Road Blocked: ଲଗାଣ ବର୍ଷାରେ ଗଛ ପଡ଼ି ଓଡ଼ିଶା-ଆନ୍ଧ୍ର ରାସ୍ତା ଜାମ୍

Jul 05, 2026 - 10:56
Road Blocked: ଲଗାଣ ବର୍ଷାରେ ଗଛ ପଡ଼ି ଓଡ଼ିଶା-ଆନ୍ଧ୍ର ରାସ୍ତା ଜାମ୍

"ରାୟଗଡ଼ା: ମୌସମୀ ପ୍ରଭାବରେ ଗତ କାଲି ଠାରୁ ଲଗାଣ ବର୍ଷା ହେବା ଫଳରେ ଓଡ଼ିଶା-ଆନ୍ଧ୍ର ରାସ୍ତାରେ ଗଛପଡ଼ି ରାସ୍ତା ଅବରୋଧ ହୋଇଥିଲା I ସୂଚନାରୁ ଜଣାପଡିଛି ବିଳମ୍ବିତ ରାତ୍ରିରେ ପ୍ରବଳ ବର୍ଷା ସମୟରେ ପାର୍ତIପୁର ଗ୍ରାମ ନିକଟରେ ରାସ୍ତା ଉପରେ ବିରାଟ ଗଛ ଉପୁଡ଼ି ପଡିଯାଇଥିଲା I ଫଳରେ ପ୍ରାୟ ୫/୬ ଘଣ୍ଟା ଧରି ଓଡିଶା ଆନ୍ଧ୍ର ରାସ୍ତାରେ ଯାତାୟାତ ଠପ ହୋଇଯାଇଥିଲା I ବିଳମ୍ବିତ ରାତିରେ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ହୋଇ ପାରିନଥିଲା I ଫଳରେ ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହାନ ଅଟକି ରହିଥିଲା IAdvertisment ଅନେକ ସ୍ଥାନରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ଆଜି ସକାଳୁ ଅଗ୍ନିଶମ ବିଭାଗ, ପୁଲିସ ଓ ଅନ୍ୟ ବିଭାଗ ଯାଇ ଗଛକୁ ରାସ୍ତାରୁ ହଟାଇବା ପରେ ଓଡ଼ିଶା-ଆନ୍ଧ୍ର ରାସ୍ତାରେ ଯାତାୟତ ସୁଗମ ହୋଇପାରିଥିଲା I ରାୟଗଡ଼ା ଓ ଏହାର ଆଖପାଖ ଅଞ୍ଚଳରେ ଗତ ୪୮ ଘଣ୍ଟା ଧରି ଲଗାଣ ବର୍ଷା ଜାରି ରହିଥିବାରୁ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି।

ଅବିରତ ବର୍ଷାର ପ୍ରଭାବରେ ମୁଖ୍ୟ ସଡ଼କ ସମେତ ଗ୍ରାମାଞ୍ଚଳର ବହୁ ରାସ୍ତା କ୍ଷତିଗ୍ରସ୍ତ ହୋଇ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି।

ଫଳରେ ଯାତାୟତ ବ୍ୟବସ୍ଥା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଥିବାବେଳେ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ିଯାଇଛି।

ବିଶେଷକରି ରାୟଗଡ଼ା–ବିଜୟନଗରମ୍ ମୁଖ୍ୟ ସଡ଼କର ଅନେକ ସ୍ଥାନରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଗାଡ଼ି ଚଳାଚଳ ବିପଦପୂର୍ଣ୍ଣ ହୋଇପଡ଼ିଛି।

ସେହିପରି ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା କେରଡା–କୁନେରୁ ରାସ୍ତା ମଧ୍ୟ ପ୍ରବଳ ବର୍ଷାରେ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି।

ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିବାରୁ ଯାତ୍ରୀ ଓ ଗାଡ଼ି ଚାଳକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବI  ଅଭିଯୋଗ କରିଛନ୍ତି ।

ବର୍ଷା ସହ ପବନ ହେଉଥିବାରୁ ଗ୍ରାମାଞ୍ଚଳରେ  ବହୁ ସ୍ଥାନରେ ଗଛର ଡାଳ ଭାଙ୍ଗି ବିଦ୍ୟୁତ୍ ତାର ଉପରେ ପଡ଼ିଥିବାରୁ ବିଦ୍ୟୁତ୍ ସେବା ବ୍ୟାହତ ହୋଇଛି।

ଫଳରେ ଗତ ଦୁଇ ଦିନ ଧରି ଅନେକ ଗାଁ ଅନ୍ଧାରରେ ରହିଛି।

Passes Away: ପାଣ୍ଡବାଣୀ ଗାୟିକା ପଦ୍ମବିଭୂଷଣ ତୀଜନ ବାଈଙ୍କର ୭୦ ବର୍ଷ ବୟସରେ ପରଲୋକ ରାୟଗଡ଼ା ବ୍ଲକର ବାଇସିଙ୍ଗି, ଦୁର୍ଗାପାଡୁ, ପିପ୍ପଲଗୁଡ଼ା, ସିରିଗୁମ୍ମା, ମାଟିକଣା ଓ କୁଲି ପଞ୍ଚାୟତରେ ବିଭିନ୍ନ ଅଂଚଳ ବିଦ୍ୟୁତ୍ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଛି।

ଏହାଫଳରେ ସ୍ଥାନୀୟ ଲୋକମାନେ ପାନୀୟ ଜଳ ଯୋଗାଣ, ଯୋଗାଯୋଗ ଓ ଦୈନନ୍ଦିନ କାର୍ଯ୍ୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଟାଟା ପାୱାର ଅଧିକାରୀମାନଙ୍କ କହିବା ଅନୁସାରେ, ଭାଙ୍ଗିପଡ଼ିଥିବା ଗଛ ଡାଳ ହଟାଇ ବିଦ୍ୟୁତ୍ ତାରର ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି।

ପରିସ୍ଥିତି ସ୍ୱାଭାବିକ ହେବା ସହିତ ପର୍ଯ୍ୟାୟକ୍ରମେ ବିଦ୍ୟୁତ୍ ଯୋଗାଣ ପୁନଃ ସ୍ଥାପନ କରାଯିବ ବୋଲି ସେମାନେ ସୂଚନା ଦେଇଛନ୍ତି।

"