Heavy Rain: ଗଜପତିରେ ଲଗାଣ ବର୍ଷା ଜାରି; ନୂଆଗଡ଼ରେ ସର୍ବାଧିକ ୪୯.୮ ମି.ମି. ବର୍ଷା

Jul 05, 2026 - 10:16
Heavy Rain: ଗଜପତିରେ ଲଗାଣ ବର୍ଷା ଜାରି; ନୂଆଗଡ଼ରେ ସର୍ବାଧିକ ୪୯.୮ ମି.ମି. ବର୍ଷା

"ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ରବିବାର ଲଗାଣ ବର୍ଷା ଜାରି ରହିଛି।

ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର (DEOC) ପକ୍ଷରୁ ପ୍ରକାଶିତ ବର୍ଷା ରିପୋର୍ଟ ଅନୁଯାୟୀ ଜିଲ୍ଲାର ୮ଟି ବର୍ଷାମାପନ କେନ୍ଦ୍ରରେ ମୋଟ ୩୦୭.୩ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଜିଲ୍ଲାର ହାରାହାରି ବର୍ଷା ପରିମାଣ ୩୮.୪୧ ମିଲିମିଟର ରହିଛି।

Advertisment ବଂଶଧାରା ନଦୀର ଜଳସ୍ତର ସ୍ୱାଭାବିକ ଗଜପତି ଜିଲ୍ଲାରେ ଗତ ଶୁକ୍ରବାର ଠାରୁ ତିନିଦିନ ହେଲା ଲଗାଣ ବର୍ଷା ଜାରି ରହିଥିବା ବେଳେ ବଂଶଧାରା ନଦୀର ଜଳସ୍ତର ସ୍ୱାଭାବିକ ରହିଛି।

ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର (DEOC) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସର୍ବାଧିକ ବର୍ଷା ନୂଆଗଡ଼ ବ୍ଲକରେ ୪୯.୮ ମିଲିମିଟର ରେକର୍ଡ ହୋଇଛି।

ଏହା ପଛକୁ ଆର୍‍.ଉଦୟଗିରିରେ ୪୬.୮ ମି.ମି., ରାୟଗଡ଼ାରେ ୪୨.୪ ମି.ମି., ମୋହନାରେ ୪୧.୬ ମି.ମି., ଗୁମ୍ମାରେ ୩୯.୦ ମି.ମି., ଗୋଷାଣୀରେ ୩୭.୦ ମି.ମି., କାଶୀନଗରରେ ୨୭.୩ ମି.ମି.

ଏବଂ ପାରଳାଖେମୁଣ୍ଡିରେ ୨୩.୪ ମି.ମି.

ବର୍ଷା ହୋଇଛି।ଅନ୍ୟପକ୍ଷରେ, କାଶୀନଗରସ୍ଥିତ ବଂଶଧାରା ନଦୀର ଜଳସ୍ତର ରବିବାର ସକାଳ ୬ଟା ସୁଦ୍ଧା ୫୧.୯୫ ମିଟର ରେକର୍ଡ କରାଯାଇଛି।

ଏହା ସତର୍କ ସ୍ତର ୫୪.୧୦ ମିଟର ଏବଂ ବିପଦ ସ୍ତର ୫୪.୬୦ ମିଟରଠାରୁ ଯଥେଷ୍ଟ ତଳେ ରହିଥିବାରୁ ବର୍ତ୍ତମାନ ସୁଦ୍ଧା ବନ୍ୟା ପରିସ୍ଥିତିର କୌଣସି ଆଶଙ୍କା ନାହିଁ।

କାଶୀନଗର ଅଞ୍ଚଳରେ ଗତ ୨୪ ଘଣ୍ଟାରେ ୨୩.୦ ମିଲିମିଟର ବର୍ଷା ହୋଇଥିବା ବେଳେ ଚଳିତ ମୌସୁମୀରେ ମୋଟ ସଞ୍ଚିତ ବର୍ଷା ପରିମାଣ ୧୯୩.୨ ମିଲିମିଟରରେ ପହଞ୍ଚିଛି।

Healthcare Crisis: ମିଳିଲାନି ଶବବାହକ ଗାଡ଼ି, ପତ୍ନୀଙ୍କ ମୃତଦେହକୁ ବାଇକ୍‌ରେ ଘରକୁ ଆଣିଲେ ଅସହାୟ ସ୍ୱାମୀ କ୍ରମାଗତ ବର୍ଷା ଯୋଗୁଁ ଚାଷକାର୍ଯ୍ୟ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ବଂଶଧାରା ସମେତ ଜିଲ୍ଲାର ସମସ୍ତ ନଦୀ ଓ ନାଳର ଜଳସ୍ତର ଉପରେ ନିରନ୍ତର ନଜର ରଖାଯାଇଛି।

ନଦୀକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ପ୍ରଶାସନର ପରାମର୍ଶ ପାଳନ କରିବାକୁ ଅନୁରୋଧ କରାଯାଇଛି।

"