ଜାପାନ ଗସ୍ତରେ ଟିମ୍ ଇଣ୍ଡିଆ କ୍ରିକେଟ ଟିମ୍

Sep 20, 2026 - 11:53
ଜାପାନ ଗସ୍ତରେ ଟିମ୍ ଇଣ୍ଡିଆ କ୍ରିକେଟ ଟିମ୍

ନନ୍ଦିଘୋଷ ବ୍ୟୁରୋ : ଜାପାନ ଗସ୍ତରେ ଟିମ୍ ଇଣ୍ଡିଆ କ୍ରିକେଟ ଟିମ୍ । ଆସନ୍ତା ୨୨ ସେପ୍ଟେମ୍ବରରେ ଜାପାନ ବିପକ୍ଷରେ ଏକ ଐତିହାସିକ ଟି-୨୦ ମ୍ୟାଚ୍ ଖେଳିବ ଭାରତ । ପ୍ରଥମ ଥର ପାଇଁ ଦୁଇ ଦେଶର ଜାତୀୟ ଦଳ ଟି-୨୦ ଫର୍ମାଟ୍ରେ ମୁହାଁମୁହିଁ ହେବେ । ଭାରତୀୟ ସମୟ ଅନୁସାରେ ସକାଳ ୯ଟା ୩୦ରୁ ଆରମ୍ଭ ହେବ ଏହି ମ୍ୟାଚ୍ । ଭାରତ-ଜାପାନ କୂଟନୈତିକ ସମ୍ପର୍କର ୭୫ ବର୍ଷ ପୂର୍ତ୍ତି ଅବସରରେ ଏହି ମୁକାବିଲା ଆୟୋଜନ କରାଯାଉଛି । ସ୍ପୋର୍ଟ ୭୫ ପଦକ୍ଷେପର ଅଂଶ ଭାବେ ହେଉଥିବା ଏହି ମ୍ୟାଚ୍କୁ ସୁଜୁକି କପ୍ ନାମ ଦିଆଯାଇଛି । ଜାପାନର ତୋଚିଗି ପ୍ରିଫେକ୍ଚର୍ସ୍ଥିତ ସାନୋ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଗ୍ରାଉଣ୍ଡରେ ମ୍ୟାଚ୍ ଖେଳାଯିବ। ଜାପାନ ବିପକ୍ଷ ଏହି ମ୍ୟାଚ୍ରେ ଭାରତୀୟ ଦଳର ନେତୃତ୍ୱ ନେବେ ଶ୍ରେୟସ ଅୟର । ଅନ୍ୟପଟେ ଜାପାନ ଦଳର କମାଣ୍ଡ ସମ୍ଭାଳିବେ କେଣ୍ଡଲ୍ କାଡୋୱାକି-ଫ୍ଲେମିଂ । ଜାପାନ ପାଇଁ ଟି-୨୦ରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟର୍ ଭାବେ କେଣ୍ଡଲ୍ଙ୍କ ନାଁ ରହିଛି । ଆଗାମୀ ଏସିଆନ୍ ଗେମ୍ସକୁ ଦୃଷ୍ଟିରେ ରଖି ମଧ୍ୟ ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଗୁରୁତ୍ୱ ବହନ କରୁଛି । ମ୍ଯାଚ ପାଇଁ ଆଜି ଜାପାନ ଗସ୍ତ କରିଛି ଟିମ୍ ଇଣ୍ଡିଆ ।…

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)