Weather: ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୨.୩ ମିଲିମିଟର ବର୍ଷା ରେକର୍ଡ
"ଭୁବନେଶ୍ବର: ଲଘୁଚାପର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ବିତ୍ପାତ ଦେଖିବାକୁ ମିଳୁଛି।
ଏଥିମଧ୍ୟରୁ ରାଜଧାନୀ ଭୁବନେଶ୍ୱରରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୨.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି।
ଚଳିତ ମୌସୁମୀରେ ଏହା ରାଜଧାନୀର ସବୁଠାରୁ ଅଧିକ ବର୍ଷା ମଧ୍ୟରୁ ଗୋଟିଏ ।
ଲଗାଣ ବର୍ଷା ଯୋଗୁଁ ସହରର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମି ରହିଥିବା ବେଳେ ଯାନବାହନ ଚଳାଚଳରେ ଅସୁବିଧା ଦେଖାଦେଇଛି ।
କେବଳ ଭୁବନେଶ୍ୱର ନୁହେଁ, ଉପକୂଳ ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଭଲ ବର୍ଷା ହୋଇଛି ।
ଚାନ୍ଦବାଲିରେ ୬୪.୬ ମିଲିମିଟର ଏବଂ ପୁରୀରେ ୫୫.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।Advertisment ସାବଧାନ ରହିବାକୁ ପରାମର୍ଶ ପାଣିପାଗ ବିଭାଗ କହିଛି, ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ଯୋଗୁଁ ଆଗାମୀ କିଛି ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ଜାରି ରହିପାରେ ।
ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରିବା ସହ ନଦୀକୂଳ ଏବଂ ଜଳବନ୍ଦୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି ।
ଅତ୍ୟାବଶ୍ୟକ କାର୍ଯ୍ୟ ନଥିଲେ ଘରୁ ବାହାରକୁ ନଯିବାକୁ ମଧ୍ୟ ଅନୁରୋଧ କରାଯାଇଛି ।
Healthcare Crisis: ମିଳିଲାନି ଶବବାହକ ଗାଡ଼ି, ପତ୍ନୀଙ୍କ ମୃତଦେହକୁ ବାଇକ୍ରେ ଘରକୁ ଆଣିଲେ ଅସହାୟ ସ୍ୱାମୀ "