲି କହିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।