Road Accident: ପୁଣେ-ବେଙ୍ଗାଲୁରୁ ମହାମାର୍ଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ ମୃତ, ୧୨ ଆହତ

Sep 13, 2026 - 15:53
Road Accident: ପୁଣେ-ବେଙ୍ଗାଲୁରୁ ମହାମାର୍ଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ ମୃତ, ୧୨ ଆହତ

"ପୁଣେ: ମହାରାଷ୍ଟ୍ରର ପୁଣେ ଜିଲ୍ଲାସ୍ଥିତ ପୁଣେ-ବେଙ୍ଗାଲୁରୁ ମହାମାର୍ଗର ଜାମ୍ଭୁଲୱାଡ଼ି ନିକଟରେ ରବିବାର ଭୋରରୁ ଏକାଧିକ ଗାଡ଼ି ଦୁର୍ଘଟଣା ଘଟି ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତକ ଦ୍ୱୟ ହେଲେ ମୁମ୍ବାଇ ଜୋଗେଶ୍ୱରୀ ଇଷ୍ଟର ହୃଦୟନାଥ ମୋହନ ଗାଏକୱାଡ଼ (୪୭) ଏବଂ ନେରୁଲ ସେକ୍ଟର-୧୦ର ଆନନ୍ଦୀବାଈ ରାମଚନ୍ଦ୍ର ୱାଡକର (୫୦)।

ଉଭୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି।

ଏହି ଘଟଣାରେ ପୁଲିସ ବିଭିନ୍ନ ଧାରାରେ ମାମଲା ରୁଜୁ କରି ଟ୍ରକ୍ ମାଲିକ ସନ୍ଦୀପ ଗୋରଖ ସୂର୍ଯ୍ୟବଂଶୀ (୪୫)ଙ୍କୁ ହେପାଜତକୁ ନେଇଥିବା ବେଳେ ଫେରାର ଥିବା ଟ୍ରକ୍ ଚାଲକ ପ୍ରମୋଦ ବିଠଲ ୱାଘ (୪୦)ଙ୍କୁ ଗିରଫ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି।Advertisment ଆଇଚର ଟ୍ରକ ପଛପଟେ ଜୋରଦାର ଧକ୍କା ପୁଲିସ ସୂଚନାନୁସାରେ, ରାତି ପ୍ରାୟ ୧୨:୧୦ ସମୟରେ ଦରୀ ପୋଲ ନିକଟସ୍ଥ ଲକ୍ଷ୍ମୀ ଲଜ୍ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଥିଲା।

ସାତାରାରୁ ପୁଣେ ଆଡ଼କୁ ଆସୁଥିବା ଏକ ଅଶୋକ ଲେଲ୍ୟାଣ୍ଡ ଟ୍ରକ୍ ନିୟନ୍ତ୍ରଣ ହରାଇ ଆଗରେ ଯାଉଥିବା ଏକ ଆଇଚର ଟ୍ରକ ପଛପଟେ ଜୋରଦାର ଧକ୍କା ଦେଇଥିଲା।

ଧକ୍କାର ତୀବ୍ରତା ଯୋଗୁଁ ଉଭୟ ଯାନ ବିପରୀତ ଲେନକୁ ଚାଲିଯାଇ ସାତାରା ଆଡ଼କୁ ଯାଉଥିବା ଏକ ମାରୁତି ସୁଜୁକି ଏର୍ଟିଗା ଏବଂ ଟାଟା ଅଲଟ୍ରୋଜ୍ କାର୍ ସହ ମୁହାଁମୁହିଁ ପିଟି ହୋଇଯାଇଥିଲେ।

ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଗୁରୁତର ଆହତମାନଙ୍କୁ ଉଦ୍ଧାର କରାଯାଇ ଭାରତୀ ହସ୍ପିଟାଲ, ମୋର୍ଯ୍ୟା ହସ୍ପିଟାଲ, ସିଲଭର ବିର୍ଚ ହସ୍ପିଟାଲ ଏବଂ ଶ୍ରେୟସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆହତ ୧୨ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ପୁଲିସ ପ୍ରକାଶ କରିଛି।

China: ଚା" ବିକ୍ରି କରିବେ ନା କରିବେ ଯୁଦ୍ଧ?

କର୍ମଚାରୀଙ୍କୁ ମିଲିଟାରୀ ଟ୍ରେନିଂ ଦେଲା ଚୀନ୍‌ର ମିଲ୍କ ଟି କମ୍ପାନି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)