Road Accident: ଗୋରୁଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ଦୁଇ ଗାଡ଼ି ଧକ୍କା: ୮ ଶ୍ରମିକ ମୃତ, ୩୨ ଆହତ
"ଭୋପାଳ: ମଧ୍ୟପ୍ରଦେଶର ଗ୍ୱାଲିୟରରୁ ଏକ ଦୁଃଖଦ ଖବର ଆସିଛି।
ସୋମବାର-ମଙ୍ଗଳବାର ରାତିରେ ଭିଣ୍ଡ୍-ଗ୍ୱାଲିୟର ଜାତୀୟ ରାଜପଥ ୭୧୯ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ଛିମକା ଗାଁ ନିକଟରେ ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଦ୍ରୁତଗାମୀ ପିକଅପ୍ ଟ୍ରକ୍ ସାମ୍ନାପଟୁ ଆସୁଥିବା ଏକ ଡମ୍ପର ସହିତ ଧକ୍କା ହୋଇଛି।
ଦୁର୍ଘଟଣାରେ ଆଠ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ୩୨ ଜଣ ଆହତ ହୋଇଛନ୍ତି।
ପୁଲିସ ସୂଚନା ଅନୁଯାୟୀ, ଦୁର୍ଘଟଣାଟି ରାତି ପ୍ରାୟ ୧ଟା ସମୟରେ ଘଟିଥିଲା।Advertisment ଗାଈ ପଲକୁ ସୁରକ୍ଷା ଦେବାକୁ ଯାଇ ଦୁର୍ଘଟଣା ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ରାଜପଥରେ ଶୋଇଥିବା ଏକ ଗାଈ ପଲକୁ ସୁରକ୍ଷା ଦେବା ପାଇଁ ଚେଷ୍ଟା କରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।
ପିକଅପ୍ରେ ଥିବା ସମସ୍ତ ଶ୍ରମିକ ଉତ୍ତର ପ୍ରଦେଶର ଲଖିମପୁର ଖେରି ଜିଲ୍ଲାର ବୋଲି କୁହାଯାଉଛି।
ସେମାନେ ଧାନ ତଳି ରୋଇବା କାମରେ ଆସିଥିଲେ ଏବଂ କାମ ସାରି ଘରକୁ ଫେରୁଥିଲେ।
Hydrogen Bomb: ଆମେରିକା ନିଜ ସହରରେ ଭୁଲ୍ରେ ପକାଇଦେଲା ସାଙ୍ଘାତିକ ବୋମା ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ଗୋହାଡ ଚୌରାହା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।
ଗାଁ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଗୋହାଡ ହସ୍ପିଟାଲକୁ ନିଆଯାଇଥିଲା।
ଗୁରୁତର ଆହତଙ୍କୁ ଗ୍ୱାଲିୟରକୁ ପଠାଯାଇଛି।
ମୃତକଙ୍କ ମୃତଦେହକୁ ଶବାଗାରରେ ରଖାଯାଇ ଚିହ୍ନଟ କରାଯାଉଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
