Road Accident: ଫ୍ଲାଇଓଭରରୁ ତଳକୁ ଖସିପଡ଼ିଲା ବିଏମଡବ୍ଲ୍ୟୁ: ୩ ମୃତ, ଜଣେ ଗୁରୁତର

Sep 20, 2026 - 11:45
Road Accident: ଫ୍ଲାଇଓଭରରୁ ତଳକୁ ଖସିପଡ଼ିଲା ବିଏମଡବ୍ଲ୍ୟୁ: ୩ ମୃତ, ଜଣେ ଗୁରୁତର

"ମୁମ୍ବାଇ: ମୁମ୍ବାଇ କୋଷ୍ଟାଲ୍ ରୋଡ୍ ବ୍ରିଜରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି।

ସୁପରଫାଷ୍ଟ ବିଏମଡବ୍ଲ୍ୟୁ କାର୍ ବ୍ରିଜ୍ ଉପରୁ ନିୟନ୍ତ୍ରଣ ହରାଇ ତଳକୁ ଖସିପଡ଼ିବା ଫଳରେ ଗାଡ଼ିରେ ଥିବା ୩ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ରବିବାର ଭୋର୍ ପ୍ରାୟ ୫ଟା ୨୦ ମିନିଟରେ ଏହି ଅଭାବନୀୟ ଘଟଣା ଘଟିଥିବା ନେଇ କୋଷ୍ଟାଲ୍ ରୋଡ୍ କଣ୍ଟ୍ରୋଲ୍ ରୁମ୍ ପକ୍ଷରୁ ସୂଚନା ମିଳିଛି।Advertisment ନିୟନ୍ତ୍ରଣ ହରାଇ ବସିଥିଲେ ଚାଳକ ମିଳିଥିବା ସୂଚନା ଅନୁଯାୟୀ, କଳା ରଙ୍ଗର ଏକ ବିଏମଡବ୍ଲ୍ୟୁ କାର୍ ମେରାଇନ୍ ଡ୍ରାଇଭରୁ ହାଜି ଅଲ୍ଲୀ ଆଡ଼କୁ ଦ୍ରୁତ ଗତିରେ ଯାଉଥିବା ବେଳେ ଚାଳକ ଜଣକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ।

ଫଳରେ କାରଟି ବ୍ରିଜରୁ ସିଧା ତଳକୁ ଖସିପଡ଼ିଥିଲା।

ଦୁର୍ଘଟଣା ପରେ ତୁରନ୍ତ ଗାଡ଼ିରେ ଥିବା ୪ ଜଣ ଯାତ୍ରୀଙ୍କୁ ନିକଟସ୍ଥ ନାୟାର୍ ହସ୍ପିଟାଲକୁ ନିଆଯାଇଥିଲା।

ମାତ୍ର ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ।

ମୃତକଙ୍କ ମଧ୍ୟରୁ ଦୁଇଜଣଙ୍କ ପରିଚୟ ମିଳିପାରିଛି, ସେମାନେ ହେଲେ ୨୧ ବର୍ଷୀୟ ଶନୟ ଗଜ୍ଜଲ୍ ଏବଂ ଜଣେ ୧୭ ବର୍ଷୀୟ ନାବାଳକ।

Trump AI Force: ଏଆଇ ଫୋର୍ସ ଗଠନ କରିବେ ଟ୍ରମ୍ପ: ଖୁବ୍‌ଶୀଘ୍ର ମୁଖ୍ୟଙ୍କ ନାମ ଘୋଷଣା କରାଯିବ ଅନ୍ୟ ଜଣେ ମୃତ ଯୁବକଙ୍କ ବୟସ ପ୍ରାୟ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ତାଙ୍କ ପରିଚୟ ମିଳିପାରିନାହିଁ।

ଦୁର୍ଘଟଣାରେ ଆହତ ହୋଇଥିବା ଚତୁର୍ଥ ଯୁବକ ଗୁରୁତର ଅବସ୍ଥାରେ ହସ୍ପିଟାଲର ଟ୍ରମା ୱାର୍ଡରେ ଚିକିତ୍ସିତ ହେଉଛନ୍ତି।

ଏହି ଘଟଣାରେ ମୁମ୍ବାଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)