Biker Killed: ଇନୋଭା ଧକ୍କାରେ ବାଇକ ଆରୋହୀ ମୃତ, ଚାଳକ ଅଟକ

Sep 20, 2026 - 11:29
Biker Killed: ଇନୋଭା ଧକ୍କାରେ ବାଇକ ଆରୋହୀ ମୃତ, ଚାଳକ ଅଟକ

"ବୌଦ୍ଧ: ଇନୋଭାଧକ୍କାରେ ବାଇକ ଆରୋହୀ ମୃତ।

ମୃତକ ହେଲେ ମଥୁରା ଗ୍ରାମର ଅଶୋକ ଅଦର।

ବୌଦ୍ଧ ଥାନା ଅନ୍ତର୍ଗତ ଚମ୍ପାପୁର ନିକଟରେ ୫୭ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣାଘଟିଛି।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି।

ଫଳରେ ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିବା ସହ ଭୁବନେଶ୍ୱର-ବୌଦ୍ଧ ଯାତାୟତ ଠପ୍ ହୋଇଯାଇଛି। ​Advertisment ଚମ୍ପାପୁର ନିକଟରେ ଏକ ବାଇକକୁ ଧକ୍କା ଦେଇଥିଲା ସୂଚନା ମୁତାବକ, ଏକ ଇନୋଭା କାର ଦ୍ରୁତ ଗତିରେ ପୁରୁଣାକଟକ ପଟୁ ବୌଦ୍ଧ ଆଡ଼କୁ ଯାଉଥିବା ବେଳେ ଚମ୍ପାପୁର ନିକଟରେ ଏକ ବାଇକକୁ ଧକ୍କା ଦେଇଥିଲା।

ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା।

ଏହାପରେ ସ୍ଥାନୀୟ ଲୋକେ କାରକୁ ଅଟକ ରଖିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଟାୟାର ଜାଳି ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ।

ଘଟଣାସ୍ଥଳରେ ବୌଦ୍ଧ ପୁଲିସ ପହଞ୍ଚି କାର ଡ୍ରାଇଭରଙ୍କୁ ଅଟକ ରଖିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

ଅନ୍ୟପଟେ ଜବତ ଇନୋଭା କାରଟି ଫୁଲବାଣୀ ପଟୁ ଆସୁଥିବା ବେଳେ ସେଥିରେ ଗଞ୍ଜେଇ ଭର୍ତ୍ତି ହୋଇଥିବାରୁ ପୁଲିସ ଗୋଡାଇଥିଲ।

ସେଥିପାଇଁ ଦ୍ରୁତ ଗତିରେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟାଇଥିବା ପ୍ରାଥମିକ ସୂଚନା ମିଳିଛି।

Golmaal 5: ରୋହିତ ସେଟ୍ଟୀଙ୍କ ଘୋଷଣା, ୨୦୨୭ ଜାନୁଆରୀ ୮ରେ ରିଲିଜ୍‌ ହେବ ଗୋଲମାଲ ୫ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)