23 JULY 2026

Welcome!

Unlock your personalized experience.
Sign Up

Generic medicines: ଜେନେରିକ୍‌ ଔଷଧ ଉପରେ ୨୦୦% ଶୁଳ୍କ: ଭାରତୀୟ ଔଷଧ କମ୍ପାନି ସେୟାର ମୂଲ୍ୟ ଖସିଲା

Jul 23, 2026 - 06:20
Generic medicines: ଜେନେରିକ୍‌ ଔଷଧ ଉପରେ ୨୦୦% ଶୁଳ୍କ: ଭାରତୀୟ ଔଷଧ କମ୍ପାନି ସେୟାର ମୂଲ୍ୟ ଖସିଲା

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁଳ୍କ ଲଗାଇବା ନୀତି ବଜାୟ ରଖି ଜେନେରିକ୍‌ ଔଷଧ ଉପରେ ୨୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗିବ ‌ବୋଲି କହିଛନ୍ତି। ସୋସିଆଲ୍‌ ମିଡିଆ ‘ଟ୍ରୁଥ୍‌’ରେ ସୂଚନା ଦେଇ ସେ କହିଛନ୍ତି ଯେ ୨୦୨୬ ଅଗଷ୍ଟ ୧ ପରଠାରୁ ଦୁଇ ବର୍ଷ ପର୍ଯ୍ୟନ୍ତ ଜେନେରିକ୍‌ ଔଷଧ ଉପରେ ଶୁଳ୍କ ଶୂନ୍ୟ ରହିବ। କିନ୍ତୁ ୨୦୨୮ ଅଗଷ୍ଟ ୧ରୁ ତାହା ଉପରେ ୧୦୦ ପ୍ରତିଶତ ଓ ୨୦୨୯ ଅଗଷ୍ଟରୁ ୨୦୦ ପ୍ରତିଶତ ଶୁଳ୍କ ଲାଗିବ। ଆମେରିକାରେ ଜେନେରିକ୍‌ ଔଷଧ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଟ୍ରମ୍ପ ଏଭଳି ପଦକ୍ଷେପ ଘୋଷଣା କରିଛନ୍ତି। ଯେଉଁ କମ୍ପାନି ଆମେରିକାରେ ଉତ୍ପାଦନ କରିବେ ନାହିଁ, ସେମାନେ ଅଧିକ ଶୁଳ୍କ ଗଣିବାକୁ ବାଧ୍ୟ ହେବେ। 

Horoscope 2026 July 23: ଜାଣନ୍ତୁ ଆଜିର ରାଶିଫଳ...

ଆମେରିକା ହେଉଛି ଭାରତୀୟ ଔଷଧର ସବୁଠୁ ବଡ଼ ରପ୍ତାନି ବଜାର। କିନ୍ତୁ ସେହି ରପ୍ତାନି ସ୍ଥିର ହୋଇ ଏବେ ହ୍ରାସ ପାଇବାରେ ଲାଗିଛି। ଭାରତର ୩୦ ପ୍ରତିଶତ ଔଷଧ ଆମେରିକା ପଠାଯାଉଛି। ୨୦୨୫-୨୬ରେ ଆମେରିକା, କାନାଡା ଓ ମେକ୍ସିକୋକୁ ଔଷଧ ରପ୍ତାନି ୭.୯ ପ୍ରତିଶତ ହ୍ରାସ ପାଇଥିଲା। ୨୦୨୬-୨୭ରେ ସେହି ଧାରା ଜାରି ରହିଛି। ଜେନେରିକ୍‌ ଔଷଧ ଉତ୍ପାଦନ ପାଇଁ ଯେଉଁ ଦୁଇ ବର୍ଷର ଅବଧି ରହିଛି ସେଥିରେ ଆମେରିକା ସଫଳ ହେବା ନେଇ ସନ୍ଦେହ ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। 

Protest: ସିଜେପି ଆନ୍ଦୋଳନକାରୀଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହେବନି

ନିୟାମକ ଅନୁମୋଦନ ହାସଲ, କାରଖାନା ନିର୍ମାଣ ଏବଂ ସବୁପ୍ରକାର ଆବଶ୍ୟକତା ପୂରଣ କରି ଜେନେରିକ୍‌ ଔଷଧ ଉତ୍ପାଦନ କାର୍ଯ୍ୟ ଦୁଇ ବର୍ଷରେ ସାରିବା କଷ୍ଟସାଧ୍ୟ ବୋଲି ସେମାନେ କହିଛନ୍ତି। ଆମେରିକାରେ ଡାକ୍ତରମାନେ ଲେଖୁଥିବା ୯୦ ପ୍ରତିଶତ ଔଷଧ ହେଉଛି ଜେନେରିକ୍‌।  ସେଠାରେ କେବଳ ୧୦ ପ୍ରତିଶତ ବ୍ରାଣ୍ଡେଡ୍‌ ଓ ପେଟେଣ୍ଟଯୁକ୍ତ ଔଷଧ ବିକ୍ରି ହେଉଛି। ବ୍ରାଣ୍ଡେଡ୍‌ ହୋଇ ନଥିବା ଓ‌ ପେଟେଣ୍ଟ ଶେଷ ହୋଇଯାଇଥିବା ଔଷଧଗୁଡ଼ିକୁ ଜେନେରିକ୍‌ ଔଷଧ କୁହାଯାଉଛି। ତାହା ସାଧାରଣତଃ ବ୍ରାଣ୍ଡେଡ୍‌ ଔଷଧଠାରୁ ଯଥେଷ୍ଟ କମ୍‌ ଦାମ‌ରେ ମିଳିଥାଏ। ଭାରତରେ ‘ଜନଔଷଧି’ ଓ ‘ଦବାଇ ଇଣ୍ଡିଆ’ରେ ମିଳୁଥିବା ଔଷଧଗୁଡ଼ିକ ହେଉଛି ଜେନେରିକ୍‌ ଔଷଧ। ଟ୍ରମ୍ପଙ୍କ ଶୁଳ୍କ ଘୋଷଣା ପରେ ଷ୍ଟକ୍‌ ବଜାରରେ ଆଜି  ଭାରତୀୟ ଔଷଧ କମ୍ପାନିଗୁଡ଼ିକର ସେୟାର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଥିଲା। ଆମେରିକାକୁ ଔଷଧ ରପ୍ତାନି କରୁଥିବା କମ୍ପାନି ସିପ୍‌ଲା, ଲୁପିନ୍‌, ସନ୍‌ ଫାର୍ମା, ଡକ୍ଟର ରେଡ୍ଡିସ୍‌, ଜାଇଡସ୍‌ ଲାଇଫ୍‌ସାଇନ୍‌ସେସ୍‌, ଆଲ୍‌କେମ୍‌ ଲାବୋରେଟୋରିଜ୍‌ ଓ ଟରେଣ୍ଟ୍‌ ଫାର୍ମାର ସେୟାର ମୂଲ୍ୟରେ ୨ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।