Road Blocked: କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ

Sep 15, 2026 - 15:39
Road Blocked: କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ

"ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ଟୁରିଗୁଡା ପଞ୍ଚାୟତର ଟିଣପଦର ଗ୍ରାମର ଜଣେ ଗାଇଚରାଳି ଗତକାଲି ସନ୍ଧ୍ୟାରେ ନିଜ ଗ୍ରାମକୁ ଗାଇ ଗୋଠ ନେଇ ଫେରୁଥିବା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଜଣାପଡିଛି।

ମୃତକ ହେଲେ ମାଧବ ପିଡିକାକା (୪୨)।Advertisment ପ୍ରତିକାର କରାଯାଉ ନାହିଁ ବୋଲି ଅଭିଯୋଗ ଆଜି ଉକ୍ତ ଗ୍ରାମର ଗ୍ରାମବାସୀମାନେ ମୁନିଗୁଡା ବିଦ୍ୟୁତ ଅଫିସ ନିକଟରେ ଶବ ରଖି ମୁନିଗୁଡା ଭଞ୍ଜନଗର ରାସ୍ତାକୁ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିବା ଜଣାପଡିଛି।

ତେବେ ବିଦ୍ୟୁତ ବିଭାଗର ଯନ୍ତ୍ରୀ ଗ୍ରାମବାସୀମାନଙ୍କ‌ ସହ‌  ଆଲୋଚନା କରିବା ପରେ ଶବଦାହ ପାଇଁ ପନ୍ଦର ହଜାର ଟଙ୍କା ଦେଇଥିଲେ ଓ ଏସଂପର୍କରେ ଉପରିସ୍ଥ ଅଧିକାରୀଙ୍କ ସହ କଥା ହୋଇ କ୍ଷତିପୂରଣ ମିଳିବା ନେଇ ଚେଷ୍ଟା କରିବେ ବୋଲି ଆଶ୍ଵାସନା ଦେବା ପରେ ରାସ୍ତାରୋକ ହଟିଥିଲା।

ତେବେ ଜଙ୍ଗଲ ଭିତରେ ଛିଣ୍ଡା ବିଦ୍ୟୁତ ତାର ପଡିଥିବା ନେଇ ଗ୍ରାମବାସୀମାନେ ବିଦ୍ୟୁତ ବିଭାଗ ନିକଟରେ ଅଭିଯୋଗ କରିଥିବା ଓ ତାହାର ପ୍ରତିକାର କରାଯାଉ ନାହିଁ ବୋଲି ଅଭିଯୋଗ କରିଥିଲେ।

Death: ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଅଟକ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)