05 JULY 2026

Welcome!

Unlock your personalized experience.
Sign Up

Gangapada flyover: ସରୁନି ଗଙ୍ଗପଡ଼ା ଫ୍ଲାଏଓଭର୍‌ ନିର୍ମାଣ: ବର୍ଷେ ଭିତରେ ଗଲାଣି ୧୨ ମୁଣ୍ଡ, ଧୂଳିରେ ଅଣନିଶ୍ବାସୀ ଲୋକେ

Jul 05, 2026 - 07:19
Gangapada flyover: ସରୁନି ଗଙ୍ଗପଡ଼ା ଫ୍ଲାଏଓଭର୍‌ ନିର୍ମାଣ: ବର୍ଷେ ଭିତରେ ଗଲାଣି ୧୨ ମୁଣ୍ଡ, ଧୂଳିରେ ଅଣନିଶ୍ବାସୀ ଲୋକେ

ଖଣ୍ଡଗିରି: କାମ ଆରମ୍ଭକୁ ବର୍ଷେ ବିତିଥିବା ବେଳେ ଏନ୍‌ଏଚ୍‌-୧୬ର ଗଙ୍ଗପଡ଼ା ଓଭର୍‌ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଫଳରେ ସର୍ଭିସ୍‌ ରୋଡ୍‌ ଉପରେ ମାତ୍ରାଧିକ ଯାନବାହନ ଚଳାଚଳ ଯୋଗୁ ଟ୍ରାଫିକ୍‌ ସମସ୍ୟା ନିତିଦିନିଆ ଘଟଣାରେ ପରିଣତ ହୋଇଛି। ମାତ୍ର ୩ଶହ ମିଟର ରାସ୍ତାକୁ ଗାଡ଼ିରେ ଅତିକ୍ରମ କରିବାକୁ ଅଧଘଣ୍ଟା ସମୟ ଲାଗୁଛି। ରାଜଧାନୀ ଉପକଣ୍ଠରେ ଟ୍ରାଫିକ୍‌ ଜାମ୍‌ରେ ପ୍ରତିଦିନ ବହୁ ଜରୁରିକାଳୀନ ଗାଡ଼ି ଫସୁଛି। ଏଥିସହିତ ଓଭରବ୍ରିଜ୍‌ ନିର୍ମାଣରେ ଖାମଖିଆଲି ନୀତି ଯୋଗୁ ଧୂଳିକଣା ଉଡ଼ି ଲୋକଙ୍କୁ ଅଣନିଶ୍ବାସୀ କରୁଛି। ଏପର୍ଯ୍ୟନ୍ତ ସାଇଡ୍‌ୱାଲ୍‌ କାମ ସମ୍ପୂର୍ଣ୍ଣ ହୋଇନଥିବାରୁ ଏହି ଯନ୍ତ୍ରଣା ନିକଟ ଭବିଷ୍ୟତରେ କମିବାର ସମ୍ଭାବନା କମ୍। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଓଭର୍‌ବ୍ରିଜ୍‌ ଆରମ୍ଭ ହେବା ଦିନଠାରୁ ଗଙ୍ଗପଡ଼ାରେ ଦୁର୍ଘଟଣା ହାର ଯଥେଷ୍ଟ ବଢ଼ିଯାଇଛି।

ICAI: ଆଇସିଏଆଇର ଜାତୀୟ ସମ୍ମିଳନୀ ଉଦ୍‌ଯାପିତ

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ୬ ଲେନ୍‌ ବିଶିଷ୍ଟ ଏହି ରାସ୍ତାରେ ବ୍ରିଜ୍‌ କାମ ମନ୍ଥର ଗତିରେ ଚାଲୁଥିବାରୁ ଯାତାୟାତରେ ବାଧା ସୃଷ୍ଟି ହେଉଛି। ସର୍ଭିସ୍‌ ରୋଡ୍‌ ସଂକୀର୍ଣ୍ଣ ହୋଇ ଗାଡ଼ି ଜାମ୍‌ରେ ଫସିରହୁଛି। ବିଶେଷ କରି ଗଙ୍ଗପଡ଼ା ବଜାର ଅଞ୍ଚଳର ବ୍ୟବସାୟୀମାନେ ଟ୍ରାଫିକ୍‌ ଜାମ୍‌ ଯୋଗୁ ଅଧିକ ହଇରାଣ ହେଉଛନ୍ତି। ୨୦୨୫ ଜୁନ୍‌ ମାସରେ ଆରମ୍ଭ ହୋଇଥିବା ଏହି ଓଭର୍‌ ବ୍ରିଜ୍‌ର ଗାର୍ଡୱାଲ୍‌ ଅର୍ଦ୍ଧନିର୍ମିତ ହୋଇ ରହିଛି। ଛାତ ପଡ଼ି ଏବେ ମୋରମ୍‌ ଫିଲିଂ ଚାଲିଛି। ଅନ୍ୟପଟେ ଏହି ଦୁର୍ଘଟଣାପ୍ରବଣ ଅଞ୍ଚଳରେ ଏକ ବର୍ଷ ମଧ୍ୟରେ ସଡ଼କ ଦୁର୍ଘଟଣାରେ ୧୨ଜଣ ପ୍ରାଣ ହରାଇଛନ୍ତି। ସେହିପରି ଆହତଙ୍କ ସଂଖ୍ୟା ୫୦ ଅତିକ୍ରମ କରି ସାରିଲାଣି। ପ୍ରତିଦିନ ଏହି ସ୍ଥାନରେ ଭାରୀଯାନଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ହୋଇ ଛିଡ଼ା ହୋଇ ରହୁଥିବା ଦେଖିବାକୁ ମିଳୁଛି। ରାତି ସମୟରେ କାମ ଆରମ୍ଭ ହେବା ସ୍ଥାନ ନିକଟରେ ଡାଇଭର୍ସନ୍‌କୁ ଠିକ୍‌ ଭାବେ ଠଉରାଇ ନପାରି ଗାଡ଼ିଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ହେଉଥିବା ଅଭିଯୋଗ ହୋଇଛି।

Health: ଚିକିତ୍ସା ଅଭାବରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

ସେହିପରି ଗଙ୍ଗପଡ଼ା ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମବାସୀ ଓ ଆଖପାଖରେ ଗଢ଼ିଉଠିଥିବା ଘରୋଇ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କର ଏହା ନିତିଦିନିଆ ରାସ୍ତା। ଫ୍ଲାଏଓଭର୍‌ ଅସମ୍ପୂର୍ଣ୍ଣ ଥିବାରୁ ଅଣ୍ଡର୍‌ ପାସ୍‌ ମଧ୍ୟ ବନ୍ଦ ରହିଛି। ଫଳରେ ଅଞ୍ଚଳବାସୀ ଓ ଛାତ୍ରଛାତ୍ରୀମାନେ ବିପଜ୍ଜନକ ଭାବେ ଜାତୀୟ ରାଜପଥ ଅତିକ୍ରମ କରୁଥିବା ଦେଖିବାକୁ ମିଳୁଛି। ଏନ୍‌ଏଚ୍‌କୁ ଲାଗି ଗଙ୍ଗପଡ଼ା ବଜାର, ବସ୍‌ ରହଣିସ୍ଥଳରେ ଧୂଳି ଉଡ଼ି ଲୋକଙ୍କୁ ଅଣନିଶ୍ବାସୀ କରିପକାଉଛି। ମୋରମ୍‌ ଓ ମାଟି ଫିଲିଂ ସମୟରେ ପାଣି ସିଞ୍ଚନ କରାନଯିବାରୁ ଏଭଳି ପରିସ୍ଥିିିତି ଉପୁଜିଥିବା ସ୍ଥାନୀୟ ବ୍ୟବସାୟୀମାନେ କହିଛନ୍ତି। ତୁରନ୍ତ ଏହାର ପ୍ରତିକାର ଲାଗି ଅଞ୍ଚଳବାସୀ ଦାବି କରିଛନ୍ତି।