Road Accident: ଭୟଙ୍କର ଦୁର୍ଘଟଣାରେ ୩ଶ୍ରଦ୍ଧାଳୁଙ୍କ ମୃତ୍ୟୁ
ଜୟପୁର: ରାଜସ୍ଥାନର ଜୟପୁର ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି।
ଜାତୀୟ ରାଜପଥ ୪୮ର ବାଗରୁ ଅଞ୍ଚଳରେ ଏକ ମିନିବସ୍ ଓ ଟ୍ରଲର ମଧ୍ୟରେ ଧକ୍କା ହେବାରୁ ୩ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି।
ଏହି ଦୁର୍ଘଟଣାରେ ପ୍ରାୟ ୨୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଜୟପୁରର ଏସ୍ଏମ୍ଏସ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ମିନିବସ୍ଟି ଖଟୁ ଶ୍ୟାମଙ୍କ ଦର୍ଶନ ପରେ ସାଲାସର ଅଭିମୁଖେ ଯାଉଥିବା ବେଳେ ଏହି ଅଘଟଣ ଘଟିଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
